Categories: ଫୁରସତ

ଜୀବିତ ସ୍ବାମୀଙ୍କ କବର ତିଆରି କଲେ ସ୍ତ୍ରୀ, ଜାଣନ୍ତୁ କାହିଁକି

ଜଣେ ବ୍ୟକ୍ତିଙ୍କ ଫୋନ୍‌ ୪ ମାସ ଧରି ବାଜୁ ନ ଥିଲା। ଫୋନ୍‌ ଖରାପ ହୋଇଥିବା ଭାବି ସେ ଦୋକାନରେ ନେଇ ଦେଖାଇଲେ ମାତ୍ର ସବୁ ଠିକ୍‌ଠାକ୍‌ ଥିବା ଦୋକାନୀ କହିଲେ। କିନ୍ତୁ କାହିଁକି ତାଙ୍କ ଫୋନ୍‌ ରିଙ୍ଗ୍‌ ହେଉନି ସେ ବ୍ୟତିବ୍ୟସ୍ତ ହୋଇପଡୁଥିଲେ। ଦିନ ପରେ ଦିନ ଗଡ଼ି ଚାଲିଥାଏ ସତ କିନ୍ତୁ ତାଙ୍କ ଫୋନ୍‌କୁ କେହି କଲ୍‌ କରନ୍ତି ନାହିଁ। କିନ୍ତୁ ପରେ ଯାହା ଜାଣିଲେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏମିତି ଘଟଣା ଘଟିଛି ସ୍କଟ୍‌ଲାଣ୍ଡରେ ରହୁଥିବା ୭୫ ବର୍ଷୀୟ ଏଲନ୍‌ ହୈଟେଲ୍‌ଙ୍କ କ୍ଷେତ୍ରରେ। ସେ କୁହନ୍ତି, ଶ୍ମଶାନ ବାଟ ଦେଇ ଥରେ ଘରକୁ ଫେରୁଥିଲେ। ସେଠାରେ ତାଙ୍କ ନାମରେ ଏକ କବର ଥିବା ଦେଖିବାକୁ ପାଇଥିଲେ। ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ଜାଣିଲେ ଏହା ତାଙ୍କ ପ୍ରଥମ ସ୍ତ୍ରୀଙ୍କ କାମ। କାରଣ ଯେଉଁ କବରଟି ଏଲନ୍‌ଙ୍କର ଥିଲା ସେଥିରେ ତାଙ୍କ ପ୍ରଥମ ସ୍ତ୍ରୀଙ୍କ ନାମ ମଧ୍ୟ ରହିଛି। ପ୍ରଥମ ସ୍ତ୍ରୀଙ୍କ ସହ ୨୬ ବର୍ଷ ତଳେ ତାଙ୍କର ଛାଡ଼ପତ୍ର ହୋଇଥିଲା। ସେ ରାଗିକି ଏହି କବର ତଆରି କରିଛନ୍ତି। । ତେଣୁ ତାଙ୍କ ମୃତ୍ୟୁ ଘଟିଥିବା ଜାଣି ଲୋକେ ତାଙ୍କୁ ଫୋନ୍‌ କରୁନାହାନ୍ତି ବୋଲି ଏଲନ୍‌ କୁହନ୍ତି।

Share