ଜୁନ୍‌ ୩ରେ ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ

ଭୁବନେଶ୍ୱର, ୧।୬(ବ୍ୟୁରୋ): ଜୁନ୍‌ ୩ରେ ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ। ଦିନ ୧୨ଟାରେ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ଅଡିଟୋରିୟମ୍‌(ସୂଚନାଭବନର ଦ୍ୱିତୀୟ ଅଡିଟୋରିୟମ୍‌)ରେ ପରୀକ୍ଷା ଫଳ ପ୍ରକାଶ ପାଇବ। ରାଜ୍ୟ ଉଚ୍ଚ ମାଧ୍ୟମିକ ପରିଷଦ ପକ୍ଷରୁ ଶନିବାର ଏହି ସୂଚନା ଦିଆଯାଇଛି।
ପରୀକ୍ଷାର୍ଥୀମାନେ www.chseodisha.nic.in ଏବଂ http://orissaresults.nic.in େଓବ୍‌ସାଇଟ୍‌ରେ ସେମାନଙ୍କ ପରୀକ୍ଷା ଫଳ ଦେଖିପାରିବେ। ଚଳିତ ବର୍ଷ ୯୯,୦୧୮ ପିଲା ବିଜ୍ଞାନରେ ପରୀକ୍ଷା ଦେଇଛନ୍ତି। ଗତବର୍ଷ ମେ’ ୧୯ରେ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଚଳିତ ବର୍ଷ ୧୫ ଦିନ ବିଳମ୍ବରେ ପ୍ରକାଶ ପାଇବ।