ଜୁନ୍‌ ୧୦ ପର୍ଯ୍ୟନ୍ତ ବଢିଲା ସ୍କଟିଶ ଫୁଟବଲ୍‌ ସସ୍‌ପେନ୍‌ଶନ

ଗ୍ଲାସ୍‌ଗୋ, ୧୦।୪(ଏଏଫ୍‌ପି): ଭୋଭିଡ-୧୯ ମହାମାରୀ ପାଇଁ ସ୍କଟଲାଣ୍ଡ ଫୁଟବଲ୍‌ ପ୍ରଭାବିତ ହୋଇଛି। ଏହି କାରଣରୁ ସ୍କଟିଶ ଫୁଟବଲ ସେସେନର ସସ୍‌ପେନ୍‌ଶନକୁ ଜୁନ୍‌ ୧୦ ତାରିଖକୁ ବୃଦ୍ଧି କରାଯାଇଛି। ମାର୍ଚ୍ଚ ୧୩ ତାରିଖରେ ଲିଗ୍‌ ଫୁଟବଲକୁ ବନ୍ଧ କରିଯାଇଥିଲା। ପରେ ଏହାକୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ଉପୟ ପେସାଦାର ଓ ରିକ୍ରିଏଶନାଲ ବା ମନୋରଞ୍ଜକ ଫୁଟବଲ ଜୁନ୍‌ ୧୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରହିଛଇ। ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ସରାକାର ବଭିନ୍ନ ନିଷ୍ପତ୍ତି ନେଇଛନ୍ତି ଓ ଏହା ସମସ୍ତଙ୍କ ପାଇଁ ଲାଗୁ ହେବ ବୋଲି ସ୍କଟିଶ ଫୁଟବଲ ଆସୋସିଏଶନ ଅଧ୍ୟକ୍ଷ ରୋଡ ପେଟ୍ରି କହିଛନ୍ତି।
ସ୍କଟିଶ ପ୍ରିମିୟର ଲିଗ୍‌ରେ ସେଲଟିକ୍‌ କ୍ଳବ କ୍ରମାଗତ ନବମଥର ପାଇଁ ଟାଇଟଲ ହାସଲ ଲକ୍ଷ୍ୟରେ ରହିଛି। ସେଲଟିକ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି। ସେଲଟିକ୍‌ଠାରୁ ୧୩ ପଏଣ୍ଟ କମ୍‌ ପାଇ ରେଞ୍ଜର୍ସ ଦ୍ୱିତୀୟ ସ୍ଥାନରେ ରହିଛି। ଆଉ ୮ଟି ମ୍ୟାଚ୍‌ ବାକି ରହିଛି। ଏପ୍ରିଲ ୨୩ ତାରିଖରେ ୟୁନିୟନ ଅଫ ୟୁରୋପୀୟାନ ଫୁଟବଲ ଆସୋସିଏଶନ (ୟୁଇଏଫ୍‌ଏ)ର କାର୍ଯ୍ୟକାରୀ ବୋର୍ଡର ବୈଠକ ବସିବ। ଯେପର୍ଯ୍ୟନ୍ତ ଏହି ବୈଠକ ନ ବସିଛି ସେ ପର୍ଯ୍ୟନ୍ତ ସ୍କଟିଶ ପ୍ରିମିୟର ଲିଗ୍‌ ନେଇ କୌରସି ନିଷ୍ପତ୍ତି ନିଆଯାଇପାରିବ ନାହିଁ। ଏବେ ଲିଗ୍‌ର ପୁନଃ ଆୟୋଜନ ନେଇ ଆଶଙ୍କା ପ୍ରକାଶ ପାଇଛି। ଅପେକ୍ଷା କରିବା ଛଡ଼ା ଅନ୍ୟ କିଛି ଉପାୟ ନାହିଁ ବୋଲି ଲିଗ୍‌ ତରଫରୁ କୁହାଯାଇଛି।

Share