ଜିଲାପାଳଙ୍କ ବ୍ଲକସ୍ତରୀୟ ଜନଶୁଣାଣି

ବୋଲଗଡ଼,୯ା୭(ଡି.ଏନ.ଏ.)-ବୋଲଗଡ଼ ବ୍ଲକ କାର୍ଯ୍ୟାଳୟସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ରଗୃହର ସମ୍ମିଳନୀ କକ୍ଷରେ ଖୋର୍ଦ୍ଧା ଜିଲାପାଳଙ୍କ ବ୍ଲକସ୍ତରୀୟ ଜନଶୁଣାଣି ସୋମବାର ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲାପାଳ ସୀତାଂଶୁୁ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଏସ୍‌ପି ଅମୂଲ୍ୟ କୁମାର ଦାଶ, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ କୁମାର ମିଶ୍ର, ବୋଲଗଡ଼ ବିଡିଓ ମଧୁସୂଦନ ବେହେରା, ତହସିଲଦାର ମୋନାଲିସା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ୧୭୬ଟି ବ୍ୟକ୍ତିଗତ , ୧୪ଟି ସାମୁହିକ ଭାବେ ସମୁଦାୟ ୧୯୦ଟି ଅଭିଯୋଗ ଶୁଣାଣି ହୋଇଛି । ୧୫ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୭୬ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି। ସେହିପରି ୪ଜଣଙ୍କୁ ରେଡ୍‌କ୍ରସ ପକ୍ଷରୁ ୧୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ସରକାରୀ ଯୋଜନା ଅନ୍ତର୍ଭୁକ୍ତ ସୁବିଧା ଗୁଡ଼ିକ ହିତାଧିକାରୀମାନେ କିପରି ପାଇବେ ସେ ନେଇ ଆଲେଚନା ଓ ଶୁଣାଣି ହୋଇଥିଲା। ତେବେ ଶୁଣାଣି ଶିବିର ଉପର ମହଲାରେ ହୋଇଥିବାରୁ ଭିନ୍ନକ୍ଷମମାନେ ସଭାରେ ଯୋଗଦେବାକୁ ସମସ୍ୟା ସୃଷ୍ଟି ହୋଇଥିଲା।