ଜୁନାଗଡରେ ଶଟ୍‌ଡାଉନର ପ୍ରଭାବ: ରାସ୍ତାଘାଟ ଖାଁ ଖାଁ

ଜୁନାଗଡ,୧୭।୪(ଡି.ଏନ୍‌.ଏ.): ମହମାରୀ କରୋନା ସଂକ୍ରମଣ ଦିନକୁ ଦିନକୁ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଛତିଶଗଡ଼ ସୀମାବର୍ତ୍ତୀ ୧୦ଟି ଜିଲାର ସହରାଞ୍ଚଳରେ ସପ୍ତାହର ଶନିବାର ଓ ରବିବାର ଶଟ୍‌ଡାଉନ ଘୋଷଣା କରିଛନ୍ତି। ଏହି ୧୦ଟି ଜିଲା ମଧ୍ୟରେ କଳାହାଣ୍ଡି ମଧ୍ୟ ରହିଛି। ଜିଲାର ଜୁନାଗଡ ସହରରେ ଶଟ୍‌ଡାଉନର ପ୍ରଭାବ ଦେଖିବାକୁ ମିଳିଛି। ଶନିବାର ଶଟ୍‌ଡାଉନର ପ୍ରଥମ ଦିନରେ ଜୁନାଗଡ ସହରର ଜରୁରୀ ସେବା ଦୋକାନକୁ ବାଦ୍‌ଦେଲେ ଅନ୍ୟ ସମସ୍ତ ଦୋକାନବଜାର ବନ୍ଦ ରହିଛି। ଏହାସହ ଯାନବାହନ ଚଳାଚଳ ବନ୍ଦ ରହିଥିଲା ବେଳେ ରାସ୍ତାଘାଟ ଜନଶୂନ୍ୟ ଦେଖିବାକୁ ମିଳିଥିଲା। ପୋଲିସ ବିଭିନ୍ନ ଛକରେ ମୂତୟନ ରହି ଏହାର ଯାଞ୍ଚକୁ କଡାକଡି କରୁଥିବାବେଳେ ଅମାନିଆ ଲୋକଙ୍କ ପାଇଁ ପୋଲିସ ପିସିଆର ଭ୍ୟାନ ପାଟ୍ରୋଲିଂ କରୁଛି।