ଜୀବନ ହେଲାଣି ଦୁର୍ବିଷହ, ସଟ୍‌ଡାଉନ୍‌ ହଟାଅ

ବଲାଙ୍ଗୀର ଅଫିସ/ଗୁଡଭେଲା, ୧୪ା୫ (ଡି.ଏନ୍‌.ଏ.)-ଗତ ମେ ୧ ତାରିଖ ଦିନ ବଲାଙ୍ଗୀର ଜିଲା ଗୁଡଭେଲା ବ୍ଳକ୍‌ ରୁଷୁଡା ପଞ୍ଚାୟତର ଲିଖିରିଆ ଗଁାର ଦୁଇଜଣ ପ୍ରବାସୀ ଶ୍ରମିକ କରୋନା ସଂକ୍ରମିତ ବୋଲି ଜଣାପଡିଥିଲା ା ସେହିଦିନରୁ ଲିଖିରିଆ ଗଁା ସହିତ ସଂଲଗ୍ନ ତୁଷରା ସହରାଞ୍ଚଳ, ଗୁଡଭେଲା ଓ ଦେଓଗଁା ବ୍ଳକର ୨୨ଟି ଗଁାକୁ କଣ୍ଟେନମେଣ୍ଟ ଓ ବଫର ଜୋନ୍‌ ଘୋଷଣା କରି ଏହି ଅଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଇତିମଧ୍ୟରେ ଏହି ସଟ୍‌ଡାଉନ୍‌କୁ ୧୪ ଦିନ ବିତିଗଲାଣି ା ଏଥିଯୋଗୁଁ ଏହି ଅଞ୍ଚଳବାସୀ ବିଶେଷକରି ତୁଷରା ସହରାଞ୍ଚଳବାସୀ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି ା ଏଠାକାର ବ୍ୟବସାୟୀ ଓ ସାଧାରଣ ଲୋକଙ୍କ ଜୀବନ ଜୀବିକା ଏକପ୍ରକାର ବ୍ୟାହତ ହୋଇଯାଇଛି ା ଲୋକେ ଅତ୍ୟନ୍ତ ଦୁର୍ବିଷହ ଜୀବନ ବିତାଉଥିବା ଅଭିଯୋଗ କରି ଗୁରୁବାର ସନ୍ଧ୍ୟାରେ ତୁଷରା ନାଗରିକ କମିଟି, ବ୍ୟବସାୟୀ ସଂଘ, ୟୁଥ୍‌ ଆକ୍ସନ କମିଟି, ମାରୱାଡି ୟୁବା ମଞ୍ଚ, ତୁଷରା ସାମ୍ବାଦିକ ସଂଘର ସଦସ୍ୟ ଓ ଅନ୍ୟମାନେ ମିଳିତ ଭାବେ ସ୍ଥାନୀୟ ତହସିଲଦାରଙ୍କୁ ଭେଟି ତୁରନ୍ତ ସଟ୍‌ଡାଉନ୍‌ ହଟାଇବାକୁ ନିବେଦନ କରିଥିଲେ ା ତହସିଲଦାର ଚନ୍ଦ୍ରମଣି ନାଗ ଦାବିପତ୍ର ଗ୍ରହଣ କରି ଏନେଇ ଉପଜିଲାପାଳଙ୍କ ସହ ଆଲୋଚନା ପରେ ଯାଇ କିଛି କହି ପାରିବେ ବୋଲି ଜଣାଇଛନ୍ତି ା ଏହି ଆଲୋଚନା ବେଳେ ତୁଷରା ଥାନାଧିକାରୀ ଯଶୋବନ୍ତ ପ୍ରଧାନୀ, ମେଡିକାଲ ଅଫିସର ଡା ଲଲାଟେନ୍ଦୁ ନାଏକ ଉପସ୍ଥିତ ଥିଲେ ା ତୁଷରାର ରୁନୁ ଗୋପାଳ ସାହୁ, ବିଜୟ ବାଗ, ଓମ୍‌ପ୍ରକାଶ ଶର୍ମା, ଶ୍ରୀକାନ୍ତ ବାଗ, ସଞ୍ଜୀବ ପ୍ରଧାନ, ବୀରେନ୍ଦ୍ର ଜୈନ୍‌, ସଞ୍ଜୟ ଗୁପ୍ତା, ଦେବାଶିଷ ମହାପାତ୍ର ଓ ଅନ୍ୟମାନେ ଆଲୋଚନା କରି ଦାବିପତ୍ର ଦେଇଥିଲେ ା