Categories: ବାଣିଜ୍ୟ

ଜୁନ୍‌ ପହିଲାରୁ କେରଳରେ ଲାଗୁହେବ ପ୍ରାକୃତିକ ବିପର୍ଯ୍ୟୟ ସେସ୍‌

ନୂଆଦିଲ୍ଲୀ,୨୯-୫: କେରଳ ସରକାର ଜୁନ୍‌ ପହିଲାରୁ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ସେସ୍‌ ଆଦାୟ କରିବେ। ଜିଏସ୍‌ଟି ଉପରେ ୧ ପ୍ରତିଶତ ସେସ୍‌ ଲାଗୁ କରାଯିବ। ଗତ ବର୍ଷ କେରଳରେ ଦେଖାଦେଇଥିବା ଭୟଙ୍କର ବନ୍ୟାରେ କ୍ଷତିଗ୍ରସ୍ତଙ୍କୁ ଆର୍ଥିକ ସହାୟତା ପ୍ରଦାନ ନିମିତ୍ତ ଜିଏସ୍‌ଟି କାଉନସିଲ୍‌ ଏହି ସେସ୍‌ ଆଦାୟକୁ ଅନୁମତି ଦେଇଥିଲେ। ଆନ୍ତଃରାଜ୍ୟ ମାଲ୍‌ ପରିବହନ କ୍ଷେତ୍ରରେ ଏହି ସେସ୍‌ ଆଦାୟ କରାଯିବ। ପ୍ରାକୃତିକ ବିପର୍ଯ୍ୟୟ ସେସ୍‌ରୁ ପ୍ରାପ୍ତ ଅର୍ଥରେ ବନ୍ୟା ପ୍ରଭାବିତଙ୍କ ଲାଗି ପୁନର୍ବାସ, କ୍ଷତିପୂରଣ ଏବଂ ପୁନନିର୍ମାଣ କରାଯିବ। ରାଜ୍ୟ ସରକାର ଏହି ସେସ୍‌ରୁ ବର୍ଷକରେ ପ୍ରାୟ ୬୦୦କୋଟି ଟଙ୍କାର ଅତିରିକ୍ତ ଆୟ କରିବେ ବୋଲି ଆକଳନ କରାଯାଇଛି।

Share