ଜିଲା ସଡ଼କ ସୁରକ୍ଷା ବୈଠକ: କଡ଼ାକଡ଼ି କରାଯିବ ସୁରକ୍ଷା ବ୍ୟବସ୍ଥା

ନୟାଗଡ଼ ଅଫିସ,୨୪ା୮: ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜିଲାପାଳଙ୍କ ସଦ୍‌ଭାବନା ଗୃହରେ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଡ. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଡ଼କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ଜିଲାର ସଡ଼କ ସୁରକ୍ଷା ସମ୍ବନ୍ଧୀୟ ସମସ୍ୟା, ଗମନାଗମନ, ରାସ୍ତାଘାଟ ପରିସ୍ଥିତି, ମୃତ୍ୟୁଜନିତ ଦୁର୍ଘଟଣା, ସ୍କୁଲ ଓ କଲେଜ ଛାତ୍ରୀଛାତ୍ରଙ୍କ ଯିବାଆସିବା ବ୍ୟବସ୍ଥା, ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ତତ୍କାଳ ଚିକିତ୍ସା ବିଷୟରେ ସୂଚନା ପ୍ରଦାନ କରିବା ଲାଗି ଆଞ୍ଚଳିକ ପରିବହନ ଅଧିକାରୀ ପ୍ରତାପ ପ୍ରୀତିମୟଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ସେହିପରି ନୟାଗଡ଼ ପୌରପାଳିକା ଅଧିକାରୀ, ରାସ୍ତା ଓ ଗୃହନିର୍ମାଣ ବିଭାଗକୁ ସହରରେ ଗାଡ଼ି ପାର୍କିଂ ନିମନ୍ତେ ଜାଗା ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସହରାଞ୍ଚଳରେ ଜନସାଧାରଣଙ୍କ ସୂଚନା ପାଇଁ ବିଭିନ୍ନ ପ୍ରକାର ସଡ଼କ ସୁରକ୍ଷା ସାଇନ୍‌ ବୋର୍ଡ଼ ଲଗାଇବାକୁ ପରିବହନ ଅଧିକାରୀଙ୍କୁ କୁହାଯାଇଥିଲା। ରାସ୍ତା ଅବରୋଧ କରୁଥିବା ଗାଡ଼ି ଓ ବୁଲାବିକାଳିଙ୍କୁ ତୁରନ୍ତ ହଟାଇବା ପାଇଁ ପୋଲିସ ଅଧିକାରୀମାନେ ତପତ୍ରତା ଦେଖାଇବା ଲାଗି କୁହାଯାଇଥିଲା। ବୈଠକରେ ଉପସ୍ଥିତ ଥିବା ଏସ୍‌ପି ଶଶିଭୂଷଣ ଶତପଥୀ ସଡ଼କ ସୁରକ୍ଷାରେ ପୋଲିସ ସହଯୋଗ କରିବେ ବୋଲି ସହମତି ପ୍ରକାଶ କରିଥିଲେ। ଜିଲାରେ ଚଳିତବର୍ଷ ୬୭ ଦୁର୍ଘଟଣା ଘଟିଥିବାବେଳେ ଅଧିକାଂଶ ବେପରୁଆ ଗାଡ଼ି ଚାଳନା ଯୋଗୁ ହୋଇଥିବା ବୈଠକରେ ସୂଚନା ଦିଆଯାଇଥିଲା। ଅନେକ ସ୍ଥାନରେ ରାସ୍ତା କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ଉପସ୍ଥିତ ସଭ୍ୟମାନେ ଦର୍ଶାଇଥିଲେ। ଜିଲାପାଳ ଟୁଡ଼ୁ ରାସ୍ତା ନିର୍ମାଣ ବିଭାଗ ଅଧିକାରୀଙ୍କୁ ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି ମଦ୍ୟପାନ କରି ଗାଡ଼ି ଚଲାଉଥିବାରୁ ଅବକାରୀ ବିଭାଗ ଚୋରା ମଦ ଚାଲାଣ ଓ ବେଆଇନ ମଦ ବିକ୍ରି ଉପରେ ଲଗାମ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାନାମାକୁ ପାଳନ କରିବା ପାଇଁ ସମସ୍ତ ସ୍କୁଲ, କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇବା ଲାଗି ଜିଲାପାଳ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଛାତ୍ରୀଛାତ୍ରଙ୍କୁ ଅସୁରକ୍ଷିତ ଭାବେ ପରିବହନ କରୁଥିବା ଗାଡ଼ି, ଅଟୋ ରିକ୍ସା ଓ ଅନ୍ୟ ମିନି ବସ୍‌ଗୁଡ଼ିକ ଜବତ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଓଭରଲୋଡ଼ିଂ ଓ ବିପଦସଙ୍କୁଳ ଯାତ୍ରା କରୁଥିବା ଗାଡ଼ି ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବା ଲାଗି ଆଲୋଚନା ହୋଇଥିଲା। ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀ, ଘରୋଇ ବସ୍‌ ମାଲିକ ସଂଘ କର୍ମକର୍ତ୍ତା, ଟ୍ରକ୍‌ ମାଲିକ ସଂଘ କର୍ମକର୍ତ୍ତା, ସାମାଜିକ କର୍ମୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri