ଜି-୭ରେ ମୋଦି

ବିଆରିଜ୍‌,୨୬ା୮(ପି.ଟି.):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଫ୍ରାନ୍ସର ବିଆରିଜ୍‌ରେ ଆୟୋଜିତ ତିନିଦିନିଆ ଜି-୭ ସମ୍ମିଳନୀରେ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇଛନ୍ତି। ସେ ବାହାରିନ୍‌ରୁ ଫ୍ରାନ୍ସ ଯାଇ ସମ୍ମିଳନୀରେ ବିଶ୍ୱନେତାମାନଙ୍କୁ ଭେଟିଛନ୍ତି। ସମ୍ମିଳନୀରେ ୭ ସଦସ୍ୟ ରାଷ୍ଟ୍ର (ଫ୍ରାନ୍ସ, ଇଟାଲୀ, କାନାଡା, ଆମେରିକା, ଜାପାନ, ଜର୍ମାନୀ ଓ ବ୍ରିଟେନ)ର ନେତାମାନେ ଯୋଗଦେଇଛନ୍ତି।

Share