Categories: ଜାତୀୟ

ଜୁଲାଇ ୨ରେ ଭାଜପା ପାର୍ଲାମେଣ୍ଟାରୀ ପାର୍ଟି ମିଟିଂ

ନୂଆଦିଲ୍ଲୀ,୩୦।୬: ଆସନ୍ତା ଜୁଲାଇ ୨ରେ ଭାଜପା ପାର୍ଲାମେଣ୍ଟାରୀ ପାର୍ଟି ମିଟିଂ ଆୟୋଜନ କରାଯାଇଥିବା ରବିବାର ସୂଚନା ଦିଆଯାଇଛି। ଏହା ପାର୍ଲାମେଣ୍ଟାରୀ ଲାଇବ୍ରେରୀରେ ଜିଏମ୍‌ସି ବାଲଯୋଗୀ ଅଡିଟୋରିୟମରେ ସକାଳ ପ୍ରାୟ ୯ଟା ୩୦ରେ ଆରମ୍ଭ କରାଯିବ। ଲୋକ ସଭା ଓ ରାଜ୍ୟ ସଭାରେ ଥିବା ସମସ୍ତ ଭାଜପା ସଦସ୍ୟ ଏଥିରେ ଯୋଗ ଦେବାକୁ ଅନୁରୋଧ କରାଯାଇଛି। ଆସନ୍ତା ୫ତାରିଖରେ ବଜେଟ୍‌ ଉପସ୍ଥାପନ ପୂର୍ବରୁ ଏହି ବୈଠକ ଡକାଯାଇଛି।

Share