Categories: ଖେଳ

ଜୁଭେଣ୍ଟସ ଇଟାଲିଆନ କପ୍‌ ଫାଇନାଲରେ

ତୁରିନ୍‌,୧୩ା୬(ଏପି): ଶେଷରେ ଇଟାଲୀରେ ପୁନର୍ବାର ଫୁଟ୍‌ବଲ ଖେଳ ଆରମ୍ଭ ହୋଇଛି। ନୀରବ ପରିବେଶ ମଧ୍ୟରେ ଜୁଭେଣ୍ଟସ ଓ ଏସି ମିଲାନ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ଗୋଲଶୂନ୍ୟ ଡ୍ର ଭାବେ ଶେଷ ହୋଇଛି। ଆଓ୍ବେ ଗୋଲ୍ସ ନିୟମ ଭିତ୍ତିରେ ଜୁଭେଣ୍ଟସ ଇଟାଲିଆନ କପ୍‌ ଫାଇନାଲରେ ପ୍ରବେଶ କରିଛି। ମିଲାନରେ ଦୁଇ ଦଳ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଲେଗ୍‌ ମ୍ୟାଚ ୧-୧ରେ ଡ୍ର ଭାବେ ଶେଷ ହୋଇଥିଲା। କରୋନା ଭାଇରସ୍‌ ଯୋଗୁ ମାର୍ଚ୍ଚ ୯ ରୁ ସିଜନକୁ ସସ୍‌ପେଣ୍ଡ ରଖାଯାଇଥିଲା। ଅନ୍ୟ ସେମାଫାଇନାଲ ଦ୍ୱିତୀୟ ଲେଗ୍‌ ମ୍ୟାଚ ନାପୋଲି ଏବଂ ଆୟୋଜକ ଇଣ୍ଟରମିଲାନ ମଧ୍ୟରେ ଅନୁଷ୍ଠିତ ହେଉଛି। ଫାଇନାଲ ମ୍ୟାଚ ବୁଧବାର ରୋମ୍‌ରେ ଖେଳାଯିବ। ଶୁକ୍ରବାର ମ୍ୟାଚରେ କ୍ରିଷ୍ଟିଆନୋ ରୋନାଲ୍ଡୋ ଏକ ପେନାଲ୍ଟି ମିସ୍‌ କରିଥିଲେ। ମ୍ୟାଚରେ ଜଭେଣ୍ଟସ ପ୍ରଧାନ୍ୟ ବିସ୍ତାର କରି ଖେଳିଥିଲା। ୭୦ ଦିନ ବ୍ୟବଧାରେ ଖେଳାଳିମାନେ ପଡ଼ିଆକୁ ଫେରିଥିବାରୁ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ସେମାନେ ସମ୍ପୂର୍ଣ୍ଣ ଫିଟ୍‌ ନ ଥିବା ଲକ୍ଷ୍ୟ କରାଯାଇଥିଲା। ପୁନଶ୍ଚ ବିନା ଦର୍ଶକରେ ଖେଳ ଆକର୍ଷଣୀୟ ହୋଇ ପାର ନ ଥିଲା। ସୂଚନାଯୋଗ୍ୟ କୋଭିଡ୍‌-୧୯ ଯୋଗୁ ଇଟାଲୀରେ ଇତିମଧ୍ୟରେ ୩୪,୦୦୦ରୁ ଊର୍ଦ୍ଧ୍ୱ ଲୋକ ମୃତ୍ୟୁ ବରଣ କରି ସାରିଲେଣି।

Share