ଜୁନ୍‌ ୧୨ରେ ରିଲିଜ୍‌ ହେବ ଉର୍ବଶୀଙ୍କ ‘ଭର୍ଜିନ ଭାନୁପ୍ରିୟା’

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ଅଭିନୀତ ବହୁ ଚର୍ଚ୍ଚିତ ଫିଲ୍ମ ‘ଭର୍ଜିନ ଭାନୁପ୍ରିୟା’ ରିଲିଜ୍‌ ଅପେକ୍ଷାରେ ରହିଛି। ଫିଲ୍ମର କାହାଣୀ ଏପରି ଜଣେ ଝିଅର ରହିଛି ଯାହାକୁ କୁମାରୀ ରହିବା ପାଇଁ ଭବିଷ୍ୟବାଣୀ ହେଉଛି। ଏହାକୁ ନେଇ ସେ ଚିନ୍ତାରେ ପଡ଼ିଯାଉଛନ୍ତି। ଫିଲ୍ମରେ ଏପରି ଏକ ଚରିତ୍ରକୁ ନେଇ ଉର୍ବଶୀ ବହୁତ ଉତ୍ସାହିତ ଅଛନ୍ତି।  ଅନ୍ୟ ପ୍ରମୁଖ ଚରିତ୍ରରେ ଅଭିନୟ କରିଛନ୍ତି ଗୌତମ ଗୁଲାଟି, ଅର୍ଚ୍ଚନା ପୂରନ ସିଂହ, ଡେଲନାଜ ଇରାନୀ, ରାଜୀବ ଗୁପ୍ତା ଏବଂ ବିଜେନ୍ଦ୍ର କାଲା। ୨ ବର୍ଷ ପୂର୍ବରୁ ଏହାର ଶୁଟିଂ କାର୍ଯ୍ୟ ଶେଷ ହୋଇଥିବା ବେଳେ ଆଗାମୀ ଜୁନ୍‌ ୧୨ରେ ଏହା ପିଲ୍ମ ରିଲିଜ୍‌ ହେବ ବୋଲି ଜଣାପଡ଼ିଛି।

Share