ଜିଲା ପରିଷଦ ୬ଷ୍ଠ ସାଧାରଣ ବୈଠକ: ବ୍ରାହ୍ମଣୀ କୂଳରେ ଲାଗିବ ୬୫ହଜାର ଚାରା

ଢେଙ୍କାନାଳ ଅଫିସ, ୧୩।୬- ଢେଙ୍କାନାଳ ଜିଲା ପରିଷଦର ୬ଷ୍ଠ ସାଧାରଣ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଜିଲା ପରିଷଦ ସଭାନେତ୍ରୀ ମିନତି ନାୟକ ଏଥିରେ ଅଧ୍ୟକ୍ଷତା କରିଥିଲେ। ସହଯୋଗ ମନୋବୃତ୍ତି ରହିଲେ ବିକାଶ ସମ୍ଭବ। ଏଥିପାଇଁ ଜନପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବା ଜରୁରୀ। ବ୍ରାହ୍ମଣୀ ନଦୀକୂଳ ତଟ ଅବକ୍ଷୟ ଚିନ୍ତାର କାରଣ ପାଲଟିଛି। ଏହାକୁ ରୋକିବାକୁ ନଦୀ ଅବବାହିକା ଅଞ୍ଚଳରେ ୬୫ହଜାର ଚାରା ରୋପଣ କରାଯିବ। ଜିଲାର ବିଭିନ୍ନ ବିଦ୍ୟାଳୟରେ ଶତାଧିକ ପ୍ରଧାନଶିକ୍ଷକ ପଦବୀ ଖାଲି ପଡ଼ିଛି। ଡାକ୍ତରଖାନାରେ ଡାକ୍ତର ନ ଥିବାରୁ ସ୍ବାସ୍ଥ୍ୟସେବା ପ୍ରଭାବିତ ହେଉଛି। ଏହାର ସମାଧାନ କରିବା ଅତ୍ୟାବଶ୍ୟକ ବୋଲି ଜନପ୍ରତିନିଧିମାନେ ଦାବି କରିଛନ୍ତି।
କାମାକ୍ଷାନଗର ବିଧାୟକ ତଥା ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଏମ୍‌ପି ମହେଶ ସାହୁ, ପରଜଙ୍ଗ ବିଧାୟକ ଡା. ନୃସିଂହ ଚରଣ ସାହୁ, ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ପ୍ରମୁଖ ଆଲୋଚନାରେ ଭାଗ ନେଇ ଜିଲାର ବିକାଶ ରଥକୁ ଆଗକୁ ନେବାକୁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ। ଗ୍ରାମାଞ୍ଚଳରେ ବିକାଶ କାର୍ଯ୍ୟ ତ୍ୱରାନ୍ବିତ ହେଲେ ଜିଲାର ବିକାଶ ଆଗେଇବ। ଜିଲାସ୍ତରୀୟ ଅଧିକାରୀ, ବ୍ଲକ ପ୍ରଶାସନର ସହଯୋଗ ମିଳିଲେ ଢେଙ୍କାନାଳ ରାଜ୍ୟର ୧ନଂ. ଜିଲାରେ ପରିଣତ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।
ଜିଲା ବନଖଣ୍ଡ ଅଧିକାରୀ ସୁଦର୍ଶନ ପାତ୍ର ସବୁଜ ମହାନଦୀ ପ୍ରକଳ୍ପ ସମ୍ପର୍କରେ ଆଲୋକପାତ କରିଥିଲେ। ବ୍ରାହ୍ମଣୀ ନଦୀ ଅବବାହିକାରେ ମୃତ୍ତିକା ସଂରକ୍ଷଣ ପାଇଁ କୃଷି, ଉଦ୍ୟାନ, ରେଶମ ଚାଷ ବିଭାଗର ମିଳିତ ସହାୟତାରେ ଫାଶି, ନିମ୍ବ, ଅର୍ଜୁନ ଚାରାରୋପଣ କରାଯିବ। ଏଥି ଲାଗି ବ୍ଲକ ଓ ଜିଲାସ୍ତରୀୟ ପରାମର୍ଶ କମିଟି ଗଠିତ ହୋଇଛି। ପାଖାପାଖି ୫୦ ହେକ୍ଟର ଜମିରେ ୬୫ହଜାର ଚାରା ରୋପଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ମୃତ୍ତିକା ପରୀକ୍ଷା କରି ଚାରା ରୋପଣ କରାଯିବାକୁ ଏମ୍‌ପି ଜିଲା ବନଖଣ୍ଡ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆସନ୍ତା ସାଧାରଣ ପରିଷଦ ବୈଠକ ପୂର୍ବରୁ ଜିଲାରେ ସମସ୍ତ ଅଧିକାରୀ ନିଜ ବିଭାଗର ସୂଚନା ଫର୍ଦ୍ଦ ପ୍ରସ୍ତୁତ କରି ନିର୍ବାଚିତ ପ୍ରତିନିଧିଙ୍କୁ ଦେବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଜିଲା ପରିଷଦ ସଭାନେତ୍ରୀ ପରିଷଦର ସମସ୍ତ ଷ୍ଟାଣ୍ଡିଂ କମିଟି ବୈଠକ ନିୟମିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ଆନୁକୂଲ୍ୟରେ ଆୟୋଜିତ ବିଭିନ୍ନ ପ୍ରଶିକ୍ଷଣ ଯୋଜନାରେ ୨୦୧୯-୨୦ ବର୍ଷରେ ଶତକଡ଼ା ୮୭ ଭାଗ ଲକ୍ଷ୍ୟ ହାସଲ କରାଯାଇଛି। ମୋଟ ୧୪,୯୦,୭୦୦ ଟଙ୍କା ମଧ୍ୟରୁ ୧୩,୦୧,୫୦୦ଟଙ୍କା ଖର୍ଚ୍ଚ କରାଯାଇଛି। ମଧ୍ୟାହ୍ନ ଭୋଜନରେ ୧୬କୋଟି ୧୯ଲକ୍ଷ ୧୬ ହଜାର ୨୦୯ ଟଙ୍କା ମଧ୍ୟରୁ ୧୫କୋଟି ୬୧ଲକ୍ଷ ୬୯ ହଜାର ୨୯୩ ଟଙ୍କା ବ୍ୟୟ ହୋଇଛି। ଏଥିରେ ୯୬% ଲକ୍ଷ୍ୟ ହାସଲ କରାଯାଇଛି। ଜିଲାର ୧୫୨୪ ବିଦ୍ୟାଳୟରେ ପଢୁଥିବା ୧ଲକ୍ଷ ୨୩ହଜାର ୧୦୯ ଛାତ୍ରୀଛାତ୍ର ଉପକୃତ ହୋଇଛନ୍ତି। ଗଙ୍ଗାଧର ମେହେର ଶିକ୍ଷାମାନ ବୃଦ୍ଧି ଯୋଜନାରେ ମିଳିଥିବା ୪କୋଟି ୪୬ଲକ୍ଷ ୪୭ ହଜାର ୨୦୦ଟଙ୍କା ଅନୁଦାନକୁ ୨୫୪ ବିଦ୍ୟାଳୟର ୧୭ ହଜାର ୧୭୨ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବ୍ୟୟ କରାଯାଇଛି। ଜିଲାରେ ୨୦୧୭ରେ ୮୬.୩୭%, ୨୦୧୮ରେ ୭୭.୩୫%, ୨୦୧୯ରେ ୭୨.୩୫% ମାଟ୍ରିକ ପରୀକ୍ଷା ପାସ୍‌ ହାର ରହିଥିବା ଜିଲା ଶିକ୍ଷାଧିକାରୀ ସୁଧାନନ୍ଦ ପରିଡ଼ା ସୂଚନା ଦେଇଛନ୍ତି।
ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ନିରଞ୍ଜନ ମିଶ୍ର ସ୍ବାସ୍ଥ୍ୟ ବିଭାଗ ସମ୍ପର୍କରେ ସମୀକ୍ଷାରେ ଭାଗନେଇ କହିଲେ, ଜିଲାର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ୩୦୯ ପ୍ରକାର ଔଷଧ ଉପଲବ୍ଧ ଅଛି। ୧୮୬ ମଞ୍ଜୁରୀ ଡାକ୍ତର ପଦବୀ ମଧ୍ୟରୁ ୯୫ ଖାଲି ପଡ଼ିଛି। ହାରାହାରି ୫୦% ଡାକ୍ତର ପଦବୀ ଖାଲି ପଡ଼ିଥିବା ଚିନ୍ତାଜନକ ବିଷୟ। ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବାକୁ ସେ ଜନପ୍ରତିନିଧିଙ୍କ ସହଯୋଗ ଲୋଡ଼ିଥିଲେ। ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆୟୂଷ ହସ୍ପିଟାଲରେ ପରିଣତ କରିବାକୁ ସହମତି ପ୍ରକାଶ ପାଇଛି। ଫନୀ କ୍ଷତିଗ୍ରସ୍ତଙ୍କୁ ଜିଲା ଶିକ୍ଷା ବିଭାଗ ପକ୍ଷରୁ ୯ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଜିଲା ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୪୦ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଚଳିତ ବର୍ଷ ଜିଲାର ୬୫ ପ୍ରାଥମିକ ସମବାୟ ସମିତି ମାଧ୍ୟମରେ ୫୧୦୦ କୁଇଣ୍ଟାଲ ବିହନ ବଣ୍ଟାଯିବ ବୋଲି କୃଷି ଉପନିର୍ଦ୍ଦେଶକ ଛବୀନ୍ଦ୍ର ବେହେରା ସୂଚନା ଦେଇଛନ୍ତି। ସେସୁ ନିର୍ବାହୀଯନ୍ତ୍ରୀ ସ୍ବପ୍ନସରିତ ମିଶ୍ର ସମୀକ୍ଷାରେ ଭାଗନେଇ କହିଲେ, ଜିଲାର ୭୩ ଗ୍ରାମରେ ବିଦ୍ୟୁତୀକରଣ କରାଯିବାକୁ ବାକି ରହିଛି। ୫୭ହଜାର ଆବେଦନକାରୀଙ୍କ ମଧ୍ୟରୁ ୪୮ ହଜାର ବିଦ୍ୟୁତ୍‌ ସଂଯୋଗ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ଯନ୍ତ୍ରୀ ସୂଚନା ଦେଇଥିଲେ। ଜିଲାରେ ବିଦ୍ୟୁତ୍‌ ରାଜସ୍ବ ୬୫% କମ୍‌ ହେଉଥିବା ମନ୍ତ୍ରୀ କହିଥିଲେ। ୨୦୧୯-୨୦ ବର୍ଷ ପାଇଁ ଜିଲାରେ ୬୩ ଜଳଯୋଗାଣ ପ୍ରକଳ୍ପ ମଞ୍ଜୁରୀ ହୋଇଛି। ୧୧୨ ପଞ୍ଚାୟତରେ ୧୪୮ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ କରୁଥିବା ଜିଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ବିଜୟାନନ୍ଦ ସାହୁ କହିଛନ୍ତି ା ୨୦୧୯-୨୦ ବର୍ଷରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ସମସ୍ତ ୮ ବ୍ଲକରେ ୯୯୯୯ ପ୍ରକଳ୍ପ କାର୍ଯ୍ୟ ହେବ। ଏଥିଲାଗି ୧୫୬୬୬.୬୯ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିବା ପିଡି ଡିଆରଡିଏ ନରୋତ୍ତମ ବେହେରା କହିଛନ୍ତି।
ପ୍ରାରମ୍ଭରେ ଉପସଭାପତି କୋଦଣ୍ଡଧର ସାହୁ ସମସ୍ତଙ୍କୁ ସ୍ବାଗତ ଜଣାଇଥିଲେ। ଜିଲା ପରିଷଦ ସଭାନେତ୍ରୀ, ଉପସଭାପତିଙ୍କ ସମେତ ନବନିର୍ବାଚିତ ପ୍ରତିନିଧିଙ୍କୁ ସ୍ବାଗତ କରାଯାଇଥିଲା। ପିଡି ଡିଆର୍‌ଡିଏ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

ପୂର୍ବ ଶତୃତାରୁ ଛୁରାମାଡ଼, ଯୁବକ ଗୁରୁତର

ଭୁବନ ୧୪।୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ରୋଡଙ୍ଗ ଗ୍ରାମର କୈଳାଶ ମଳିକଙ୍କ ପୁଅ ଚନ୍ଦନ ଭଳି (୧୯)ଙ୍କୁ ଶୁକ୍ରବାର ସନ୍ଧ୍ୟାରେ କେତେଜଣ…

ଜଙ୍ଗଲକୁ କାଠ ସଂଗ୍ରହ ଯାଇଥିବାବେଳେ ଆକ୍ରମଣ କଲା ଦନ୍ତା: ୩ ମୃତ, ୩ ଗୁରୁତର

ଢେଙ୍କାନାଳ,୧୦।୨(ରତନ ନାୟାର): ଢେଙ୍କାନାଳ ସଦର ରେଞ୍ଜ ପାଟପୁରା ଗ୍ରାମ ଜଙ୍ଗଲ ନିକଟରେ ବଡ଼ ଅଘଟଣ ଘଟିଛି । ସଦର ରେଞ୍ଜ ଲୋଚାପଲି ଗ୍ରାମର କିଛି ମହିଳା ଓ…

ଜିଲାସ୍ତରୀୟ ପ୍ରେରଣା ଉତ୍ସବ, ସରାଙ୍ଗ ନବୋଦୟ ବିଦ୍ୟାଳୟ…

ପରଜଙ୍ଗ,୯ା୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସରାଙ୍ଗ ସ୍ଥିତ ପିଏମଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ ପରିସରରେ ସୋମବାର ଜିଲାସ୍ତରୀୟ ପ୍ରେରଣା ଉତ୍ସବ ପାଳିତ ହୋଇଯାଇଛି ।…

ପୁଅଙ୍କୁ ଛୁରି ଭୁସି ମାରିଦେଲେ ପିଶାଚ ବାପା

କାମାକ୍ଷାନଗର,୮।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜ ପୁଅଙ୍କୁ ଛୁରି ଭୁସି…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

ହନୁ ମାଙ୍କଡ଼ ଉପଦ୍ରବରେ ଆତଙ୍କିତ ଅଞ୍ଚଳବାସୀ, କାବୁ କରିବାରେ ବନ କର୍ମଚାରୀ ବିଫଳ

ପରଜଙ୍ଗ,୮।୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ପାଟରପଦା ନୂଆସାହି ଏବଂ ଆଖପାଖ ଅଞ୍ଚଳ କଟାବାହାଳ, ମେଣ୍ଢାପଦା, ଖଳିବାହାଳ, ମାଧପୁର ଗ୍ରାମବାସୀ ମାଙ୍କଡ ଆତଙ୍କରେ ଆତଙ୍କିତ…

ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ: ପ୍ରଭାବଶାଳୀ ଗଳାବାଟ ଖୋଜୁଥିବା ବେଳେ ନିରୀହ ପଡୁଛନ୍ତି ବଳି

ପରଜଙ୍ଗ,୫।୨(ନିଗମାନନ୍ଦ ଦଳବେହେରା):ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ କୁଆଳୋ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ କୁଆଳୋ ମୌଜାରେ ଦୁଇ କିସମ ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ ନେଇ ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri