ଜିଲା ପ୍ରଶାସନକୁ ପ୍ରଶଂସା କଲେ ନବୀନ

ଭଦ୍ରକ ଅଫିସ,୧୪।୪: କରୋନା ଭାଇରସ୍‌ ମୁକାବିଲା କ୍ଷେତ୍ରରେ ଭଦ୍ରକ ଜିଲାପ୍ରଶାସନର କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟୁଇଟର ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଜିଲାପ୍ରଶାସନକୁ ପ୍ରଶଂସା କରିଥିବା ଜଣାପଡ଼ିଛି। ସୂଚନା ମୁତାବକ ଅଳ୍ପ ସମୟ ମଧ୍ୟରେ ପ୍ରଶାସନିକ ଅଧିକାରୀମାନେ କୋଭିଡ-୧୯ର ମୁକାବିଲା ପାଇଁ ୧୨୦ଟି ଶଯ୍ୟା, ଭେଣ୍ଟିଲେଟର ଓ ଆଇସିୟୁ ବ୍ୟବସ୍ଥା ଥିବା ହସ୍ପିଟାଲ କାର୍ଯ୍ୟକ୍ଷମ କରାଇପାରିଥିବାରୁ ନବୀନ ପ୍ରଶଂସା କରିଛନ୍ତି।