ଲଣ୍ଡନ ହାଇକୋର୍ଟରେ ଆବେଦନ ଖାରଜ;ଜାମିନ ପାଇବାରେ ନୀରବ ୪ର୍ଥ ଥର ବିଫଳ

ଲଣ୍ଡନ,୧୩-୬: ପିଏନ୍‌ବି ମହାଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ବୁଧବାର ଲଣ୍ଡନ ହାଇକୋର୍ଟରୁ ଜୋରଦାର ଝଟକା ଲାଗିଛି। ବିଚାରପତି ଇନଗ୍ରିଡ ସିମଲର ତାଙ୍କର ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ବିଚାରପତି ରାୟ ପ୍ରକାଶ କଲାବେଳେ ନୀରବଙ୍କ ବିରୋଧରେ କଡ଼ା ଟିପ୍ପଣୀ କରିଥିଲେ। ତାଙ୍କୁ ଜାମିନ ଦିଆଗଲେ ସେ ସାକ୍ଷୀଙ୍କୁ ପ୍ରଭାବିତ କରିବା ସହ ପୁନର୍ବାର ଆମତ୍ସମର୍ପଣ କରି ନ ପାରନ୍ତି ବୋଲି ବିଚାରପତି ତାଙ୍କ ରାୟରେ ମନ୍ତବ୍ୟ ଦେଇଛନ୍ତି। ହାଇକୋର୍ଟ ପୂର୍ବରୁ ଓ୍ବେଷ୍ଟମିନିଷ୍ଟର କୋର୍ଟ ମଧ୍ୟ ସମାନ ଆଶଙ୍କାବ୍ୟକ୍ତ କରି ନୀରବଙ୍କ ଜାମିନ ଆବେଦନକୁ ୩ଥର ଖାରଜ କରିଦେଇଥିଲେ।
ସୂଚନାଥାଉ କି, ତୃତୀୟଥର ଜାମିନ ଆବେଦନ ଖାରଜ ହୋଇଯିବା ପରେ ନୀରବ ମେ’ ୩୧ରେ ହାଇକୋର୍ଟରେ ଆବେଦନ କରିଥିଲେ। ତାଙ୍କ ଆବେଦନ ଉପରେ ମଙ୍ଗଳବାର ଶୁଣାଣି ହୋଇଥିଲା। ତେବେ ରାୟ ପ୍ରକାଶ ଲାଗି ସମୟ ଆବଶ୍ୟକ ଦର୍ଶାଇ ଅଦାଲତ ବୁଧବାର ପର୍ଯ୍ୟନ୍ତ ଏହାକୁ ଟାଳିଦେଇଥିଲେ। ଦୀର୍ଘ ୮୬ ଦିନ ଧରି ମୋଦି ଲଣ୍ଡନର ଓ୍ବାଣ୍ଡସଓ୍ବର୍ଥ ଜେଲରେ ବନ୍ଦୀ ଜୀବନ ବିତାଉଛନ୍ତି। ତାଙ୍କୁ ମାର୍ଚ୍ଚ ୧୯ରେ ଗିରଫ କରାଯାଇଥିଲା। ଓ୍ବେଷ୍ଟମିନିଷ୍ଟର କୋର୍ଟ ଭଳି ହାଇକୋର୍ଟରେ ମଧ୍ୟ ନୀରବଙ୍କ ଓକିଲ କ୍ଲେୟର୍‌ ମଣ୍ଟେଗୋମରୀ ମଙ୍ଗଳବାର ଜାମିନ ପାଇବା ଲାଗି ସମାନ ପ୍ରସ୍ତାବ ଦେଇଥିଲେ। ଜାମିନ ପାଇବା ପରେ ମୋଦିଙ୍କ ଶରୀରରେ ଇଲେକ୍ଟ୍ରୋନିକ ଡିଭାଇସ୍‌ ଲଗାଯାଇ ତାଙ୍କ ଉପରେ ନଜର ରଖାଯାଇପାରିବ। ଏହାଛଡା ତାଙ୍କର ଫୋନକୁ ମଧ୍ୟ ଟ୍ରାକ୍‌ କରାଯାଇପାରିବ। ମୋଦି ଏଠାରେ ଅର୍ଥ ରୋଜଗାର କରିବାକୁ ଆସିଛନ୍ତି। ସେ ପଳାଇ ପାରନ୍ତି ବୋଲି କୌଣସି ତଥ୍ୟ ଅଦ୍ୟାବଧି ସାମ୍ନାକୁ ଆସିନାହିଁ। ଏହାବ୍ୟତୀତ ତାଙ୍କର ଝିଅ ଓ ପୁଅ ମଧ୍ୟ ଏଠାରେ ପାଠପଢ଼ିବାକୁ ଆସିବେ ବୋଲି ମଣ୍ଟେଗୋମରୀ ଯୁକ୍ତି ଦର୍ଶାଇଥିଲେ। ତେବେ ଶୁଣାଣି ବେଳେ ବିଚାରପତି କହିଥିଲେ ଯେ, ଜାମିନ ମିଳିବା ପରେ ଅଭିଯୁକ୍ତ ସାକ୍ଷ୍ୟପ୍ରମାଣ ନଷ୍ଟ କରିଦେବାକୁ ଉଦ୍ୟମ କରିବେ ନାହିଁ ଏହା ବିଶ୍ୱାସ କରିହେବ ନାହିଁ। ଭବିଷ୍ୟତରେ କ’ଣ ହେବ, ଏହା କେହି କହିପାରିବେ ନାହିଁ। ବିଚାରପତି ଏହା ମଧ୍ୟ କହିଥିଲେ ଯେ, ଆବେଦନକାରୀଙ୍କ ବିରୋଧରେ ଏକାଧିକ ଦେଶରେ ଠକେଇ ଓ ଜାଲିଆତି ମାମଲା ଦାଏର ହୋଇଛି। ଏଭଳି ସ୍ଥିତିରେ ଜାମିନ ଦେବା ଉଚିତ୍‌ ହେବ ନାହିଁ। ଅନ୍ୟପକ୍ଷରେ ଭାରତ ପକ୍ଷରୁ ଶୁଣାଣିରେ ସାମିଲ ହୋଇଥିବା କ୍ରାଉନ ପ୍ରସିକ୍ୟୁଶନ ସର୍ଭିସ(ସିପିଏସ୍‌) ପକ୍ଷରୁ କୁହାଯାଇଥିଲା ଯେ, ନୀରବଙ୍କ ବିରୋଧରେ ଆପରାଧିକ ଏବଂ ଜାଲିଆତି ଅଭିଯୋଗ ରହିଛି। ଏହା ଅସୁରକ୍ଷିତ ଋଣ ମାମଲା। ଡମି ପାର୍ଟନର୍ସ ଜରିଆରେ ଲେଟର ଅଫ୍‌ ଅଣ୍ଡରଟେକିଂ ଜାରି କରାଯାଇଥିଲା। ପ୍ରତ୍ୟର୍ପଣ ମାମଲା ଚାଲିବା ବେଳେ ଜାମିନ ଦିଆଯାଇପାରିବ। ତେବେ ବର୍ତ୍ତମାନ ପରିସ୍ଥିତିରେ ଏହା ସମ୍ଭବ ନୁହେଁ। କାରଣ ନୀରବଙ୍କ ବିରୋଧରେ ଅତ୍ୟନ୍ତ ଗମ୍ଭୀର ଅଭିଯୋଗ ରହିଛି। ତାଙ୍କର ବ୍ରିଟେନ ଆସିବା ସଂଯୋଗ ନ ଥିଲା। ନିଜର କୃତକର୍ମ ପାଇଁ ଦିନେ ଧରାପଡିବେ ବୋଲି ଜାଣି ସେ ବ୍ରିଟେନ ଆସିଛନ୍ତି। ଏହାକୁ ବିଚାରପତି ଗ୍ରହଣ କରିନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Bank Holiday: ଏପ୍ରିଲ ମାସରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ ଆରବିଆଇର ବ୍ୟାଙ୍କ ଛୁଟିଦିନ

ନୂଆଦିଲ୍ଲୀ,୨୯।୩: ଆସନ୍ତା ଏପ୍ରିଲ ମାସରେ ସମଗ୍ର ଦେଶରେ ପ୍ରାୟ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ। ଏପରି ପରିସ୍ଥିତିରେ, ଯଦି ବ୍ୟାଙ୍କଗୁଡିକରେ ଦୀର୍ଘ ସମୟ ଧରି...

ଏଚ୍‌ଏମ୍‌ଏସ୍‌ଆଇର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୨୯ା୩: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ ଘରୋଇ ବଜାର (ଭାରତ)ରେ ୬ କୋଟିରୁ ଅଧିକ ଗାଡ଼ି ବିକ୍ରିକରି ନୂଆ ମାଇଲଖୁଣ୍ଟ ହାସଲ...

ବଜାରରେ ନାଲ୍‌କୋର ନୂତନ ଉତ୍ପାଦ

ଭୁବନେଶ୍ୱର,୨୯ା୩ (ଅଭୟ ଦାଶ): ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତଥା ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନ ନବରତ୍ନ କମ୍ପାନୀ ‘ନାଲ୍‌କୋ’ର ନୂତନ ଉତ୍ପାଦ ‘ଆଲୁମିନିୟମ...

ପହିଲାରେ ଜମାହେବନି ୨୦୦୦ ଟଙ୍କିଆ

ଭୁବନେଶ୍ୱର,୨୯।୩(ଅନୁରାଧା ମହାରଣା): ୨୦୨୪ ଏପ୍ରିଲ ୧ରୁ ନୂତନ ଆର୍ଥିକ ବର୍ଷ ଆରମ୍ଭ ହୋବକୁ ଯାଉଛି। ନୂତନ ଆର୍ଥିକ ବର୍ଷର ପ୍ରଥମ ଦିନରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର...

ଇପିଏଫ୍‌ଓରେ ଇ-କେୱାଇସି ବାଧ୍ୟତାମୂଳକ

ଭୁବନେଶ୍ୱର,୨୯।୩(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ (ଇପିଏଫ୍‌ଓ)ରେ ସାରା ଦେଶରେ କୋଟି କୋଟି ସଂଖ୍ୟାରେ ଆକାଉଣ୍ଟଧାରୀ ଅଛନ୍ତି। ଗ୍ରାହକମାନଙ୍କ ପାଇଁ ଇପିଏଫ୍‌ଓ ପକ୍ଷରୁ ଇ-କେୱାଇସି ବାଧ୍ୟତାମୂଳକ...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଗ୍ରାହକଙ୍କୁ ଝଟ୍‌କା ଦେଲା SBI, ଏପ୍ରିଲ ପହିଲାରୁ…

ନୂଆଦିଲ୍ଲୀ,୨୮।୩: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଗ୍ରାହକଙ୍କୁ ଦେଇଛି ବଡ଼ ଝଟ୍‌କା। ବ୍ୟାଙ୍କ ଡେବିଟ୍‌ କାର୍ଡ ଉପରେ ମେନ୍ଟେନାନ୍ସ...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ଗତ ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ପୂର୍ବତଟ ରେଳପଥ ପଣ୍ୟ ପରିବହନରେନୂତନ ରେକର୍ଡ ହାସଲ କରିଛି। ୨୦୨୩ ଏପ୍ରିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri