ଜୀବାଣୁ ନାଶକ ସିଞ୍ଚନ

ବଅଁରପାଳ,୨୭ା୩(ଡି.ଏନ.ଏ.):ନାଲ୍‌କୋ କଲୋନୀର ବିଭିନ ସ୍ଥାନରେ ଶୁକ୍ରବାର ଜୀବାଣୁ ନାଶକ ସିଞ୍ଚନ କରାଯାଇଛି। କୋଅପରେଟିଭ ଛକ, ଜଗନ୍ନାଥ ମନ୍ଦିର ଛକ, ୩ ମହଲା ଛକରେ ସିଆଇଏସ୍‌ଏଫ୍‌ ସହାୟତାରେ ଏହି କାର୍ଯ୍ୟ କରାଯାଇଛି। ଏଥିସହ କରୋନା ନେଇ ଲୋକଙ୍କୁ ସଚେତନ କରାଯାଇଛି। ନାଲ୍‌କୋ ପ୍ରଶାସନିକ ବିଭାଗର ଅତିରିକ୍ତ ମହାପ୍ରବନ୍ଧକ ରାଜାରାମ ମିଶ୍ର, ଇଷ୍ଟେଟ ଅଧିକାରୀ ମଣିରଞ୍ଜନ ପଟ୍ଟନାୟକ, ସିଆଇଏସ୍‌ଏଫ୍‌ର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଉପେନ୍ଦ୍ର କୁମାରଙ୍କ ନେତୃତ୍ୱରେ ଏହା କରାଯାଇଥିଲା। ନାଲ୍‌କୋ ଟାଉନଶିପ୍‌ ସୁରକ୍ଷା କର୍ମଚାରୀମାନେ ସହଯୋଗ କରିଥିଲେ।