ବରଗଡ଼,୨୩।୬(ପ୍ରେମାନନ୍ଦ ଖମାରୀ)- ଖରିଫ ଚାଷକାର୍ଯ୍ୟ ସମୟ ଆସି ଯାଇଛି। ହେଲେ ବରଗଡ଼ ଜିଲାର ଚାଷୀମାନେ ଏପର୍ଯ୍ୟନ୍ତ ରବିରେ ଅମଳ ଧାନ ବିକ୍ରି କରି ପାରି ନାହାଁନ୍ତି । ଟୋକନ କଟକଣା ଏଥିରେ ବାଧକ ସାଜିଛି। ଅନେକ ଚାଷୀଙ୍କ ଟୋକନ ବ୍ଲକ ହୋଇଛି। ସେହିପରି ଯେଉଁମାନଙ୍କୁ ଟୋକନ ମିଳିଛି, ସେଥିରେ ବିକ୍ରିଯୋଗ୍ୟ ଧାନ ପରିମାଣ ଯଥେଷ୍ଟ କମ ରହିଛି। ଏହାର ପ୍ରତିବାଦରେ ସଂଯୁକ୍ତ କୃଷକ ସଂଗଠନ ନେତୃତ୍ବରେ ଜିଲାର ଶତାଧିକ ଚାଷୀ ମଙ୍ଗଳବାର ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।