Categories: କନ୍ଧମାଳ

ଜି.ଉଦୟଗିରି: ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନିମନ୍ତେ ଆବେଦନ

ଜି.ଉଦୟଗିର,୨୧।୧୧(ଡି.ଏନ୍‌.ଏ)- ଜି.ଉଦୟଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷା ଦୀପ୍ତିରେଖା ପ୍ରଧାନଙ୍କ ବିରୋଧରେ ୧୩ ଜଣ ସଦସ୍ୟ ଅନାସ୍ଥା ପ୍ରସ୍ତାବ ନିମନ୍ତେ ବାଲିଗୁଡ଼ା ଉପଜିଲାପାଳଙ୍କ ନିକଟରେ ଆବେଦନ କରିଛନ୍ତି। ବାଲିଗୁଡ଼ା ଉପଜିଲାପାଳ ଅନାସ୍ଥା ପ୍ରସ୍ତାବ ଗତ ୧୫ତାରିଖରେ ପାଇବା ପରେ ଜି.ଉଦୟଗିରି ବିଡିଓଙ୍କ ନିକଟକୁ ଏହାକୁ ଯାଞ୍ଚ ନିମନ୍ତେ ପଠାଇଛନ୍ତି। ସୂଚନା ପ୍ରକାରେ, ଜି.ଉଦୟଗିରି ପଞ୍ଚାୟତ ସମିତିରେ ୧୮ସଦସ୍ୟ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୩ ଜଣ ଅନସ୍ଥା ପ୍ରସ୍ତାବ ନିମନ୍ତେ ପତ୍ର ଲେଖିଛନ୍ତି। ଏହି ଖବର ଜି.ଉଦୟଗିରି ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି।