ଜେଏନ୍‌ୟୁ ହିଂସା: ମୋଦିଙ୍କୁ ଟାର୍ଗେଟ କଲେ ବିରୋଧୀ

ନୂଆଦିଲ୍ଲୀ,୬।୧: ରାଜଧାନୀ ଦିଲ୍ଲୀରେ ଥିବା ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନୟୁ)ରେ ରବିବାରଠାରୁ ଉପୁଜିଥିବା ହିଂସା ଘଟଣାକୁ ନେଇ ଏବେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିରୋଧୀ। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରିହାସ କରିଛନ୍ତି। ଉଦାର ଗଣତନ୍ତ୍ର ପାଇଁ ଭାରତ ବିଶ୍ୱରେ ପରିଚିତ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଭଳି ନିର୍ବୋଧ ବ୍ୟକ୍ତିଙ୍କ ପାଇଁ ଜେଏନ୍‌ୟୁ ପରିସରରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ପ୍ରିୟଙ୍କା ଟୁଇଟ୍‌ କରିଛନ୍ତି। ଅନ୍ୟପଟେ ଦିଗ୍‌ବିଜୟ କହିଛନ୍ତି ଏ ସମସ୍ତ ଘଟଣା ଶାହାଙ୍କ ପରାମର୍ଶ କ୍ରମେ ହୋଇଛି। ତେଣୁ ସେ ଇସ୍ତଫା ଦିଅନ୍ତୁ ବୋଲି ଦିଗ୍‌ବିଜୟ ଦାବି କରିଛନ୍ତି।

Share