ଜି-୨୦ ଦେଶ ମଧ୍ୟରେ ଭାରତର ସ୍ଥିତି ଉନ୍ନତ

ନୂଆଦିଲ୍ଲୀ,୧୮।୪: ବର୍ତ୍ତମାନ ସାରା ବିଶ୍ୱରେ କୋଭିଡ୍‌-୧୯ ଏହାର କାୟାବିସ୍ତାର କରିଛି। ଲକ୍‌ଡାଉନ ପାଇଁ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥା ଏବେ କ୍ଷତିଗ୍ରସ୍ତ ହୋଇଛି। ଅର୍ଥ ବ୍ୟବସ୍ଥାକୁ ସହାୟତା କରିବା ଲାଗି ରିଜର୍ଭ ବ୍ୟାଙ୍କ ଶୁକ୍ରବାର ଆଉ ଏକ ବୁଷ୍ଟର ପ୍ୟାକ ଘୋଷଣା କରିଛି। ଦୀର୍ଘମିଆଦୀ ରେପୋ ଅପରେଶନରେ ୫୦ ହଜାର କୋଟି ଏବଂ ବ୍ୟାଙ୍କ ତଥା ସରକାରୀ ଅନୁଷ୍ଠାନଗୁଡିକ ଆଉ ୫୦ ହଜାର କୋଟି ଟଙ୍କାର ସହାୟତା ବଜାରକୁ ଯୋଗାଇ ଦେବେ। ଏଭଳି ସ୍ଥିତିରେ ବଜାରକୁ ଆଉ ୧ ଲକ୍ଷ କୋଟି ଟଙ୍କା ଆସିବ ବୋଲି କୁହାଯାଉଛି। କୋଭିଡ୍‌-୧୯ ଲଢେଇ ଦିଗରେ କେନ୍ଦ୍ରୀୟ ବ୍ୟାଙ୍କ ଏହାର ପ୍ରୟାସ ଜାରି ରଖିଛି। ନୂଆ ଘୋଷଣା କରି ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ଜି ୨୦ ଦେଶ ସମୂହଙ୍କ ମଧ୍ୟରେ ଭାରତୀୟ ଅର୍ଥ ବ୍ୟବସ୍ଥାର ସ୍ଥିତି ଉନ୍ନତ ରହିଛି। ୨୦୨୧-୨୨ରେ ଭାରତୀୟ ଅର୍ଥ ବ୍ୟବସ୍ଥା ପୁଣି ଥରେ ଦ୍ରୁତ ଅଭିବୃଦ୍ଧି ପଥକୁ ଫେରିବ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଆକଳନ ମୁତାବକ ଭାରତର ଅଭିବୃଦ୍ଧି ହାର ୧.୯% ରହିବ ବୋଲି ଶକ୍ତିକାନ୍ତ ଗୁରୁତ୍ୱାରୋପ କରିଛନ୍ତି।

ଇଣ୍ଡିଆ ଇଙ୍କ୍‌ର ସ୍ବାଗତ
କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ରିଫାଇନାନ୍ସିଂ ଓ୍ବିଣ୍ଡୋର ପୁନଃ ଆରମ୍ଭ ପଦକ୍ଷେପକୁ ଦେଶର ଶିଳ୍ପଜଗତ ପକ୍ଷରୁ ସ୍ବାଗତ କରାଯାଇଛି। ଏହାଦ୍ୱାରା ସିଷ୍ଟମକୁ ୫୦ ହଜାର କୋଟି ଟଙ୍କାର ନଗଦ ଆସିପାରିବ। ଫଳରେ ବ୍ୟାଙ୍କଗୁଡିକ ଋଣ ପ୍ରଦାନ ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିପାରିବେ। ଏଭଳି ପଦକ୍ଷେପ କୋଭିଡ୍‌-୧୯ ଯୋଗୁ ବଜାରରେ ଉପୁଜିଥିବା ସମସ୍ୟାକୁ ସମାଧାନ କରିବା ଦିଗରେ ସହାୟକ ହୋଇପାରିବ ବୋଲି ଶିଳ୍ପଜଗତ ପକ୍ଷରୁ ସୂଚନା ରହିଛି। ବଜାରରେ ନଗଦ ଉପଲବ୍ଧ କରାଇବା, କ୍ଷତିଗ୍ରସ୍ତ କ୍ଷେତ୍ରଗୁଡିକୁ ବିଚାର କରି ସେହି ଅନୁଯାୟୀ ଯୋଜନା ଭଳି ପଦକ୍ଷେପ ନିଶ୍ଚିତ ପକ୍ଷେ ସ୍ବାଗତଯୋଗ୍ୟ ବୋଲି କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜର ମହାନିର୍ଦ୍ଦେଶକ ଚନ୍ଦ୍ରଜିତ ବାନାର୍ଜୀ କହିଛନ୍ତି। ବ୍ୟାଙ୍କଗୁଡିକ ଲାଗି ବିଭିନ୍ନ ରେଗୁଲେଟୋରି ପଦକ୍ଷେପ କୋଭିଡ୍‌-୧୯ ପ୍ରଭାବକୁ କମାଇବା ଦିଗରେ ସହାୟକ ହେବ ବୋଲି ଫିିକି ସଭାପତି ସଙ୍ଗୀତା ରେଡି କହିଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କର ପଦକ୍ଷେପ ସାଧାରଣ ଲୋକଙ୍କୁ ସହାୟତା କରିବା ଦିଗରେ ଏନ୍‌ବିଏଫ୍‌ସିଗୁଡିକୁ ସହାୟକ ହେବ ବୋଲି ମୁଥୁଟ ପାପାଚାନ ଗ୍ରୁପ୍‌ର ପ୍ରତିଷ୍ଠାତା ନିର୍ଦ୍ଦେଶକ ଥୋମାସ ମୁଥୁଟ କହିଛନ୍ତି।

ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି
ବଜାରରେ ଅଧିକ ପରିମାଣର ନଗଦ ସୁବିଧା ଦେବାରେ ରିଜର୍ଭ ବ୍ୟାଙ୍କର ପଦକ୍ଷେପ ସହାୟତା କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କର ଏଭଳି ପଦକ୍ଷେପକୁ ମୋଦି ଶୁକ୍ରବାର ପ୍ରଶଂସା କରିଛନ୍ତି। ଟୁଇଟ ଯୋଗେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶର କ୍ଷୁଦ୍ର ବାଣିଜ୍ୟ, ଏମ୍‌ଏସ୍‌ଏମ୍‌ଇ, କୃଷକଙ୍କ ଏବଂ ଗରିବ ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହା ରାଜ୍ୟଗୁଡିକର ଓ୍ବେଜ ଆଣ୍ଡ ମିନ୍ସ ଆଡଭାନ୍ସ ଲିମିଟକୁ ମଧ୍ୟ ବଢାଇବା ଦିଗରେ ସହାୟକ ହେବ ବୋଲି ସେ ମତ ପ୍ରକାଶ କରିଛନ୍ତି।

ଋଣ ଯୋଗାଣ ନେଇ ବ୍ୟାଙ୍କ ଉତ୍ସାହିତ ହେବେ:ସୀତାରାମନ
କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ବଜାରରେ ଅତିରିକ୍ତ ନଗଦ ସୁବିଧା ଯୋଗାଣ, ଆର୍ଥତ୍କ ଚାପକୁ କମାଇବା, ବଜାରରେ ସ୍ଥିତାବସ୍ଥା ଜାରି ସହ ବ୍ୟାଙ୍କଗୁଡିକ ଅଧିକ ପରିମାଣରେ ଋଣ ଯୋଗାଣ ନେଇ ସୁବିଧା ପ୍ରଦାନ କରିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି। ସୀତାରାମନ ଟୁଇଟ ଯୋଗେ କହିଛନ୍ତି ଯେ, ଆର୍‌ବିଆଇର ଟାର୍ଗେଟେଡ୍‌ ଦୀର୍ଘମିଆଦୀ ରେପୋ ଅପରେଶନ ( ଟିଏଲ୍‌ଟିଆର୍‌ଓ) ଏନ୍‌ବିଏଫ୍‌ସି ଏବଂ ମାଇକ୍ରୋ ଫାଇନାନ୍ସଗୁଡିକ ଲାଗି ସହାୟକ ହୋଇପାରିବ। ଅନ୍ୟ ପଦକ୍ଷେପଗୁଡିକ ମଧ୍ୟ ବଜାରରେ ରହିଥିବା କରୋନା ପ୍ରଭାବକୁ କମ୍‌ କରିବା ଦିଗରେ ସହାୟକ ହୋଇପାରିବ ବୋଲି ସେ ଆଶାବାଦୀ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...

8th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର: ଜାନୁଆରୀ ୧ରୁ ବୃଦ୍ଧି ପାଇବ ଦରମା, ପେନସନ! ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୩୦।୧୨: ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ଏହି ସପ୍ତାହ ୨୦୨୬ର ଆରମ୍ଭ। ଏହି ବର୍ଷ ଅନେକ ଦିଗରେ ଅନେକ ପରିବର୍ତ୍ତନ ଆଣିଛି। କେନ୍ଦ୍ର ସରକାରୀ...

ଯୁବବର୍ଗଙ୍କୁ ନୂଆବର୍ଷର ଉପହାର ଦେଲେ ସରକାର: ମିଳିବ ୧୫ ହଜାର ଟଙ୍କା, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୩୦।୧୨: ନୂଆବର୍ଷ ପୂର୍ବରୁ ସରକାର ଯୁବପିଢ଼ିଙ୍କୁ ଏକ ନୂତନ ବର୍ଷର ଉପହାର ଦେଇଛନ୍ତି। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ X ରେ ଟୁଇଟ୍‌ କରିଛି, ଯେଉଁଥିରେ...

କ୍ଷମା ମାଗିଲେ ଲଲିତ ମୋଦି

ନୂଆଦିଲ୍ଲୀ,୩୦ା୧୨ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦି ନିକଟରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସହ ଲଣ୍ଡନରେ ପାର୍ଟି କରୁଥିବାର...

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଫିକା ପଡିବ ନୂଆବର୍ଷ ସେଲିବ୍ରେଶନ: Swiggy-Zomato ଭଳି ଅନେକ ଆପ୍‌ରେ ହେବନି ଡେଲିଭରି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୯।୧୨: ଯେଉଁମାନେ ବନ୍ଧୁ ଏବଂ ପରିବାର ସହିତ ଘରେ ନୂଆବର୍ଷ ପାଳନ କରିବାକୁ ଯୋଜନା କରୁଛନ୍ତି ସେମାନଙ୍କୁ ଏକ ବଡ଼ ଝଟକା ଲାଗିଛି। ଯଦି ଆପଣ...

ରୁପା ମୂଲ୍ୟରେ ରେକର୍ଡ ବୃଦ୍ଧି: ଗହଣା ନୁହେଁ ଏହି କାରଣରୁ ବଢିଚାଲିଛି, ଆଉ କମିବନି

ନୂଆଦିଲ୍ଲୀ,୨୯ା୧୨: ୨୦୨୫ ମସିହାରେ ରୁପା ମୂଲ୍ୟରେ ଅପ୍ରତ୍ୟାଶିତ ବୃଦ୍ଧି ଦେଖିବାକୁ ମିଳିଛି। ଭାରତୀୟ ବଜାରରେ ଏହା ଏକ ନୂତନ ରେକର୍ଡ ସ୍ତରରେ ପହଞ୍ଚିଥିବା ବେଳେ ଏହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri