Categories: ଜାତୀୟ

ଜୀବନରୁ ମାରିବା ପାଇଁ ଆକ୍ରମଣ କରିଥିଲେ ଐଶ୍ୱର୍ଯ୍ୟା: ରାବ୍ରି

ପାଟନା,୧୭।୧୨: ବୋହୂ ପରେ ଏବେ ଶାଶୁ ଅଭିଯୋଗ ଆଣିଛନ୍ତି। ବିହାରରେ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ର ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଘରର ପାରିବାରିକ କଳହ ସାମ୍ନାକୁ ଆସିଛି। ରବିବାର ଲାଲୁ ଯାଦବଙ୍କ ବୋହୂ ଐଶ୍ୱର୍ଯ୍ୟା ଶଶୂରଘର ଲୋକ ତାଙ୍କୁ ନିର୍ଯ୍ୟାତନା ଦେଉଥିବା ନେଇ ଅଭିଯୋଗ ଆଣିବା ସହ ୫ଜଣଙ୍କ ବିରୋଧରେ ଏତଲା ଦେଇଥିଲେ। ଅପରପକ୍ଷରେ ମଙ୍ଗଳବାର ରାବ୍ରି ଦେବୀ ନିଜ ବୋହୂ ବିରୋଧରେ ପୋଲିସରେ ଅଭିଯୋଗ କରିଛନ୍ତି। ଐଶ୍ୱର୍ଯ୍ୟାଙ୍କଠାରୁ ତାଙ୍କ ଜୀବନପ୍ରତି ବିପଦ ରହିଛି ବୋଲି ରାବ୍ରି ନିଜ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ବହୂ ଐଶ୍ୱର୍ଯ୍ୟା ଅକ୍ଟୋବରରେ ତାଙ୍କୁ ମରାଣାନ୍ତକ ଆକ୍ରମଣ କରିଥିଲେ ବୋଲି ରାବ୍ରି କହିଛନ୍ତି।

Share