ବ୍ୟାଙ୍କ ଅଫ୍‌ ଇଂଲଣ୍ଡ ଗର୍ଭନର ଦୌଡରେ ରାଜନ

ଲଣ୍ଡନ,୧୩-୬: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ପୂର୍ବତନ ଗଭର୍ନର ରଘୁରାମ ରାଜନ(୫୬) ବ୍ରିଟେନର ବ୍ୟାଙ୍କ ଅଫ୍‌ ଇଂଲଣ୍ଡର ଗଭର୍ନର ଦୌଡରେ ସର୍ବାଗ୍ରେ ରହିଛନ୍ତି। ସ୍ଥାନୀୟ ମିଡିଆରେ ଏ ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇଛି। ବ୍ୟାଙ୍କ ଅଫ୍‌ ଇଂଲଣ୍ଡରେ କାର୍ଯ୍ୟରତ ଗଭର୍ନର ମାର୍କ କାର୍ନୀଙ୍କ କାର୍ଯ୍ୟକାଳ ୨୦୨୦ ଜାନୁୟାରୀ ୩୧ରେ ଶେଷ ହେଉଛି। ନୂଆ ଗଭର୍ନର ବାଛିବା ଲାଗି ୟୁକେ ଟ୍ରେଜେରୀ ପକ୍ଷରୁ ଜୁନ ୫ ପର୍ଯ୍ୟନ୍ତ ଆବେଦନ ଆହ୍ବାନ କରାଯାଇଥିଲା। ତେବେ ଆବେଦନକାରୀଙ୍କ ମଧ୍ୟରେ କେଉଁମାନେ ରହିଛନ୍ତି, ଏହା ଜଣାପଡିନାହିଁ। ରାଜନଙ୍କ ବ୍ୟତୀତ ଆଣ୍ଡ୍ର୍ୟୁ ବେଲି ମଧ୍ୟ ଗଭର୍ନର ଦୌଡରେ ରହିଛନ୍ତି। ସେ ୨୦୧୩ରୁ ୨୦୧୬ ପର୍ଯ୍ୟନ୍ତ ବ୍ୟାଙ୍କ ଅଫ୍‌ ଇଂଲଣ୍ଡର ଡେପୁଟି ଗଭର୍ନର ଭାବେ କାର୍ଯ୍ୟ କରିସାରିଛନ୍ତି। ଇକୋନୋମିକ୍ସର ପ୍ରଫେସର ତଥା ବ୍ୟାଙ୍କ ଅଫ୍‌ ଇଂଲଣ୍ଡର ପୂର୍ବତନ ନୀତି ନିର୍ଦ୍ଧାରକ ଡେଭିଡ ବ୍ଲାଞ୍ଚଫ୍ଲାଓ୍ବରଙ୍କ କହିବାନୁଯାୟୀ, ରାଜନ ଅନ୍ୟମାନଙ୍କ ଠାରୁ ଦୌଡରେ ବହୁ ଆଗରେ ରହିଛନ୍ତି। ସୂଚନାଥାଉ କି, ୟୁକେ ଟ୍ରେଜେରୀର ଚାନ୍ସେଲର ଫିଲିପ୍‌ ହେମଣ୍ଡ ଅନ୍ତଃରାଷ୍ଟ୍ରୀୟ ସଂସ୍ଥାରେ କାମ କରିସାରିଥିବା ଜଣେ ବ୍ୟକ୍ତିଙ୍କୁ ନୂଆ ଗଭର୍ନର କରିବା ସପକ୍ଷରେ ମତପ୍ରକାଶ କରିଛନ୍ତି। ଏହି ଦୃଷ୍ଟିରୁ ରାଜନ ଉକ୍ତ ପଦ ପାଇଁ ସର୍ବାଦୌ ଯୋଗ୍ୟତମ ବ୍ୟକ୍ତି। ସେ ୨୦୦୩ରୁ ୨୦୦୬ ପର୍ଯ୍ୟନ୍ତ ଇଣ୍ଟରନ୍ୟାଶନାଲ ମନିଟାରୀ ଫଣ୍ଡ ବା ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌)ରେ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ରହିସାରିଛନ୍ତି। ୨୦୧୩ ସେ ଆର୍‌ବିଆଇର ଗଭର୍ନର ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଭାରତ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଥିଲେ। ବିଶ୍ୱ ଆର୍ଥିକ ମାନ୍ଦାବସ୍ଥା ଆଡ଼କୁ ଗତିକରୁଛି ବୋଲି ରାଜନ ୨୦୦୫ରେ ଚେତାବନୀ କରିଥିଲେ। ସେତେବେଳେ ଆମେରିକାର ପୂର୍ବତନ ଟ୍ରେଜେରୀ ସେକ୍ରେଟାରୀ ଲ୍ୟାରୀ ସମର୍ସ ତାଙ୍କୁ ଏନେଇ କଠୋର ସମାଲୋଚନା କରିଥିଲେ। ରାଜନଙ୍କ ଚେତାବନୀର ୩ ବର୍ଷ ପରେ ଲିମ୍ୟାନ ବ୍ରଦର୍ସଙ୍କ ସଙ୍କଟ ସାମ୍ନାକୁ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri