Categories: ଗଞ୍ଜାମ

ଜୁଆଆଡ୍ଡା ଉପରେ ଚଢାଉ, ୯ ଗିରଫ

ଜଗନ୍ନାଥପ୍ରସାଦ,୩୦।୫(ଡି.ଏନ.ଏ.)- ଜଗନ୍ନାଥପ୍ରସାଦ ପୋଲିସ ବୁଧବାର ବିଳମ୍ବିତ ରାତିରେ ଏକ ଜୁଆଆଡ୍ଡା ଉପରେ ଚଢାଉ କରିଥିବା ସୂଚନା ମିଳିଛି। ରାଉତି-ଭାବସର ଗ୍ରାମ ମଧ୍ୟରେ ଥିବା ଏକ ଆମ୍ବ ତୋଟାରେ ଜୁଆ ଖେଳ ଚାଲିଥିବା ପୋଲିସକୁ ଖବର ମିଳିଥିଲା। ଥାନାଧିକାରୀ ଯୁବରାଜ ସ୍ବାଇଁଙ୍କ ନେତୃତ୍ୱରେ ଏସ୍‌ଆଇ ପ୍ରଭାତୀ ବେହେରା ଓ ତାଙ୍କ ଟିମ ଜୁଆ ଖେଳ ଚାଲିଥିବା ଅବସ୍ଥାରେ ଚଢାଉ କରି ୯ ଜଣଙ୍କୁ ଧରି ନେଇଥିଲେ। ସେଠାରୁ ନଗଦ ୪୩ ହଜାର, ୬ ଲିଟର ଦେଶୀ ମଦ, ୩ବାଇକ, ୮ ମୋବାଇଲ ଫୋନ ଜବତ କରିଛି ପୋଲିସ। ନଂ.୮୪/୧୯ରେ ଏକ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ ଭଞ୍ଜନଗର ସବ ଡିଭିଜନାଲ ଜୁଡିସିଆଲ କୋର୍ଟକୁ ପଠାଯାଇଥିବା ଥାନାଧିକାରୀ ସ୍ବାଇଁ ସୂଚନା ଦେଇଛନ୍ତି।