ଜିଲାରେ ୭୫ ଆଦର୍ଶ ମତଦାନ କେନ୍ଦ୍ର

ଭଦ୍ରକ ଅଫିସ, ୨୯ା୪- ଜିଲାରେ ମୋଟ ୧୨୯୨ଟି ପୋଲିଂ ଷ୍ଟେଶନ ମଧ୍ୟରୁ ୭୫ଟି ମତଦାନ କେନ୍ଦ୍ରକୁ ଆଦର୍ଶ ମତଦାନ କେନ୍ଦ୍ର (ମଡେଲ୍‌ ପୋଲିଂ ବୁଥ୍‌) ଭାବେ ଘୋଷଣା କରାଯାଇଛି। ଜିଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ସବୁ ବୁଥ୍‌ ମାନଙ୍କରେ ଅନୂ୍ୟନ ପକ୍ଷେ ୧୦ଟି ସୁବିଧା ସୁଯୋଗ ଉପଲବ୍ଧ ରହିଛି। ପ୍ରତି ବୁଥ୍‌ରେ ଦିବ୍ୟାଙ୍ଗଙ୍କ ପାଇଁ  ରାମ୍ପ ଏବଂ ସେଲ୍‌ଫି ଉଠାଇବା ପାଇଁ (ସେଲ୍‌ଫି ଜୋନ) କରାଯାଇଛି। ଦିବ୍ୟାଙ୍ଗଙ୍କୁ ବୁଥ୍‌ ପର୍ଯ୍ୟନ୍ତ ଆଣିବା ପାଇଁ ହୁଇଲ୍‌ ଚେୟାର ବ୍ୟବସ୍ଥା, ସେହିଭଳି ଦିବ୍ୟାଙ୍ଗ ଓ ବୃଦ୍ଧାବୃଦ୍ଧଙ୍କ ପାଇଁ  ସ୍ବେଚ୍ଛାସେବୀ  ନିୟୋଜିତ, ଭୋଟର ମାନଙ୍କୁ ଗୋଲାପ ଫୁଲ ଦେଇ ସ୍ବାଗତ କରାଯିବ, ଭୋଟରଙ୍କ ପାଇଁ  ଅପେକ୍ଷା ଗୃହ, ପର୍ଯ୍ୟାପ୍ତ ପାଣି ଓ ଥଣ୍ଡା ହାୱା ପାଇଁ ପଙ୍ଖା ବ୍ୟବସ୍ଥା, ସେହିଭଳି ପ୍ରାଥମିକ ଚିକିତ୍ସା ପାଇଁ ଆଶାକର୍ମୀ ନିୟୋଜିତ, ଦହି ଓ ସରବତ ବ୍ୟବସ୍ଥା, ଭୋଟରଙ୍କ ସାଙ୍ଗରେ ଆସିଥିବା ଶିଶୁମାନଙ୍କୁ ଚକୋଲେଟ୍‌ ପ୍ରଦାନ,  ଦିବ୍ୟାଙ୍ଗ ଓବୟସ୍କ ଭୋଟରମାନଙ୍କୁ ତତ୍‌କ୍ଷଣାତ୍‌ ମତଦାନ ସୁଯୋଗ, ସମସ୍ତ ୧୨୯୨ ବୁଥ୍‌ରେ ଦିବ୍ୟାଙ୍ଗଙ୍କ ପାଇଁ ଘରୁ ନେବାଆଣିବା ପାଇଁ ସକ୍ଷମ ଗାଡି ବ୍ୟବସ୍ଥା କରାଯାଇଥିବା ଜଣାପଡିଛି। ଏହି ସବୁ ମଡେଲ୍‌ ବୁଥ୍‌ ତାଲିକାରେ ଭଦ୍ରକ ବ୍ଲକର ବାପୁଜୀ ହାଇସ୍କୁଲ ଏବଂ ବାପୁଜୀ ନୋଡାଲ ୟୁପି ସ୍କୁଲ, ଓକରା ହାଇସ୍କୁଲ, ଗଞ୍ଜାମାଳ ପ୍ରାଇମେରୀ ସ୍କୁଲ, ତିଶଳପୁର ପ୍ରାଇମେରୀ ସ୍କୁଲ, ବାଉଦପୁର ପ୍ରାଇମେରୀ ସ୍କୁଲ ରହିଥିବା ବେଳେ  ଭଦ୍ରକ ପୌରପାଳିକା ଅଧୀନରେ ଥିବା ୭ଟି ମଡେଲ୍‌ ବୁଥ୍‌ ହେଲା  ଭଦ୍ରକ ଜିଲା ସ୍କୁଲ, ଭଦ୍ରକ ବାଳିକା ଉଚ୍ଚ ବିଦ୍ୟାଳୟ, ବିଏମ୍‌ ବାଗୁରାଇ ଉଚ୍ଚ ବିଦ୍ୟାଳୟ, କୁଆଁସ ପ୍ରକଳ୍ପ ଉନ୍ନୀତ ବିଦ୍ୟାଳୟ, ଭଦ୍ରକ ମହାବିଦ୍ୟାଳୟ, ଗୋପବନ୍ଧୁ ନୋଡାଲ ୟୁପି ସ୍କୁଲ, ଆର୍‌ସିବିଏଲ୍‌ ହାଇସ୍କୁଲ ରହିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri