ଜିଲା ଚିଠି: ଏବେ ନବକଳେବର ରୂପ ଧାରଣ କରିଛି କଟକ, ହେଲେ କାହାଣୀ ଲାଗୁନି ନୂଆ

ଜିଲାପାଳ ନୂଆ, ସିଏମ୍‌ସି କମିଶନର ନୂଆ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ନୂଆ, ଏହାସାଙ୍ଗକୁ ବିଧାୟକ ମଧ୍ୟ ନୂଆ। ମୋଟାମୋଟି କଟକ ଏବେ ନବକଳେବର ରୂପ ଧାରଣ କରିଛି। କିନ୍ତୁ ପ୍ରାୟତଃ ନୂଆମାନେ ଲୋକଙ୍କୁ ଯେଉଁ କାହାଣୀ ଶୁଣାଉଛନ୍ତି ତାହା ପୁରୁଣା। ଯେମିତି ବିଧାୟକ, ଏମ୍‌ପି ଓ ମନ୍ତ୍ରୀମାନେ ପଦ ଓ ଗୋପନୀୟତାର ଶପଥ ନେବା ସମୟରେ ଗୋଟିଏ ଶପଥକୁ ସମସ୍ତେ ପଢ଼ନ୍ତି, ଠିକ୍‌ ସେମିତି ଏହି ନୂଆମାନଙ୍କ ମୁହଁରୁ ସମାନ କଥା ଶୁଣିବାକୁ ମିଳୁଛି। ସହରରେ ଜଳବନ୍ଦୀ ସମସ୍ୟା ରହିବ ନାହିଁ, ଜାଇକା କାମ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରାଯିବ, ସହରରେ ଟ୍ରାଫିିକ ସମସ୍ୟାରେ ସୁଧାର ଆସିବ, ଜବରଦଖଲ ହଟିବ, ଲୋକେ ସରକାରୀ ଯୋଜନା ସହଜରେ ପାଇବେ ଇତ୍ୟାଦି ନୂଆମାନେ ବୁଲିବୁଲି ଲୋକଙ୍କୁ ଶୁଣାଉଛନ୍ତି। କିନ୍ତୁ ଏମାନଙ୍କର ଏହି କାହାଣୀ ସହିତ ଜିଲା ଓ ସହରବାସୀ ବହୁ ପୂର୍ବରୁ ଅଭ୍ୟସ୍ତ। କାରଣ ଯେଉଁମାନେ ଏଠିକି ନୂଆ ହୋଇ ଆସନ୍ତି ସେମାନେ ଠିକ୍‌ ଏହିଭଳି ଢଙ୍ଗରେ ଲୋକଙ୍କୁ କାହାଣୀ ଶୁଣାଇଥାନ୍ତି। କିନ୍ତୁ ଅବସ୍ଥାରେ କୌଣସି ପରିବର୍ତ୍ତନ ହୋଇ ନ ଥାଏ। ଖାସ୍‌କରି କଟକ ସହରକୁ ଦେଖିଲେ ଅସରାଏ ବର୍ଷାରେ ଲୋକଙ୍କ ଘରେ ବର୍ଷାପାଣି ଓ ଡ୍ରେନ ପାଣିର ମହାମିଳନ ଘଟିଥାଏ। ଦିନ ଦିନ ଧରି ଲୋକେ ଭୋକ ଉପାସରେ କାଟିଥାନ୍ତି। ଏପରି କି ଆବଶ୍ୟକସ୍ଥଳେ ଲୋକେ ଭିଟାମାଟି ଛାଡ଼ି ସରକାରଙ୍କ ଅସ୍ଥାୟୀ ଆଶ୍ରୟସ୍ଥଳରେ ଦିନ କାଟିଥାନ୍ତି। ଟ୍ରାଫିକ କଥା ନ କହିବା ଭଲ। ସେହିପରି ବିଧିବିଧାନ ଅନୁଯାୟୀ ଯେପରି ପର୍ବପର୍ବାଣି ଅନୁଷ୍ଠିତ ହୋଇଥାଏ ଠିକ୍‌ ସେହିପରି କଟକ ସହରକୁ ଡେଙ୍ଗୁ, ଡାଇରିଆ ଓ ଜଣ୍ଡିସ ପ୍ରତିବର୍ଷ ନିର୍ଦ୍ଧାରିତ ସମୟରେ ଆସିଥାନ୍ତି ଓ ମୁଣ୍ଡ ନେଇ ଯାଇଥାନ୍ତି। ତେଣୁ ଏଭଳି ଦୁଃଖଦ ପରିସ୍ଥିତିକୁ ଦୀର୍ଘଦିନରୁ ବାରମ୍ବାର ସାମ୍ନା କରୁଥିବା ସହରବାସୀଙ୍କର ନୂଆମାନଙ୍କ କଥା ଉପରେ ଭରସା ପାଉନାହିଁ। ଦ୍ୱିତୀୟରେ ପ୍ରକୃତ କାରଣ ଖୋଜିବାରେ ପୁରୁଣାମାନେ ଯେପରି ଆଗ୍ରହ ଦେଖାଉ ନ ଥିଲେ ନୂଆମାନେ ମଧ୍ୟ ଠିକ୍‌ ସେହିପରି ସେ ଆଡକୁ ଧ୍ୟାନ ଦେଉନାହାନ୍ତି। ପ୍ରକୃତ କାରଣକୁ ଯଦି ଏମାନେ ଧରିବେ, ତେବେ ୨୪ ଘଣ୍ଟା ମଧ୍ୟରେ ବଦଳି ଆଦେଶ ଏମାନଙ୍କ ଘରେ ପହଞ୍ଚିଯିବ ବୋଲି ଲୋକେ ଆଲୋଚନା କରୁଛନ୍ତି। ତାହା ହେଉଛି ଜଳ ନିଷ୍କାସନଠାରୁ ଆରମ୍ଭ କରି ଟ୍ରାଫିକ ପରିସ୍ଥିତି ଉପୁଜିବା ପଛର ରହସ୍ୟ। ଜଳ ନିଷ୍କାସନ ପଥକୁ ବଡ଼ବଡ଼ିଆମାନେ ମାଡ଼ି ବସି ଘର ତିଆରି କରିଛନ୍ତି। ଏମାନଙ୍କ ପାଇଁ ସହରବାସୀ ଦୁଃଖଯନ୍ତ୍ରଣା ଭୋଗୁଥିବାବେଳେ ଏମାନେ ଲୋକଙ୍କ ଆଗରେ ଡାହାଣୀ ହୋଇ ଲାଗୁଛନ୍ତି ଓ ଗୁଣିଆ ହୋଇ ଝାଡୁଛନ୍ତି। ସେହିପରି ଲିଙ୍କ୍‌ରୋଡରୁ ବାଦାମବାଡି ରାସ୍ତାର ଉଭୟ ପାର୍ଶ୍ୱ ବସ ଟର୍ମିନାଲ ପାଲଟିଛି, ଯାହା ରାସ୍ତାକୁ ସଂକୀର୍ଣ୍ଣ କରିବା ସହିତ ଟ୍ରାଫିକ ଅବସ୍ଥା ସୃଷ୍ଟି କରୁଛି। ହେଲେ ଯେଉଁମାନେ ଏହି ରାସ୍ତାରେ ବସ୍‌ ରଖୁଛନ୍ତି, ସେମାନଙ୍କ ପାଖକୁ ଚେଷ୍ଟା କରି ପୁରୁଣାମାନେ ଯାଇପାରି ନ ଥିଲେ କି ନୂଆମାନେ ମଧ୍ୟ ଯାଇପାରିବେ ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି। କାରଣ ଏମାନଙ୍କ ମଧ୍ୟରୁ ଅନେକ ଭାଇ ଲୋକ। ଅର୍ଥ, ବାହୁବଳ, ପାୱାର କଳ ସବୁ ଏମାନଙ୍କ ହାତମୁଠାରେ। ପୋଲିସ ଏମାନଙ୍କୁ ଦିନ ଭିତରେ ଯଦି ୭ଥର ଦେଖୁଛି ୧୪ଥର ସାଲ୍ୟୁଟ ମାରୁଛି। ତେଣୁ ଏମାନେ ସର୍ବଶକ୍ତିମାନ। ଏଭଳି ଅବସ୍ଥା ଓ ବ୍ୟବସ୍ଥାକୁ ଦେଖି ଲୋକେ ଏବେ ସିଧା କହୁଛନ୍ତି ଯଦି କିଛି କରିବାର ଅଛି କାମରେ କରିକି ଦେଖାଅ। ଆଉ ଏଭଳି କାହାଣୀ ଶୁଣାଅନା, ଯାହା ଆମ ପାଇଁ ନୂଆ ନୁହେଁ।

– ନିର୍ମଳ ପଣ୍ଡା


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri