ଜିଲାସ୍ତରୀୟ ବ୍ୟାଙ୍କ ପରାମର୍ଶଦାତା ଓ ସମୀକ୍ଷା କମିଟି ବୈଠକ: କ୍ରେଡିଟ୍‌-ଡେବିଟ୍‌ ଅନୁପାତ କମୁଥିବାରୁ ଅସନ୍ତୋଷ

ଜଗତ୍‌ସିଂହପୁର ଅଫିସ, ୧୮ା୧୨: ଜଗତ୍‌ସିଂହପୁର ଜିଲାରେ ଗତ ୩ ମାସରେ କ୍ରଡିଟ୍‌-ଡେବିଟ୍‌ ଅନୁପାତ କମିବାରେ ଲାଗିଛି। ଯାହାକି ଆଦୌ ଶୁଭଙ୍କର ନୁହେଁ। ମଙ୍ଗଳବାର ଅପରାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ଜିଲାସ୍ତରୀୟ ବ୍ୟାଙ୍କ ପରାମର୍ଶଦାତା ଓ ସମୀକ୍ଷା କମିଟି ବୈଠକରେ ଯୋଗଦେଇ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହା କହିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ସେ କହିଛନ୍ତି, ବ୍ୟାଙ୍କଗୁଡିକ ସନ୍ତୋଷଜନକ ଭାବେ ଋଣ ପ୍ରଦାନ କରୁନାହାନ୍ତି। ଏ ଜିଲାର ଲୋକେ ଧାନ ଚାଷଠାରୁ ଆରମ୍ଭ କରି ପନିପରିବା ଆଦି କରିଥାନ୍ତି। ସେମାନଙ୍କୁ ବ୍ୟାଙ୍କଗୁଡିକ ଯେଉଁଭଳି ସହଯୋଗର ହାତ ବଢାଇବା କଥା ତାହା କରୁନାହାନ୍ତି। ବିଶେଷକରି ଚାଷୀ ଓ ଚାଷର ଉନ୍ନତି ପାଇଁ ଆବଶ୍ୟକ ପରିମାଣର କୃଷି ଋଣ ପ୍ରଦାନ କରିବା କଥା। ସେହିପରି ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି), ମିଶନ ଶକ୍ତିରେ ମହିଳା ଓ ଯୁବ ଉଦ୍ୟୋଗୀଙ୍କୁ ତୁରନ୍ତ ସନ୍ତୋଷଜନକ ଋଣ ପ୍ରଦାନ କରିବାକୁ ଉପସ୍ଥିତ ବ୍ୟାଙ୍କଗୁଡିକର କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ। ସରକାର ପ୍ରତ୍ୟେକଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି। ମତ୍ସ୍ୟ ପୋଖରୀ ଯୋଜନାରେ ଋଣ ସହ କୁକୁଡ଼ା, ଛେଳି, ଗୋପାଳନ ଓ ପାନ ଚାଷ ଆଦି ପାଇଁ ସୁଯୋଗ ସୃଷ୍ଟି କରିଛନ୍ତି। ସରକାରଙ୍କ ଏହିସବୁ ଜନ କଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ପାଇଁ ବ୍ୟାଙ୍କଗୁଡିକ ଋଣ ଦେବା ଜରୁରୀ। କିନ୍ତୁ ବ୍ୟାଙ୍କଗୁଡିକ ସମୟାନୁସାରେ ଋଣ ପ୍ରଦାନ ନ କଲେ ବାସ୍ତବ ଲକ୍ଷ୍ୟ ପୂରଣ ହୋଇପାରିବ ନାହିଁ। ଏହାବାଦ୍‌ ଜିଲା ଶିଳ୍ପ କେନ୍ଦ୍ର ମାଧ୍ୟମରେ ମଧ୍ୟମ, କ୍ଷୁଦ୍ର ଓ ଲଘୁ ଉଦ୍ୟୋଗୀଙ୍କୁ ଋଣ ପ୍ରଦାନ କରାଯିବା ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ।
ଏଥିରେ ପୂର୍ବ ବୈଠକର ବିବରଣୀକୁ ଦୃଢୀକରଣ କରାଯାଇଥିଲା। ବୈଠକରେ ରିଜର୍ଭ ବ୍ୟାଙ୍କ ଏଲ୍‌ଡିଓ ସୁନିଲ ଦାସ, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଆଞ୍ଚଳିକ ପରିଚାଳକ ଓ ନାବାର୍ଡ ଡିଡିଏମ୍‌ ବିଶ୍ୱଭୂଷଣ ମହାନ୍ତି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଜଗତ୍‌ସିଂହପୁର ଅଗ୍ରଣୀ ବ୍ୟାଙ୍କ ପରିଚାଳକ ସତିଶ ଚନ୍ଦ୍ର ପାତ୍ର କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା କରିଥିଲେ। ବୈଠକରେ କୃଷି ଯଥା ଉଦ୍ୟାନ କୃଷି, ମତ୍ସ୍ୟ ଚାଷ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ସମେତ ଅଣୁ, କ୍ଷୁତ୍ର ଓ ମଧ୍ୟମ ଉଦ୍ୟୋଗ ଉପରେ ସମୀକ୍ଷା ହୋଇଥିଲା। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଗ୍ରାମାଞ୍ଚଳ ଆତ୍ମ ନିଯୁକ୍ତି ଯୋଜନା, ଦକ୍ଷତା ବିକାଶ, ଅର୍ଥନୈତିକ ସାକ୍ଷରତା ଶିବିର, ବ୍ୟାଙ୍କିଙ୍ଗ ଇଣ୍ଡିକେଟର, ଓଡ଼ିଶା ଜୀବିକା ମିଶନ, ସହରାଞ୍ଚଳ ଜୀବିକା ମିଶନ, ଓଡ଼ିଶା ରାଜ୍ୟ ଅନୁସୂଚିତ ଜନଜାତି ଓ ଜାତି ମିଶନ, ଆର୍ଥିକ ବିକାଶ, କୃଷିଭିତ୍ତିକ କାର୍ଯ୍ୟକ୍ରମ, ବୁଣାକାର ଓ କିଷାନ କ୍ରେଡିଟ୍‌ କାର୍ଡ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ବୈଠକରେ ବିଭିନ୍ନ ବ୍ୟାଙ୍କର ପ୍ରତିନିଧି, ବୀମା ବିଭାଗ କର୍ମକର୍ତ୍ତା, ଜିଲା ଓ କ୍ଷେତ୍ରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଶେଷରେ ଅଗ୍ରଣୀ ବ୍ୟାଙ୍କ ପରିଚାଳକ ପାତ୍ର ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ଥୁଆମୂଳ ରାମପୁର ବ୍ଲକରେ ମାଟ୍ରିକ ପରୀକ୍ଷା ଆରମ୍ଭ: ଅନୁପସ୍ଥିତ ରହିଲେ୨୯ ପରୀକ୍ଷାର୍ଥୀ…

ଥୁଆମୂଳ ରାମପୁର, ୧୯ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ୬ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାରଠାରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଭରସା କଲେ ନବୀନ: ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ହେଲେ…    

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ରୂପେ ଜିଲା ପରିଷଦ ସଦସ୍ୟ ଅମିନ ପ୍ରଧାନଙ୍କୁ ନିଯୁକ୍ତି ମିଳିଛି।ଜଣେ ଯୁବ ସଙ୍ଗଠକ ଭାବେ…

ନବୀନ ଦେଲେ ବଡ଼ ଦାୟିତ୍ୱ: ତାରକେଶ୍ୱର ବ୍ଲକ, ତାରା ପ୍ରସାଦ ହେଲେ ନଗର ବିଜେଡ଼ି ସଭାପତି

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜେଡ଼ି ସଭାପତି ଭାବେ କେ. ତାରକେଶ୍ୱର ଦୋରାଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଦିଗପହଣ୍ଡି ନଗର ବିଜେଡ଼ି ସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri