ଜି. ଉଦୟଗିରିରେ ମା’ଙ୍କ ମହାସପ୍ତମୀ ପୂଜା

ଜି.ଉଦୟଗିରି,୫।୧୦(ଡି.ଏନ୍‌.ଏ.):  କନ୍ଧମାଳ ଜିଲା ଜି. ଉଦୟଗିରି ବ୍ୟବସାୟୀ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ପୂଜାମଣ୍ଡପରେ ମା’ ଦୁର୍ଗାଙ୍କ ମହାସପ୍ତମୀ ପୂଜା ଶନିବାର ଅନୁଷ୍ଠିତ ହେଉଛି। ଶୁକ୍ରବାର ରାତିରେ ଅଞ୍ଚଳର ଅଧିଷ୍ଠାତ୍ରୀ ବରାଳ ଦେବୀଙ୍କ ଘଟକୁ ବରଣ କରି ଅଣାଯିବା ପରେ ବିଲ୍ବ ଅଧିବାସ, ଜଳାଧିବାସ କରାଯାଇ ଷଷ୍ଠୀ ପୂଜା ହୋଇଥିଲା। ପୁରୋହିତ ସୂର୍ଯ୍ୟ ନାରାୟଣ ଆଚାର୍ଯ୍ୟ, ସୁଧାଂଶୁ ଆଚାର୍ଯ୍ୟ, ସଞ୍ଜୟ ଆଚାର୍ଯ୍ୟ ପ୍ରମୁଖ ମା’ଙ୍କ ପୂଜାର୍ଚ୍ଚନା କରୁଛନ୍ତି । ଦୀର୍ଘ ୭୦ ବର୍ଷରୁ ଊଦ୍ଧର୍‌ବ ହେବ ସହରବାସୀଙ୍କ ସହଯୋଗରେ ଏହି ପୂଜା କରାଯାଉଛି।