ଜୁନ୍‌ ୧ରୁ କାର୍ଯ୍ୟକ୍ଷମ ହେବ ଏମ୍‌ସିସି

ଅନୁଗୋଳ ଅଫିସ, ୨୦।୫: ବହୁ ବିରୋଧ ପରେ ଅନୁଗୋଳ ସହରରେ ମାଇକ୍ରୋ କମ୍ପୋଷ୍ଟିଂ ସିଷ୍ଟମ(ଏମ୍‌ସିସି) ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସହରର ଗୋଟିଏ ସ୍ଥାନରେ ଏମ୍‌ସିସି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ଅନ୍ୟ ଦୁଇଟି ସ୍ଥାନରେ କାର୍ଯ୍ୟ ୮୦ ପ୍ରତିଶତ ଶେଷ ହୋଇଛି ବୋଲି ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି। ଜୁନ୍‌ ପହିଲାରୁ ହୁଲୁରିସିଂହା ଏମ୍‌ସିସି କାର୍ଯ୍ୟକ୍ଷମ ହେବ। ସେହିପରି ଅନ୍ୟ ଦୁଇଟିକୁ ଜୁଲାଇ ମାସ ସୁଦ୍ଧା କାର୍ଯ୍ୟକ୍ଷମ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ପୌରପାଳିକା ପକ୍ଷରୁ ସୂଚନା ଦିଆଯାଇଛି।
ଅନୁଗୋଳ ସହରର ଅଳିଆରୁ ଏଣିକି ଜୈବିକ ସାର ପ୍ରସ୍ତୁତ ହେବ। ଏନେଇ ୩ଟି ଏମ୍‌ସିସି ନିର୍ମାଣ କାର୍ଯ୍ୟ କରାଯାଉଛି। ସେଥିମଧ୍ୟରୁ ହୁଲୁରିସିଂହାରେ ଏମ୍‌ସିସି କାର୍ଯ୍ୟ ଶେଷ ହୋଇଛି। ମିଶ୍ରପଡ଼ା ଓ ହେମସୁରପଡ଼ାର ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ହୁଲୁରିସିଂହାରେ ପ୍ରାଥମିକ ପର୍ଯ୍ୟାୟରେ ଡେମୋ ପାଇଁ ଦୁଇଟି ଗାଡ଼ି ବୁଧବାରଠାରୁ ଗଡ଼ିଛି। ଏପରି କି ଲୋକଙ୍କୁ ସଚେତନ କରିବା ସହ ଅଳିଆକୁ ଏଣେ ତେଣେ ନ ପକାଇବା ପାଇଁ ମଧ୍ୟ କୁହାଯାଉଛି। ପ୍ରତି ଏମ୍‌ସିସି ପାଇଁ ଦୁଇଟି ଲେଖାଏଁ ଗାଡ଼ି ଯୋଗାଇ ଦିଆଯିବ। ଲୋକମାନଙ୍କ ଘର ସମ୍ମୁଖରେ ଏହି ଗାଡ଼ିଗୁଡ଼ିକ ପ୍ରତିଦିନ ସକାଳୁ ପହଞ୍ଚତ୍ ଅଳିଆ ସଂଗ୍ରହ କରିବ। ଗାଡ଼ି ସହ ସ୍ବଚ୍ଛସାଥୀ ଓ ସଫେଇ କର୍ମଚାରୀମାନେ ଯାଇ ସଂଗୃହୀତ ଅଳିଆକୁ ଏମ୍‌ସିସି ପ୍ଲାଣ୍ଟକୁ ଆଣିବେ। ଏହାପରେ ଏଥିରୁ ଜୈବିକ ସାର ପ୍ରସ୍ତୁତ କରାଯିବ ବୋଲି ପୌରପାଳିକା ପକ୍ଷରୁ କୁହାଯାଇଛି।
ଏ ନେଇ ନିର୍ବାହୀ ଅଧିକାରୀ ପଣ୍ଡା କହିଛନ୍ତି, ପ୍ରାଥମିକ ପର୍ଯ୍ୟାୟରେ ଏବେ ଗାଡ଼ି ବିଭିନ୍ନ ଅଞ୍ଚଳରେ ବୁଲି ଅଳିଆ ସଂଗ୍ରହ କରୁଛି। ଜୁନ୍‌ ୧ ତାରିଖରୁ ହୁଲୁରିସିଂହା ଅଞ୍ଚଳରେ ହୋଇଥିବା ଏମ୍‌ସିସି କାର୍ଯ୍ୟକାରୀ ହେବ। ପ୍ରକାଶଥାଉ କି, ଅନୁଗୋଳ ସହରର ମିଶ୍ରପଡ଼ାଠାରେ ଏମ୍‌ସିସି ନିର୍ମାଣ ସମୟରେ ଲୋକେ ବିରୋଧ କରିଥିଲେ। ସେମାନଙ୍କୁ ବୁଝାଶୁଝା କରି ପ୍ରଶାସନ ବିଫଳ ହେବା ପରେ ପୋଲିସ ଲଗାଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଝଡ଼ବର୍ଷା ସମ୍ଭାବନା: ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର, ୩୧ା୭ (ବନ୍ଦନା ସେଠୀ):ଗଭୀର ଅବପାତ ଦୁଇଦିନ ହେବ ଛତିଶଗଡ଼ ଉପରେ ଗତି କରୁଛି। ଏହା ଶୁକ୍ରବାର ସୁଦ୍ଧା ପଶ୍ଚିମ ଦିଗକୁ ଅଗ୍ରସର ହୋଇ କ୍ରମଶଃ ଦୁର୍ବଳ…

ରାହୁଲ ଗାନ୍ଧୀଙ୍କ ପରେ ଅମିତ ଶାହାଙ୍କ ଇସ୍ତଫା ଦାବି କଲେ ଅଭିଜିତ ଦୀପକେ, କହିଲେ ବଳ..

ନୂଆଦିଲ୍ଲୀ,୩୧।୭ ଦିଲ୍ଲୀରେ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ଏବଂ ପେଲେଟ୍ ଗନ୍ ବ୍ୟବହାରକୁ ନେଇ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ…

ସିଜେପି ଆନ୍ଦୋଳନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ନାହିଁ: ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୩୧।୭: କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ପକ୍ଷରୁ ଗତ ଜୁଲାଇ ୨୦ରେ ଦିଲ୍ଲୀର ଯନ୍ତରମନ୍ତରଠାରୁ ସଂସଦ ଭବନ ଅଭିମୁଖେ ହୋଇଥିବା ରାଲିରେ ଭାଗନେଇଥିବା ସାଧାରଣ ନାଗରିକ ଓ…

କୋର୍ଟଙ୍କ ବଡ଼ ରାୟ: ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌. ରାମପୁର ଥାନା ଅନ୍ତର୍ଗତ କୁଟ୍ରୁପଲା ଗାଁରେ ୨୦୧୪ରେ ହୋଇଥିବା ଏକ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି।…

ପ୍ରେମିକଙ୍କ ଘର ବାରଣ୍ଡାରେ ଧାରଣାରେ ବସିଲେ ପ୍ରେମିକା

ମାଲକାନଗିର,୩୦।୭ (ଦୁର୍ଯ୍ୟୋଧନ ପାତ୍ର): ଜଣେ ବିବାହିତ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ଓ ପରେ ପ୍ରତାରଣା ବିରୋଧରେ ବିବାହିତ ପ୍ରେମିକା ଗତ ତିନି ଦିନ ଧରି…

ଖେଳ ପଡ଼ିଆରେ ଟ୍ରାକ୍ଟର ଚଳାଇ ଧାନ ତଳି ପକାଇଲେ, ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ-ଉତ୍ତେଜନା

ହାଟଡିହୀ, ୩୦।୭(ଶୁଭକାନ୍ତ ନାୟକ): ସରକାର ଖେଳ ଏବଂ ଶାରୀରିକ ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନସ୍ଥ ବଡ଼ରମ୍ପାସ…

କ୍ଷେତପୋଖରୀ ଦୁର୍ନୀତିକୁ ନେଇ ସରପଞ୍ଚ-ସମିତିସଭ୍ୟ ମୁହାଁମୁହିଁ: ହଟ୍ଟଗୋଳ ଯୋଗୁ ଉଠି ଚାଲିଗଲେ…

ଦିଗପହଣ୍ଡି,୩୦|୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଗୁରୁବାର ଦିଗପହଣ୍ଡି ବ୍ଲକସ୍ତରୀୟ ଏମଜିଏନଆରଇଜିଏ ଯୋଜନାର ସାମାଜିକ ସମୀକ୍ଷା ଜନଶୁଣାଣି…

କୋରାପୁଟରେ ୬୫୪. ୫ ମି.ମି. ରେକର୍ଡ ବର୍ଷା, ଭାଙ୍ଗିଲା ୮ ଘର

କୋରାପୁଟ,୩୦ା୭(ଅମିତାଭ ବେହେରା): ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାର ୧୪ ବ୍ଲକରେ ମୋଟ ୬୫୪.୫ ମି.ମି. ବର୍ଷା ରେକର୍ଡ ହୋଇଛି। ହାରାହାରି ବର୍ଷାର ପରିମାଣ ୪୬.୭୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri