Categories: ଖେଳ

ଜୁଆ ଯୋଗୁ ବୁଡ଼ିଯାଇଥିଲା କ୍ୟାରିୟର

ଲଣ୍ଡନ,୪ା୧(ଏଏଫ୍‌ପି)- ଜୁଆ ଯୋଗୁ ଉଜ୍ଜ୍ୱଳମୟ କ୍ୟାରିୟର ପ୍ରଭାବିତ ହୋଇଥିବା ସ୍ବୀକାର କରିଛନ୍ତି ପୂର୍ବତନ ଇଂଲଣ୍ଡ ଅଧିନାୟକ ଓ୍ବେନ୍‌ ରୁନି। ଚଳିତ ସପ୍ତାହରେ ଡର୍ବି ପାଇଁ ପଦାର୍ପଣ କରିଥିବା ରୁନି କହିଛନ୍ତି, ଜୁଆରେ ପ୍ରାରମ୍ଭିକ ସଫଳତା ଯୋଗୁ ଫୁଟବଲ ପ୍ରତି ବିମୁଖ ହୋଇସାରିଥିଲି। ଏଥିରେ ବହୁ ପରିମାଣର ଅର୍ଥ ହରାଇଥିଲି। ଏହାକୁ ପୁଣି ହାସଲ କରିବା ପାଇଁ ଅଧିକ ଜୁଆ ଖେଳିଥିଲି ବୋଲି ମାଞ୍ଚେଷ୍ଟର ୟୁନାଇଟେଡ୍‌ ରେକର୍ଡ ଗୋଲ ସ୍କୋରର ରୁନି ଜୁଆ ସଚେତନତା ଅଭିଯାନରେ ଯୋଗଦେଇ କହିଛନ୍ତି। ୩୪ ବର୍ଷୀୟ ରୁନି ଆହୁରି କହିଛନ୍ତି, ଯୁବାବସ୍ଥାରେ ଅଧିକ ଆୟ କରିବାରୁ ଖର୍ଚ୍ଚ କେଉଁ ବାଟରେ କରିବି ଜାଣି ପାରି ନ ଥିଲି। ମାଞ୍ଚେଷ୍ଟର ଦଳ ହେଉ କି ଇଂଲଣ୍ଡ ମ୍ୟାଚ୍‌ ପାଇଁ ଖେଳାଳିଙ୍କୁ ୭ରୁ ୧୦ ଦିନ ହୋଟେଲରେ ରହିବାକୁ ପଡ଼େ। ଅଭ୍ୟାସ ପରେ ମୁଁ ବିରକ୍ତ ହୋଇ ଯାଉଥିଲି। ଏଣୁ ଜୁଆ ଖେଳିବା ଆରମ୍ଭ କରିଥିଲି। ଏଣୁ ତାଙ୍କୁ ବହୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଅବଶ୍ୟ ପରବର୍ତ୍ତୀ ସମୟରେ ସେ ଜୁଆଖେଳଠୁ ସମ୍ପୂର୍ଣ୍ଣ ଦୂରେଇ ଯାଇ ଫେରିଥିଲେ ଫୁଟବଲ ଦୁନିଆକୁ।

Share