ଜୁନ୍‌ ପହିଲାରୁ ସମୁଦ୍ରରେ ମାଛଧରା

ଭୁବନେଶ୍ୱର,୨୯।୫ (ବ୍ୟୁରୋ): ଜୁନ୍‌ ପହିଲାରୁ ପୂର୍ବ ଉପକୂଳ ସାମୁଦ୍ରିକ ଜଳସୀମାରେ ମାଛ ଧରିପାରିବେ ମତ୍ସ୍ୟଜୀବୀ। ଏନେଇ ଅନୁମତି ଦେଇଛି ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ। ଗୁରୁବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ମତ୍ସ୍ୟ ସମ୍ପଦର ସୁପରିଚାଳନା ସହ ମତ୍ସ୍ୟଜୀବୀଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ଲକ୍‌ଡାଉନ୍‌ ଯୋଗୁ ସମୁଦ୍ରରେ ମାଛ ମାରି ଜୀବିକା ନିର୍ବାହ କରୁଥିବା ମତ୍ସ୍ୟଜୀବୀମାନେ ହାତବାନ୍ଧି ବସିଥିଲେ।