Categories: ଖେଳ

ଜୁନ୍‌ ୧୦ ଭାରତୀୟ କ୍ରିକେଟ ଦଳ ପାଇଁ ଖାସ୍‌ ଦିନ: ଜାଣନ୍ତୁ କାହିଁକି

ଭାରତୀୟ କ୍ରିକେଟ ଇତିହାସ ପାଇଁ ଜୁନ ୧୦ର ବିଶେଷ ମହତ୍ତ୍ୱ ରହିଛି। ଏହି ଦିନ ଭାରତୀୟ ଦଳ ପ୍ରଥମ ଥର ପାଇଁ ଲର୍ଡସ ଗ୍ରାଉଣ୍ଡରେ ଟେଷ୍ଟ ମ୍ୟାଚ ଜିତିଥିଲା। କପିଲ ଦେବଙ୍କ ନେତୃତ୍ୱରେ ଭାରତୀୟ ଦଳ ୧୯୮୬, ଜୁନ ୧୦ରେ ଇଂଲଣ୍ଡକୁ ୫ ଉଇକେଟରେ ପରାସ୍ତ କରି ଇତିହାସ ସୃଷ୍ଟି କରିଥିଲା। ଲର୍ଡସକୁ କ୍ରିକେଟର ମକ୍କା କୁହାଯାଏ। ସେଠାରେ ମ୍ୟାଚ୍‌ ଜିତିବା ସବୁ ଦଳ ପାଇଁ ଏକ ସ୍ବପ୍ନ ହୋଇଥାଏ। ୧୯୮୬ରେ ଯେତେବେଳେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତରେ ଯାଇଥିଲା। ପ୍ରଥମ ଟେଷ୍ଟ ମ୍ୟାଚରେ ଦଳ ଏକ ଅପ୍ରତ୍ୟାଶିତ ବିଜୟ ପାଇବ ବୋଲି କେହି ଭାବି ନ ଥିଲେ। ଏହି ମ୍ୟାଚରେ ଇଂଲଣ୍ଡ ଦଳ ପ୍ରଥମ ଇନିଂସରେ ୨୯୪ ରନ ସ୍କୋର କରିଥିଲା। ଏହାର ଜବାବରେ ଭାରତୀୟ ଦଳ ପ୍ରଥମ ଇନିଂସରେ ୩୪୧ ରନ କରିଥିଲା। ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ୧୮୦ ରନରେ ଅଲଆଉଟ୍‌ ହୋଇଯାଇଥିଲା। ଏଭଳି ପରିସ୍ଥିତିରେ ଭାରତକୁ ମ୍ୟାଚ ଜିତିବାର ଏକ ବଡ଼ ସୁଯୋଗ ଥିଲା। ଦ୍ୱିତୀୟ ଇନିଂସରେ ଭାରତ ୫ ଉଇକେଟ ହରାଇ ୧୩୬ ରନର ଲକ୍ଷ୍ୟ ହାସଲ କରି ଇତିହାସ ସୃଷ୍ଟି କରିଥିଲେ।

Share