ଜୁଲାଇ ୧୫ ସୁଦ୍ଧା ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୮ ଲକ୍ଷ ଛୁଇଁବା ଆଶଙ୍କା

ନୂଆଦିଲ୍ଲୀ, ୧୬।୬: ଭାରତରେ କରୋନା ମହାମାରୀ ଥମିବାର ନାଁ ଧରୁନି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜୁଲାଇ ୧୫ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ଛୁଇଁବ। ହୋଇଥିବା ଏକ ସର୍ଭେ ରିପୋର୍ଟରେ ଏହା ଉଲ୍ଲେଖ ହୋଇଛି। ଏବେ ଦେଶରେ ପ୍ରତିଦିନ ହାରାହାରି ୧୧ ହଜାର ପାଖାପାଖି ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହି ଧାରା ଜାରି ରହିଲେ ଜୁନ ଶେଷ ସୁଦ୍ଧା ଏହା ୫ ଲକ୍ଷ ଟପିବା ସହିତ ଜୁଲାଇ ୧୫ ବେଳକୁ ୮ଲକ୍ଷ ଛୁଇଁବାର ଆଶଙ୍କା ଥିବା ରିପୋର୍ଟରେ ଦର୍ଶାଯାଇଛି। ଏହି ରିପୋର୍ଟ ବ୍ରାଜିଲ୍‌ର ମିସିଗାନ ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା ଏକ ଅଧ୍ୟୟନ ଆଧାରରେ ପ୍ରସ୍ତୁତ କରାଯାଇଛି। ୧୩୦ କୋଟିରୁ ଅଧିକ ଲୋକ ବାସ କରୁଥିବା ଭାରତରେ ଜନସଂଖ୍ୟା ସାନ୍ଦ୍ରତା ଅଧିକ ଥିବାରୁ ଏଠାରେ କରୋନା ସଂକ୍ରମଣ ଶୀଘ୍ର ବଢ଼ିବ ବୋଲି ମିସିଗାନ ବିଶ୍ୱବିଦ୍ୟାଳୟର ବାୟୋଷ୍ଟାଟିକ୍‌ ବିଭାଗ ପ୍ରଫେସର ଡ. ଭାରାମାର ମୁଖାର୍ଜୀ ସୂଚନା ଦେଇଛନ୍ତି। ତେଣୁ ଆଗାମୀ ୨ରୁ ୩ ମାସ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ,ମଙ୍ଗଳବାର ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୯୧ରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା ୯ ହଜାର ୯୦୦ ଛୁଇଁଛି।

Share