ଜି-୨୦ ପୂର୍ବରୁ ହଂକଂରେ ବିଶାଳ ବିକ୍ଷୋଭ: ବିଶ୍ୱ ନେତାଙ୍କ ସହଯୋଗ ଲୋଡ଼ିଲେ

ଜାତିସଂଘ,୨୭ା୬: ଚଳିତ ସପ୍ତାହରେ ଜାପାନର ଓସାକାଠାରେ ଜି-୨୦ ରାଷ୍ଟ୍ରଗୋଷ୍ଠୀର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏହା ପୂର୍ବରୁ ବୁଧବାର ହଂକଂରେ ହଜାର ହଜାର ଲୋକ ୧୯ଟି ସଦସ୍ୟ ରାଷ୍ଟ୍ରର ବାଣିଜି୍ୟକ ଦୂତାବାସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନେ କଳା ପୋଷାକ ପିନ୍ଧି ମୁହଁରେ ପଟି ବାନ୍ଧି ନୀରବ ଶୋଭାଯାତ୍ରାରେ ବାହାରିଥିଲେ। ବିବାଦୀୟ ପ୍ରତ୍ୟର୍ପଣ ବିଲ୍‌କୁ ହଂକଂବାସୀ ବିରୋଧ କରିଆସୁଥିବାବେଳେ ଜି-୨୦ ସମ୍ମିଳନୀ ଅବସରରେ ଏଥିପାଇଁ ଚାଇନା ରାଷ୍ଟ୍ରପତିଙ୍କ ଉପରେ ଚାପ ପକାଇବାକୁ ସେମାନେ ବିଦେଶୀ ନେତାମାନଙ୍କୁ ଅନୁରୋଧ କରିଛନ୍ତି। ହଂକଂକୁ ଉଚ୍ଚମାନର ସ୍ବାୟତ୍ତତା ପ୍ରଦାନ, ମୁକ୍ତ ବାଣିଜ୍ୟ ପରିବେଶ, ନାଗରିକମାନଙ୍କ ବାଣିଜ୍ୟ ଅଧିକାରର ସୁରକ୍ଷା ଆଦି ପ୍ରସଙ୍ଗରେ ବିଶ୍ୱ ନେତାମାନେ ସମ୍ମିଳନୀରେ ଆଲୋଚନା କରିବା ଲାଗି ବିକ୍ଷୋଭକାରୀମାନେ ଦାବି କରି ବାଣିଜି୍ୟକ ଦୂତାବାସର ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ।
ହଂକଂରେ ପ୍ରତ୍ୟର୍ପଣ ବିଲ୍‌କୁ ବିରୋଧ କରି ଦୀର୍ଘଦିନ ହେଲା ବିକ୍ଷୋଭ ଜାରି ରହିଛି। ଜି-୨୦ ଏକ ଅନ୍ତର୍ଜାତୀୟ ଫୋରମ ହୋଇଥିବାରୁ ଏଥିରେ ବିକ୍ଷୋଭ ପ୍ରସଙ୍ଗ ଆଲୋଚନା ଲାଗି ଅନୁମତି ଦିଆଯିବ ନାହିଁ ବୋଲି ଚାଇନା ସହକାରୀ ବହିର୍ବ୍ୟାପାର ମନ୍ତ୍ରୀ ଝାଙ୍ଗ୍‌ ଜୁନ୍‌ ସୋମବାର କହିବା ପରେ ସାନି ଆନ୍ଦୋଳନ ମୁଣ୍ଡ ଟେକିଛି। ମନ୍ତ୍ରୀଙ୍କ ମନ୍ତବ୍ୟରୁ ହଂକଂ ପ୍ରସଙ୍ଗଠାରୁ ଚାଇନା ଦୂରେଇ ରହିବାକୁ ଚାହୁଁଥିବା ସ୍ପଷ୍ଟ ହୋଇଯାଇଛି। ଫଳରେ ହଂକଂବାସୀ ଏହାକୁ ଗୁରୁତର ସହ ନେଇ ବିଦେଶୀ ରାଷ୍ଟ୍ରଗୁଡ଼ିକର ସହଯୋଗ ଚାହିଁଛନ୍ତି। ହଂକଂର ବ୍ୟବସାୟିକ କେନ୍ଦ୍ରସ୍ଥଳ ଚାଟର ଗାର୍ଡେନରେ ହଜାର ହଜାର ଲୋକ ରୁଣ୍ଡ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ହଂକଂକୁ ଚାଇନାର ଉପନିବେଶୀୟ ଶାସନରୁ ମୁକ୍ତ କରିବା ଲାଗି ସେମାନେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଓ ଅନ୍ୟ ନେତାମାନଙ୍କୁ ଅନୁରୋଧ କରିଥିଲେ। ଆମେ ହଂକଂବାସୀ ମର୍ଯ୍ୟାଦାର ସହ ନିର୍ଭୟରେ ବସବାସ କରିବାକୁ ଚାହୁଁ। ଚାଇନାର ପ୍ରତ୍ୟର୍ପଣ ନୀତି ଚଳିବ ନାହିଁ ବୋଲି ସେମାନେ ସ୍ଲୋଗାନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri