ଜିଲା ଚିଠି: ଏବେ ନବକଳେବର ରୂପ ଧାରଣ କରିଛି କଟକ, ହେଲେ କାହାଣୀ ଲାଗୁନି ନୂଆ

ଜିଲାପାଳ ନୂଆ, ସିଏମ୍‌ସି କମିଶନର ନୂଆ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ନୂଆ, ଏହାସାଙ୍ଗକୁ ବିଧାୟକ ମଧ୍ୟ ନୂଆ। ମୋଟାମୋଟି କଟକ ଏବେ ନବକଳେବର ରୂପ ଧାରଣ କରିଛି। କିନ୍ତୁ ପ୍ରାୟତଃ ନୂଆମାନେ ଲୋକଙ୍କୁ ଯେଉଁ କାହାଣୀ ଶୁଣାଉଛନ୍ତି ତାହା ପୁରୁଣା। ଯେମିତି ବିଧାୟକ, ଏମ୍‌ପି ଓ ମନ୍ତ୍ରୀମାନେ ପଦ ଓ ଗୋପନୀୟତାର ଶପଥ ନେବା ସମୟରେ ଗୋଟିଏ ଶପଥକୁ ସମସ୍ତେ ପଢ଼ନ୍ତି, ଠିକ୍‌ ସେମିତି ଏହି ନୂଆମାନଙ୍କ ମୁହଁରୁ ସମାନ କଥା ଶୁଣିବାକୁ ମିଳୁଛି। ସହରରେ ଜଳବନ୍ଦୀ ସମସ୍ୟା ରହିବ ନାହିଁ, ଜାଇକା କାମ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରାଯିବ, ସହରରେ ଟ୍ରାଫିିକ ସମସ୍ୟାରେ ସୁଧାର ଆସିବ, ଜବରଦଖଲ ହଟିବ, ଲୋକେ ସରକାରୀ ଯୋଜନା ସହଜରେ ପାଇବେ ଇତ୍ୟାଦି ନୂଆମାନେ ବୁଲିବୁଲି ଲୋକଙ୍କୁ ଶୁଣାଉଛନ୍ତି। କିନ୍ତୁ ଏମାନଙ୍କର ଏହି କାହାଣୀ ସହିତ ଜିଲା ଓ ସହରବାସୀ ବହୁ ପୂର୍ବରୁ ଅଭ୍ୟସ୍ତ। କାରଣ ଯେଉଁମାନେ ଏଠିକି ନୂଆ ହୋଇ ଆସନ୍ତି ସେମାନେ ଠିକ୍‌ ଏହିଭଳି ଢଙ୍ଗରେ ଲୋକଙ୍କୁ କାହାଣୀ ଶୁଣାଇଥାନ୍ତି। କିନ୍ତୁ ଅବସ୍ଥାରେ କୌଣସି ପରିବର୍ତ୍ତନ ହୋଇ ନ ଥାଏ। ଖାସ୍‌କରି କଟକ ସହରକୁ ଦେଖିଲେ ଅସରାଏ ବର୍ଷାରେ ଲୋକଙ୍କ ଘରେ ବର୍ଷାପାଣି ଓ ଡ୍ରେନ ପାଣିର ମହାମିଳନ ଘଟିଥାଏ। ଦିନ ଦିନ ଧରି ଲୋକେ ଭୋକ ଉପାସରେ କାଟିଥାନ୍ତି। ଏପରି କି ଆବଶ୍ୟକସ୍ଥଳେ ଲୋକେ ଭିଟାମାଟି ଛାଡ଼ି ସରକାରଙ୍କ ଅସ୍ଥାୟୀ ଆଶ୍ରୟସ୍ଥଳରେ ଦିନ କାଟିଥାନ୍ତି। ଟ୍ରାଫିକ କଥା ନ କହିବା ଭଲ। ସେହିପରି ବିଧିବିଧାନ ଅନୁଯାୟୀ ଯେପରି ପର୍ବପର୍ବାଣି ଅନୁଷ୍ଠିତ ହୋଇଥାଏ ଠିକ୍‌ ସେହିପରି କଟକ ସହରକୁ ଡେଙ୍ଗୁ, ଡାଇରିଆ ଓ ଜଣ୍ଡିସ ପ୍ରତିବର୍ଷ ନିର୍ଦ୍ଧାରିତ ସମୟରେ ଆସିଥାନ୍ତି ଓ ମୁଣ୍ଡ ନେଇ ଯାଇଥାନ୍ତି। ତେଣୁ ଏଭଳି ଦୁଃଖଦ ପରିସ୍ଥିତିକୁ ଦୀର୍ଘଦିନରୁ ବାରମ୍ବାର ସାମ୍ନା କରୁଥିବା ସହରବାସୀଙ୍କର ନୂଆମାନଙ୍କ କଥା ଉପରେ ଭରସା ପାଉନାହିଁ। ଦ୍ୱିତୀୟରେ ପ୍ରକୃତ କାରଣ ଖୋଜିବାରେ ପୁରୁଣାମାନେ ଯେପରି ଆଗ୍ରହ ଦେଖାଉ ନ ଥିଲେ ନୂଆମାନେ ମଧ୍ୟ ଠିକ୍‌ ସେହିପରି ସେ ଆଡକୁ ଧ୍ୟାନ ଦେଉନାହାନ୍ତି। ପ୍ରକୃତ କାରଣକୁ ଯଦି ଏମାନେ ଧରିବେ, ତେବେ ୨୪ ଘଣ୍ଟା ମଧ୍ୟରେ ବଦଳି ଆଦେଶ ଏମାନଙ୍କ ଘରେ ପହଞ୍ଚିଯିବ ବୋଲି ଲୋକେ ଆଲୋଚନା କରୁଛନ୍ତି। ତାହା ହେଉଛି ଜଳ ନିଷ୍କାସନଠାରୁ ଆରମ୍ଭ କରି ଟ୍ରାଫିକ ପରିସ୍ଥିତି ଉପୁଜିବା ପଛର ରହସ୍ୟ। ଜଳ ନିଷ୍କାସନ ପଥକୁ ବଡ଼ବଡ଼ିଆମାନେ ମାଡ଼ି ବସି ଘର ତିଆରି କରିଛନ୍ତି। ଏମାନଙ୍କ ପାଇଁ ସହରବାସୀ ଦୁଃଖଯନ୍ତ୍ରଣା ଭୋଗୁଥିବାବେଳେ ଏମାନେ ଲୋକଙ୍କ ଆଗରେ ଡାହାଣୀ ହୋଇ ଲାଗୁଛନ୍ତି ଓ ଗୁଣିଆ ହୋଇ ଝାଡୁଛନ୍ତି। ସେହିପରି ଲିଙ୍କ୍‌ରୋଡରୁ ବାଦାମବାଡି ରାସ୍ତାର ଉଭୟ ପାର୍ଶ୍ୱ ବସ ଟର୍ମିନାଲ ପାଲଟିଛି, ଯାହା ରାସ୍ତାକୁ ସଂକୀର୍ଣ୍ଣ କରିବା ସହିତ ଟ୍ରାଫିକ ଅବସ୍ଥା ସୃଷ୍ଟି କରୁଛି। ହେଲେ ଯେଉଁମାନେ ଏହି ରାସ୍ତାରେ ବସ୍‌ ରଖୁଛନ୍ତି, ସେମାନଙ୍କ ପାଖକୁ ଚେଷ୍ଟା କରି ପୁରୁଣାମାନେ ଯାଇପାରି ନ ଥିଲେ କି ନୂଆମାନେ ମଧ୍ୟ ଯାଇପାରିବେ ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି। କାରଣ ଏମାନଙ୍କ ମଧ୍ୟରୁ ଅନେକ ଭାଇ ଲୋକ। ଅର୍ଥ, ବାହୁବଳ, ପାୱାର କଳ ସବୁ ଏମାନଙ୍କ ହାତମୁଠାରେ। ପୋଲିସ ଏମାନଙ୍କୁ ଦିନ ଭିତରେ ଯଦି ୭ଥର ଦେଖୁଛି ୧୪ଥର ସାଲ୍ୟୁଟ ମାରୁଛି। ତେଣୁ ଏମାନେ ସର୍ବଶକ୍ତିମାନ। ଏଭଳି ଅବସ୍ଥା ଓ ବ୍ୟବସ୍ଥାକୁ ଦେଖି ଲୋକେ ଏବେ ସିଧା କହୁଛନ୍ତି ଯଦି କିଛି କରିବାର ଅଛି କାମରେ କରିକି ଦେଖାଅ। ଆଉ ଏଭଳି କାହାଣୀ ଶୁଣାଅନା, ଯାହା ଆମ ପାଇଁ ନୂଆ ନୁହେଁ।

– ନିର୍ମଳ ପଣ୍ଡା


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?