ଜୁନ୍‌ ୨୧ରେ କାହିଁକି ପାଳିତ ହୁଏ ଅନ୍ତର୍ଜାତୀୟ ଯୋଗ ଦିବସ

ନୂଆଦିଲ୍ଲୀ,୧୬।୬: ଜୁନ୍‌ ୨୧ରେ ବିଶ୍ୱସ୍ତରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଥାଏ। ଏହି ଦିନକୁ ଚୟନ କରିବା ପଛରେ ରହିଛି ଏକ କାରଣ। ଏହି ଦିନ ଉତ୍ତରଗୋଲାର୍ଦ୍ଧରେ ସବୁଠାରୁ ବଡ଼ ଦିନ ହୋଇଥାଏ। ଏହି ଦିନଠାରୁ ସୂର୍ଯ୍ୟଙ୍କର ଦକ୍ଷିଣାୟନ ହୋଇଥାଏ। ଏହି ସମୟରେ ଆଧ୍ୟାତ୍ମିକ ସିଦ୍ଧି ଲାଗି ପୂଜାଚ୍ଚନା କରାଯାଉଥିବା ଭାରତୀୟ ସଂସ୍କୃତିରେ ଉଲ୍ଲେଖ ରହିଛି। ସୂର୍ଯ୍ୟଙ୍କ ଦକ୍ଷିଣାୟନ ସମୟରେ ଉତ୍ତରଗୋଲାର୍ଦ୍ଧରେ ଧୀରେଧୀରେ ତାପମାତ୍ରା କମିବାରେ ଲାଗେ। ତେଣୁ ଏହି ସମୟରେ ଶରୀରକୁ ଉତ୍ତାପ ଯେଗାଇବା ପାଇଁ ଯୋଗ କରାଯାଇଥାଏ। ତେଣୁ ଦକ୍ଷିଣାୟନର ଆରମ୍ଭ ଦିନକୁ ଯୋଗ ଦିବସ ଭାବେ ପାଳନ କରିବା ଲାଗି ଯୋଜନା କରାଯାଇଥିଲା। ପରେ ୨୦୧୫ ଜୁନ୍‌ ୨୧ଠାରୁ ଏହାର ପାଳନ ଆରମ୍ଭ ହୋଇଥିଲା।

Share