ଜୁନ୍‌ରେ ବିବାହ କରିବେ ଅର୍ଜ୍ଜୁନ-ମଲାଇକା!

ମୁମ୍ବାଇ: ବଲିଉଡ୍‌ ନାୟିକା ମଲାଇକା ଆରୋରା ଓ ଅଭିନେତା ଅର୍ଜ୍ଜୁନ କପୁରଙ୍କ ବିବାହକୁ ନେଇ ଅନେକଥର ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳିଛି। ତେବେ ଏମାନଙ୍କ ରିଲେସନଶିପକୁ ନେଇ ପ୍ରାୟ ସବୁ ସମୟରେ ଚର୍ଚ୍ଚା ଯୋର ଧରିଥାଏ। ଏମିତିକି ଏମାନେ ରିଲେସନଶିପରେ ଥିବା ଖୋଲା ଖୋଲି କହିଥିଲେ ମଧ୍ୟ କେବେ ବିବାହ କରିବେ ସେ ସମ୍ପର୍କରେ କେବେ କିଛି କହି ନାହାନ୍ତି। କରୋନା ଭାଇରସକୁ ନେଇ ଦେଶରେ ଲକ୍‌ଡାଉନ ଚାଲିଥିବାରୁ ଉଭୟ ଏବେ ଘରେ ରହି ସମୟ କାଟୁଛନ୍ତି। ଏହି ସମୟରେ ସେମାନଙ୍କ ବିବାହକୁ ନେଇ ସୋସିଆଲ ମିଡିଆରେ ଖବର ଆସୁଛି। କିନ୍ତୁ ଏହା କେତେ ଠିକ୍‌ ତାହା ଏପର୍ଯ୍ୟନ୍ତ କାହାକୁ ଜଣାନାହିଁ। ଏମିତିକି ଏହା ପୂର୍ବରୁ ମଧ୍ୟ ଶୁଣିବାକୁ ମିଳିଥିଲା କି ଏହି ଯୋଡି ଚଳିତ ବର୍ଷ ଏପ୍ରିଲରେ ବିବାହ କାରିବେ ହେଲେ ଏହା ଭୁଲ୍‌ ପ୍ରମାଣିତ ହେଲା। ସେମିତି ଏବେ ଶୁଣିବାକୁ ମିଳିଛି କି ଏମାନେ ଜୁନ୍‌ ମାସରେ ବିବାହ କରିବେ। ନିକଟରେ ଏ ସମ୍ପର୍କରେ ଅର୍ଜ୍ଜୁନଙ୍କୁ ପଚରା ଯିବାରୁ ସେ କହିଥିଲେ ତାଙ୍କୁ ଏବେ ମାତ୍ର ୩୩ ବର୍ଷ ତେଣୁ ଏବେ ତାଙ୍କର ବିବାହ କରିବାର ପ୍ରଶ୍ନ ଉଠୁନାହିଁ। ଅନ୍ୟପଟେ ସେ ତାଙ୍କ ପରିବାର ସଦସ୍ୟଙ୍କ ସହମତି ପରେ ବିବାହ କରିବେ ବୋଲି ସ୍ପଷ୍ଟ କରିଛନ୍ତି। ତେଣୁ ମଲାଇକା-ଅର୍ଜ୍ଜୁନ ଯେ ଏବେ ବିବାହ କରୁ ନାହାନ୍ତି ତାହା ଅର୍ଜ୍ଜୁନ ଏକ ପ୍ରକାର ସ୍ପଷ୍ଟ କରିଛନ୍ତି। ସୋସିଆଲ ମିଡିଆରେ ଆସିଥିବା ଖବର ସମ୍ପୂର୍ଣ୍ଣ ମିଛ ବୋଲି ଏବେ ପୁଣିଥରେ ଆଲୋଚନା ହେଲାଣି।

Share