ଜିଲା ପରିଷଦ, ସମିତି ସଭ୍ୟ, ସରପଞ୍ଚ ଉପନିର୍ବାଚନ: ୪ ଜିଲା ପରିଷଦ ଅକ୍ତିଆର କଲା ବିଜେଡି

ଭୁବନେଶ୍ୱର,୨୯-୧୧(ବ୍ୟୁରୋ):ରାଜ୍ୟର ବିଭିନ୍ନ ଜିଲାରେ ଖାଲିପଡ଼ିଥିବା ୪ ଜିଲାପରିଷଦ ଆସନ, ୨୧ ସମିତି ସଭ୍ୟ, ୧୭ ସରପଞ୍ଚ ଓ ୩୦୩ ଓ୍ବାର୍ଡମେମ୍ବର ପଦ ପାଇଁ ବୁଧବାର ହୋଇଥିବା ଉପନିର୍ବାଚନର ଫଳାଫଳ ଗୁରୁବାର ପ୍ରକାଶ ପାଇଛି। ସମସ୍ତ ୪ ଜିଲା ପରିଷଦ ଜୋନ୍‌ରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଯାଜପୁର ଜିଲାର ୮ନଂ ଦାନଗଦୀ ଜୋନ୍‌ରେ ବିଜେଡି ପ୍ରାର୍ଥୀ ପ୍ରଦୀପ ମହାନ୍ତି ଭାଜପା ପ୍ରାର୍ଥୀ ପ୍ରତାପ ଧୀରଙ୍କୁ ପରାସ୍ତ କରିଥିବାବେଳେ ଗଞ୍ଜାମ ଜିଲା ୧୯ନଂ ଛତ୍ରପୁର ଜୋନ୍‌ରେ ବିଜେଡିର ପ୍ରମୋଦ କୁମାର ପ୍ରଧାନ ସିପିଆଇ ପ୍ରାର୍ଥୀ ଭାଗୀରଥି ପ୍ରଧାନଙ୍କୁ ପରାସ୍ତ କରିଛନ୍ତି। ସେହିପରି କୋରାପୁଟ ଜିଲାର ୧୫ନମ୍ବର ପଟାଙ୍ଗି ଜୋନରେ ବିଜେଡିର ଲଇଛନ ଖେରା ଏବଂ ୧୦ନମ୍ବର ଦଶମନ୍ତପୁର ଜୋନ୍‌ରେ ବିଜେଡିର କହ୍ନେଇ ଜାନି ବିଜୟୀ ହୋଇଛନ୍ତି। ଜିଲାପରିଷଦ ସମସ୍ତ ଜୋନ୍‌ରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବାବେଳେ ଅଧିକାଂଶ ସ୍ଥାନରେ ବିଜେଡି ସମର୍ଥିତ ସରପଞ୍ଚ, ସମିତିସଭ୍ୟ ଓ ଓ୍ବାର୍ଡମେମ୍ବର ବିଜୟୀ ହୋଇଛନ୍ତି। ଏହି ଉପନିର୍ବାଚନ ପାଇଁ ଗତ ଅକ୍ଟୋବର ୨୨ରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri