ଲଣ୍ଡନ ହାଇକୋର୍ଟରେ ଆବେଦନ ଖାରଜ;ଜାମିନ ପାଇବାରେ ନୀରବ ୪ର୍ଥ ଥର ବିଫଳ

ଲଣ୍ଡନ,୧୩-୬: ପିଏନ୍‌ବି ମହାଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ବୁଧବାର ଲଣ୍ଡନ ହାଇକୋର୍ଟରୁ ଜୋରଦାର ଝଟକା ଲାଗିଛି। ବିଚାରପତି ଇନଗ୍ରିଡ ସିମଲର ତାଙ୍କର ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ବିଚାରପତି ରାୟ ପ୍ରକାଶ କଲାବେଳେ ନୀରବଙ୍କ ବିରୋଧରେ କଡ଼ା ଟିପ୍ପଣୀ କରିଥିଲେ। ତାଙ୍କୁ ଜାମିନ ଦିଆଗଲେ ସେ ସାକ୍ଷୀଙ୍କୁ ପ୍ରଭାବିତ କରିବା ସହ ପୁନର୍ବାର ଆମତ୍ସମର୍ପଣ କରି ନ ପାରନ୍ତି ବୋଲି ବିଚାରପତି ତାଙ୍କ ରାୟରେ ମନ୍ତବ୍ୟ ଦେଇଛନ୍ତି। ହାଇକୋର୍ଟ ପୂର୍ବରୁ ଓ୍ବେଷ୍ଟମିନିଷ୍ଟର କୋର୍ଟ ମଧ୍ୟ ସମାନ ଆଶଙ୍କାବ୍ୟକ୍ତ କରି ନୀରବଙ୍କ ଜାମିନ ଆବେଦନକୁ ୩ଥର ଖାରଜ କରିଦେଇଥିଲେ।
ସୂଚନାଥାଉ କି, ତୃତୀୟଥର ଜାମିନ ଆବେଦନ ଖାରଜ ହୋଇଯିବା ପରେ ନୀରବ ମେ’ ୩୧ରେ ହାଇକୋର୍ଟରେ ଆବେଦନ କରିଥିଲେ। ତାଙ୍କ ଆବେଦନ ଉପରେ ମଙ୍ଗଳବାର ଶୁଣାଣି ହୋଇଥିଲା। ତେବେ ରାୟ ପ୍ରକାଶ ଲାଗି ସମୟ ଆବଶ୍ୟକ ଦର୍ଶାଇ ଅଦାଲତ ବୁଧବାର ପର୍ଯ୍ୟନ୍ତ ଏହାକୁ ଟାଳିଦେଇଥିଲେ। ଦୀର୍ଘ ୮୬ ଦିନ ଧରି ମୋଦି ଲଣ୍ଡନର ଓ୍ବାଣ୍ଡସଓ୍ବର୍ଥ ଜେଲରେ ବନ୍ଦୀ ଜୀବନ ବିତାଉଛନ୍ତି। ତାଙ୍କୁ ମାର୍ଚ୍ଚ ୧୯ରେ ଗିରଫ କରାଯାଇଥିଲା। ଓ୍ବେଷ୍ଟମିନିଷ୍ଟର କୋର୍ଟ ଭଳି ହାଇକୋର୍ଟରେ ମଧ୍ୟ ନୀରବଙ୍କ ଓକିଲ କ୍ଲେୟର୍‌ ମଣ୍ଟେଗୋମରୀ ମଙ୍ଗଳବାର ଜାମିନ ପାଇବା ଲାଗି ସମାନ ପ୍ରସ୍ତାବ ଦେଇଥିଲେ। ଜାମିନ ପାଇବା ପରେ ମୋଦିଙ୍କ ଶରୀରରେ ଇଲେକ୍ଟ୍ରୋନିକ ଡିଭାଇସ୍‌ ଲଗାଯାଇ ତାଙ୍କ ଉପରେ ନଜର ରଖାଯାଇପାରିବ। ଏହାଛଡା ତାଙ୍କର ଫୋନକୁ ମଧ୍ୟ ଟ୍ରାକ୍‌ କରାଯାଇପାରିବ। ମୋଦି ଏଠାରେ ଅର୍ଥ ରୋଜଗାର କରିବାକୁ ଆସିଛନ୍ତି। ସେ ପଳାଇ ପାରନ୍ତି ବୋଲି କୌଣସି ତଥ୍ୟ ଅଦ୍ୟାବଧି ସାମ୍ନାକୁ ଆସିନାହିଁ। ଏହାବ୍ୟତୀତ ତାଙ୍କର ଝିଅ ଓ ପୁଅ ମଧ୍ୟ ଏଠାରେ ପାଠପଢ଼ିବାକୁ ଆସିବେ ବୋଲି ମଣ୍ଟେଗୋମରୀ ଯୁକ୍ତି ଦର୍ଶାଇଥିଲେ। ତେବେ ଶୁଣାଣି ବେଳେ ବିଚାରପତି କହିଥିଲେ ଯେ, ଜାମିନ ମିଳିବା ପରେ ଅଭିଯୁକ୍ତ ସାକ୍ଷ୍ୟପ୍ରମାଣ ନଷ୍ଟ କରିଦେବାକୁ ଉଦ୍ୟମ କରିବେ ନାହିଁ ଏହା ବିଶ୍ୱାସ କରିହେବ ନାହିଁ। ଭବିଷ୍ୟତରେ କ’ଣ ହେବ, ଏହା କେହି କହିପାରିବେ ନାହିଁ। ବିଚାରପତି ଏହା ମଧ୍ୟ କହିଥିଲେ ଯେ, ଆବେଦନକାରୀଙ୍କ ବିରୋଧରେ ଏକାଧିକ ଦେଶରେ ଠକେଇ ଓ ଜାଲିଆତି ମାମଲା ଦାଏର ହୋଇଛି। ଏଭଳି ସ୍ଥିତିରେ ଜାମିନ ଦେବା ଉଚିତ୍‌ ହେବ ନାହିଁ। ଅନ୍ୟପକ୍ଷରେ ଭାରତ ପକ୍ଷରୁ ଶୁଣାଣିରେ ସାମିଲ ହୋଇଥିବା କ୍ରାଉନ ପ୍ରସିକ୍ୟୁଶନ ସର୍ଭିସ(ସିପିଏସ୍‌) ପକ୍ଷରୁ କୁହାଯାଇଥିଲା ଯେ, ନୀରବଙ୍କ ବିରୋଧରେ ଆପରାଧିକ ଏବଂ ଜାଲିଆତି ଅଭିଯୋଗ ରହିଛି। ଏହା ଅସୁରକ୍ଷିତ ଋଣ ମାମଲା। ଡମି ପାର୍ଟନର୍ସ ଜରିଆରେ ଲେଟର ଅଫ୍‌ ଅଣ୍ଡରଟେକିଂ ଜାରି କରାଯାଇଥିଲା। ପ୍ରତ୍ୟର୍ପଣ ମାମଲା ଚାଲିବା ବେଳେ ଜାମିନ ଦିଆଯାଇପାରିବ। ତେବେ ବର୍ତ୍ତମାନ ପରିସ୍ଥିତିରେ ଏହା ସମ୍ଭବ ନୁହେଁ। କାରଣ ନୀରବଙ୍କ ବିରୋଧରେ ଅତ୍ୟନ୍ତ ଗମ୍ଭୀର ଅଭିଯୋଗ ରହିଛି। ତାଙ୍କର ବ୍ରିଟେନ ଆସିବା ସଂଯୋଗ ନ ଥିଲା। ନିଜର କୃତକର୍ମ ପାଇଁ ଦିନେ ଧରାପଡିବେ ବୋଲି ଜାଣି ସେ ବ୍ରିଟେନ ଆସିଛନ୍ତି। ଏହାକୁ ବିଚାରପତି ଗ୍ରହଣ କରିନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?