ଜୁଲାଇ ସୁଦ୍ଧା ନିଲାମ ହେବ ୫ରୁ ୧୦ ଖଣି: ପ୍ରଫୁଲ୍ଲ ମଲ୍ଲିକ

ଭୁବନେଶ୍ୱର,୨୯।୬(ବ୍ୟୁରୋ): ଆସନ୍ତା ଜୁଲାଇ ସୁଦ୍ଧା ୫ରୁ ୧୦ ଖଣି ନିଲାମ କରାଯିବ ବୋଲି ଶନିବାର ସୂଚନା ଦେଇଛନ୍ତି ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ୨୦୨୦ ସୁଦ୍ଧା ୨୪ ଖଣି ବନ୍ଦ ହେବାର ଅଛି। ଶିଳ୍ପସଂସ୍ଥାକୁ ଯେପରି କଞ୍ଚାମାଲ ଅଭାବ ନ ପଡ଼ିବ, ସେନେଇ ବ୍ୟବସ୍ଥା କରାଯିବ। ଏବେ ୩୬ଟି ଖଣି ନିଲାମ ପାଇଁ ପ୍ରସ୍ତୁତ ହୋଇଥିବା ବେଳେ ଜୁଲାଇ ସୁଦ୍ଧା ସେଥିରୁ ୫ରୁ ୧୦ଟି ଖଣିକୁ ନିଲାମ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏହାଛଡ଼ା କୋଇଲା ରୟାଲିଟି ବୃଦ୍ଧି ପାଇଁ ବାରମ୍ବାର ଦାବି ସତ୍ତ୍ୱେ କେନ୍ଦ୍ର ଏହା ବଢ଼ାଉ ନାହିଁ। ଏଣୁ ଓଡ଼ିଶା ବିପୁଳ ରାଜସ୍ବ ହରାଉଛି ବୋଲି ମଧ୍ୟ ସେ କହିଛନ୍ତି।