ଜୀବନ ହେଲାଣି ଦୁର୍ବିଷହ, ସଟ୍‌ଡାଉନ୍‌ ହଟାଅ

ବଲାଙ୍ଗୀର ଅଫିସ/ଗୁଡଭେଲା, ୧୪ା୫ (ଡି.ଏନ୍‌.ଏ.)-ଗତ ମେ ୧ ତାରିଖ ଦିନ ବଲାଙ୍ଗୀର ଜିଲା ଗୁଡଭେଲା ବ୍ଳକ୍‌ ରୁଷୁଡା ପଞ୍ଚାୟତର ଲିଖିରିଆ ଗଁାର ଦୁଇଜଣ ପ୍ରବାସୀ ଶ୍ରମିକ କରୋନା ସଂକ୍ରମିତ ବୋଲି ଜଣାପଡିଥିଲା ା ସେହିଦିନରୁ ଲିଖିରିଆ ଗଁା ସହିତ ସଂଲଗ୍ନ ତୁଷରା ସହରାଞ୍ଚଳ, ଗୁଡଭେଲା ଓ ଦେଓଗଁା ବ୍ଳକର ୨୨ଟି ଗଁାକୁ କଣ୍ଟେନମେଣ୍ଟ ଓ ବଫର ଜୋନ୍‌ ଘୋଷଣା କରି ଏହି ଅଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଇତିମଧ୍ୟରେ ଏହି ସଟ୍‌ଡାଉନ୍‌କୁ ୧୪ ଦିନ ବିତିଗଲାଣି ା ଏଥିଯୋଗୁଁ ଏହି ଅଞ୍ଚଳବାସୀ ବିଶେଷକରି ତୁଷରା ସହରାଞ୍ଚଳବାସୀ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି ା ଏଠାକାର ବ୍ୟବସାୟୀ ଓ ସାଧାରଣ ଲୋକଙ୍କ ଜୀବନ ଜୀବିକା ଏକପ୍ରକାର ବ୍ୟାହତ ହୋଇଯାଇଛି ା ଲୋକେ ଅତ୍ୟନ୍ତ ଦୁର୍ବିଷହ ଜୀବନ ବିତାଉଥିବା ଅଭିଯୋଗ କରି ଗୁରୁବାର ସନ୍ଧ୍ୟାରେ ତୁଷରା ନାଗରିକ କମିଟି, ବ୍ୟବସାୟୀ ସଂଘ, ୟୁଥ୍‌ ଆକ୍ସନ କମିଟି, ମାରୱାଡି ୟୁବା ମଞ୍ଚ, ତୁଷରା ସାମ୍ବାଦିକ ସଂଘର ସଦସ୍ୟ ଓ ଅନ୍ୟମାନେ ମିଳିତ ଭାବେ ସ୍ଥାନୀୟ ତହସିଲଦାରଙ୍କୁ ଭେଟି ତୁରନ୍ତ ସଟ୍‌ଡାଉନ୍‌ ହଟାଇବାକୁ ନିବେଦନ କରିଥିଲେ ା ତହସିଲଦାର ଚନ୍ଦ୍ରମଣି ନାଗ ଦାବିପତ୍ର ଗ୍ରହଣ କରି ଏନେଇ ଉପଜିଲାପାଳଙ୍କ ସହ ଆଲୋଚନା ପରେ ଯାଇ କିଛି କହି ପାରିବେ ବୋଲି ଜଣାଇଛନ୍ତି ା ଏହି ଆଲୋଚନା ବେଳେ ତୁଷରା ଥାନାଧିକାରୀ ଯଶୋବନ୍ତ ପ୍ରଧାନୀ, ମେଡିକାଲ ଅଫିସର ଡା ଲଲାଟେନ୍ଦୁ ନାଏକ ଉପସ୍ଥିତ ଥିଲେ ା ତୁଷରାର ରୁନୁ ଗୋପାଳ ସାହୁ, ବିଜୟ ବାଗ, ଓମ୍‌ପ୍ରକାଶ ଶର୍ମା, ଶ୍ରୀକାନ୍ତ ବାଗ, ସଞ୍ଜୀବ ପ୍ରଧାନ, ବୀରେନ୍ଦ୍ର ଜୈନ୍‌, ସଞ୍ଜୟ ଗୁପ୍ତା, ଦେବାଶିଷ ମହାପାତ୍ର ଓ ଅନ୍ୟମାନେ ଆଲୋଚନା କରି ଦାବିପତ୍ର ଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ରାସ୍ତା ଆଢୁଆଳରେ ନଳକୂପ: ପିଇବା ପାଣି ପାଇଁ ହଟହଟା

ଲୋଇସିଂହା,୧୩।୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଗୁର୍ଜିଭଟାରୁ ବାଦିବାହାଲ ଆରଡି ରାସ୍ତା ପ୍ରଶସ୍ତ ଓ ଉନ୍ନତୀକରଣ କାମ ଚାଲିଛି ା ଏହାଦ୍ୱାର ରାସ୍ତା ପାର୍ଶ୍ୱରେ ଥିବା…

ଆଜି ବିଧାୟକ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ ଫାଇନାଲ: ବାଦିବାହାଲ-ନଅଗାଁ(ଖ) ମଧ୍ୟରେ ମୁକାବିଲା

ଲୋଇସିଂହା,୧୪।୨(ସୁଶାନ୍ତ ବାରିକ):ସ୍ବାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗଙ୍କ ଉଦ୍ୟମ କ୍ରମେ ଲୋଇସିଂହା ନିର୍ବାଚନ ମଣ୍ଡଳୀସ୍ତରୀୟ ବିଧାୟକ କପ୍‌ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହେଉଛି। ଶୁକ୍ରବାର ବଲାଙ୍ଗୀର ଜିଲା ଲୋଇସିଂହା ଷ୍ଟାଡିୟମରେ…

ସାଇବର ଠକଙ୍କ କବ୍‌ଜାରେ ବଲାଙ୍ଗୀରର ୯୯୨ ଆକାଉଣ୍ଟ

ବଲାଙ୍ଗୀର,୧୪ା୨(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସାଇବର ଥାନା ପୋଲିସ ଏକ ଆନ୍ତଃରାଜ୍ୟ ସାଇବର ଠକେଇ ରାକେଟର ପର୍ଦ୍ଦାଫାଶ କରିଛି। ବଲାଙ୍ଗୀର ଏସ୍‌ପି ଅଭିଳାଷ ଜି ଶୁକ୍ରବାର ସ୍ଥାନୀୟ…

ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରି ଅଭିନବ ଉପାୟରେ କରୁଥିଲେ ଠକେଇ, ୨ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ବଲାଙ୍ଗୀର, ୧୩।୨ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସାଇବର ଥାନା ପୋଲିସ କୋଟି କୋଟି ଟଙ୍କାର ସାଇବର ଠକେଇର ପର୍ଦ୍ଦାଫାଶ କରିଛି। ଏ ସଂକ୍ରାନ୍ତରେ ପୋଲିସ ଦୁଇ…

ଡକାୟତି ଘଟଣାରେ ୧୦ ଗିରଫ: କାର୍‌, ବାଇକ ସହ ଜବତ ହେଲା…

ବଲାଙ୍ଗୀର, ୧୨।୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଚୂଡାପାଲିସ୍ଥିତ ଏକ ଅଳଙ୍କାର ଦୋକାନରୁ ଲୁଟ୍‌ ଏବଂ ଡକାୟତି ଘଟଣାରେ ବଲାଙ୍ଗୀର ପୋଲିସ ୧୦…

ଲୋଇସିଂହା ବିଧାୟକ କପ ଫୁଟବଲ: ସରିଲା ଲିଗ ପର୍ଯ୍ୟାୟ

ଲୋଇସିଂହା,୧୧।୨(ସୁଶାନ୍ତ ବାରିକ) ସାସ୍ଥ୍ୟ ମନ୍ତ୍ରୀଙ୍କ ଉଦ୍ୟମ କ୍ରମେ ଲୋଇସିଂହା ବିଧାୟକ କପ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହେଉଛି। ନିର୍ବାଚନ ମଣ୍ଡଳୀ ଅଧୀନ ୩ ବ୍ଲକରେ ଚାଲିଥିବା ଲିଗ…

ବଲାଙ୍ଗୀର ବନ୍ଦ ସଫଳ କରିବାକୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବଲାଙ୍ଗୀର,୧୨ା୨(ସୁନିଲ କୁମାର ମହାନ୍ତି): ଏଆଇଟିୟୁସିର ପକ୍ଷରୁ ଭାରତ ବନ୍ଦ ପରିପ୍ରେକ୍ଷୀରେ ବଲାଙ୍ଗୀରରେ କୋଶଳ କଳା ମଣ୍ଡଳ ପଡ଼ିଆରୁ ଗୁରୁବାର ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରାଯିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri