ଜିଲାରେ ପ୍ରଥମ: ଜଳେଶ୍ୱରରେ ମଡେଲ ଭିଲେଜ କାର୍ଯ୍ୟାରମ୍ଭ

ଜଳେଶ୍ୱର, ୨୭।୧୨(ସ୍ବ.ପ୍ର.)-ସରକାରଙ୍କ ନୂତନ ଯୋଜନା ଅନୁଯାୟୀ ଏଣିକି ଭୂମିହୀନ ଓ ଗୃହହୀନଙ୍କ ଲାଗି ସରକାରୀ ସ୍ଥାନରେ ଏକ ମଡେଲ ଭିଲେଜ ନିର୍ମାଣ ପାଇଁ ସ୍ଥିର ହୋଇଛି ା ଏହି ପରିପ୍ରେକ୍ଷୀରେ ଜଳେଶ୍ୱର ବ୍ଲକର ମହମ୍ମଦନଗରପାଟ ଓ ରାଜପୁର ପଞ୍ଚାୟତର ଓଳିନ୍ଦା ଗ୍ରାମରେ ପ୍ରଥମଥର ପାଇଁ ଏକ ମଡେଲ ଭିଲେଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ା ଏହି ଗ୍ରାମରେ ଥିବା ୬୨ଜଣ ଆଦିବାସୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଭୂମି ସହିତ ଗୃହ ନିର୍ମାଣ କରି ଯୋଗାଇ ଦିଆଯିବ। ପ୍ରତି ବ୍ୟକ୍ତିବିଶେଷଙ୍କୁ ୨୫୦ବର୍ଗ ଫୁଟ ସ୍ଥାନରେ ଘର ତିଆରି କରି ହସ୍ତାନ୍ତର କରାଯିବାର ଯୋଜନା କରାଯାଇଛି।
ଏ ସମ୍ପର୍କରେ ଜଳେଶ୍ୱର ବିଡିଓ ନିତ୍ୟାନନ୍ଦ ସାହୁ କହିଛନ୍ତି ଯେ, ବିଭିନ୍ନ ସରକାରୀ ସ୍ଥାନରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୨ ଡିସିମିଲ ସ୍ଥାନରେ ୧ଲକ୍ଷ ୨୦ହଜାର ଟଙ୍କା ମୂଲ୍ୟର ପ୍ରଧାନମନ୍ତ୍ରୀ ଆବାସ ଯୋଗାଇଦେବାକୁ ସ୍ଥିର ହୋଇଛି। ପ୍ରଥମେ ବାଲେଶ୍ୱର ଜିଲାର ଜଳେଶ୍ୱରଠାରେ ଜିଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟ ଆରମ୍ଭ ହୋଇଛି। ଏକ ବାସଗୃହ, ଛୋଟ ରୋଷେଇ ଘର ସହିତ ଘରର ଚତୁଃପାର୍ଶ୍ୱରେ ଅଳ୍ପ ସ୍ଥାନ ରଖାଯାଇଛି। ଏହି ଭିଲେଜ ମଧ୍ୟକୁ ୨ଟି ମୁଖ୍ୟ ରାସ୍ତା ରଖାଯାଇଛି। ମୁଖ୍ୟ ରାସ୍ତାରୁ ପୁଣି ଛୋଟ ଛୋଟ ରାସ୍ତା ପ୍ରତି ଘରକୁ ରହିଥିବା ଓ ସମସ୍ତଙ୍କ ବ୍ୟବହାର ଲାଗି ଏକ ପୁଷ୍କରିଣୀ ସହିତ ଖେଳପଡ଼ିଆ ରହିଥିବା ସମ୍ପର୍କରେ ସୂଚନା ଦେଇଛନ୍ତି। ଗୋଷ୍ଠୀଗତ ଭାବେ ପାଇଖାନା, ବଗିଚା ରହୁଥିବାରୁ ଭବିଷ୍ୟତରେ ସେଠାରେ ଶିକ୍ଷା, ପାନୀୟ ଜଳ ବ୍ୟବସ୍ଥା ହେବ ବୋଲି ସେ କହିଛନ୍ତି। ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ଘର ସେମାନେ ନିଜେ କରୁଥିବାର ବିଡିଓ ସାହୁ ପ୍ରକାଶ କରିଛନ୍ତି ା ଘଟଣାସ୍ଥଳକୁ କେତେକ ଖବରଦାତା ବୁଲି ଦେଖିବାକୁ ଯାଇଥିବା ବେଳେ ସେଠାରେ ଘର ଭିତ୍ତିଭୂମି ଦେଖି ସ୍ଥାୟିତ୍ୱ ନେଇ ଆଶଙ୍କା ପ୍ରକାଶ କରିଛନ୍ତି। ସେଠାକାର ମୃତ୍ତିକା ବ୍ଲାକ କୋଟେଡ୍‌ ସଏଲ୍‌ ହୋଇଥିବା ବେଳେ ଘରଗୁଡ଼ିକର ପାଇଲିଂ ମାତ୍ର ୩୨ ଫୁଟ ତଳୁ ହେଉଥିବା ଏବଂ ସେଥିରେ ୮ ମି.ମି. ଲୁହାଛଡ଼ ବ୍ୟବହାର କରାଯାଉଛି। ନିମ୍ନମାନର ଇଟା ସହିତ ନିମ୍ନମାନର କଂକ୍ରିଟ କରାଯାଉଥିବା ସ୍ଥାନୀୟ ହିତାଧିକାରୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଜିଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଗୁରୁବାର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ରାଜପୁର ପଞ୍ଚାୟତର ଓଳିନ୍ଦା ଗ୍ରାମର ତୋଟାପଦାକୁ ଭିତ୍ତିଭୂମି ବୁଲି ଦେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ଦଶମ ଶ୍ରେଣୀ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ମୋବାଇଲ୍‌ ଟ୍ରାକିଂ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଲା…

ଦିଗପହଣ୍ଡି, ୪।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ବରଗଡ଼ରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ, ଖଡ଼ି ଛୁଆଁଇଲେ ଜିଲାପାଳ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ)- ଚଳିତ ଶିକ୍ଷାବର୍ଷରେ ନୂତନ ଛାତ୍ରୀଛାତ୍ରମାନଙ୍କ ନାମଲେଖା ଓ ଖଡ଼ିଛୁଆଁ ପାଇଁ ଶନିବାର ଜିଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri