Categories: ପୁରୀ

ଜିଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କୃଷ୍ଣପ୍ରସାଦ ଗସ୍ତ

କୃଷ୍ଣପ୍ରସାଦ,୧୧ା୬(ଡି.ଏନ୍‌.ଏ.)-ପୁରୀ ଜିଲା ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକକୁ ସୋମବାର ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ନୃସିଂହ ଚରଣ ସ୍ବାଇଁ ଗସ୍ତ କରିଛନ୍ତି ା କୃଷ୍ଣପ୍ରସାଦ ବିଡିଓ ଅଭିମନ୍ୟୁ ମାଝି, ସହକାରୀ ଯନ୍ତ୍ରୀ ଇଂ.ପ୍ରସନ୍ନ କୁମାର ସ୍ବାଇଁଙ୍କ ନେତୃତ୍ୱରେ ଫନୀ ବାତ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଅରଖକୁଦା, ମାଣିକା, ସାତପଡ଼ା, ପଣସପଦା, ଗୋପୀନାଥପୁର ଆଦି ବିଭିନ୍ନ ସ୍ଥାନ ସ୍ବାଇଁ ପରିଦର୍ଶନ କରିଥିଲେ ା ସେ ବ୍ଳକ କାର୍ଯ୍ୟାଳୟରେ ଏକ ଜରୁରୀକାଳୀନ ବୈଠକ ଡକାଇଥିଲେ ା ଫନୀ ବାତ୍ୟାରେ ଗୃହ ହରାଇଥିବା ବାସହୀନ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଖୁବ୍‌ ଶୀଘ୍ର ଗୃହ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ପ୍ରଦାନ ପାଇଁ ପ୍ରକଳ୍ପ ନିର୍ଦ୍ଦେଶକ ବିଡିଓ, ସହକାରୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ା ସୂଚନାଯୋଗ୍ୟ, ଏହି ବ୍ଳକରେ ଫନୀ ଯୋଗୁ ୮୭ଟି ବିଦ୍ୟାଳୟ ଗୃହ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାବେଳେ ସେଥିମଧ୍ୟରୁ ୨୧ଟି ବିଦ୍ୟାଳୟ ଗୃହ କାର୍ଯ୍ୟଶେଷ ହୋଇଥିବା ବିଡିଓ ମାଝି ପ୍ରକାଶ କରିଛନ୍ତି ା ଆଉ କିଛି ଦିନ ପରେ ବିଦ୍ୟାଳୟଗୁଡ଼ିକ ଖୋଲାଯିବ। ଏଣୁ ମରାମତି କାର୍ଯ୍ୟ ତୁରନ୍ତ ସାରିବାକୁ ପ୍ରକଳ୍ପ ନିର୍ଦ୍ଦେଶକ ଗୁରୁତ୍ୱାରୋପ କରିଛନ୍ତି।