Categories: ଜାତୀୟ

ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପିଆଜ ବିକି ନିଆରା ପ୍ରତିବାଦ

ଆଗ୍ରା, ୧୦।୧୨: ବର୍ତ୍ତମାନ ମହଙ୍ଗା ବଜାରରେ ପିଆଜ ଦର ଶହେ ଟଙ୍କାରୁ ଟପିଛି। ପିଆଜର ମୂଲ୍ୟ ବୃଦ୍ଧି ହେବାରୁ ଏହାର ପ୍ରଭାବ ସିଧାସଳଖ ଗରିବ ଓ ମଧ୍ୟବିତ୍ତ ପରିବାରବର୍ଗଙ୍କ ଉପରେ ପଡୁଛି। ଆଗ୍ରାରେ ପିଆଜ କିଲୋ ପ୍ରତି ୮୦ରୁ ୧୦୦ଟଙ୍କାରେ ବିକ୍ରି କରାଯାଉଛି। ଦେଶରେ ଲଗାତାର ଭାବେ ବଢ଼ୁଥିବା ପିଆଜ ଦରକୁ ନେଇ ସୋମବାର ବରିଷ୍ଠ କଂଗ୍ରେସଜନ ସଂଘର୍ଷ ସମିତି ପକ୍ଷରୁ ନିଆରା ପ୍ରତିବାଦ କରାଯାଇଛି। ବରିଷ୍ଠ କଂଗ୍ରେସଜନ ସଂଘର୍ଷ ସମିତିର କିଛି କର୍ମକର୍ତ୍ତା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦରବୃଦ୍ଧିକୁ ନେଇ ନିଆରା ଢ଼ଙ୍ଗରେ ବିରୋଧ କରିବା ସହ ଏକ ପିଆଜ ଷ୍ଟଲ ଖୋଲିଥିଲେ। ସେଠାରେ ସେମାନେ ପିଆଜ କିଲୋ ପ୍ରତି ୨୫ଟଙ୍କାରେ ବିକ୍ରି କରିଥିଲେ। ଯାହାକୁ କିଣିବା ପାଇଁ ଲୋକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି। ଏଥିସହ ସରକାର ତୁରନ୍ତ ଦରବୃଦ୍ଧି ହ୍ରାସ କରନ୍ତୁ ବୋଲି ଦଳ ପକ୍ଷରୁ ଦାବି କରାଯାଇଛି।

Share