ଜିଲାପାଳଙ୍କୁ ଫେରାଦ ହେଲା ଏବିଭିପି

ବରଗଡ଼ ଅଫିସ୍‌,୯।୬- ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ୮ଦଫା ଦାବି ନେଇ ମଙ୍ଗଳବାର ବରଗଡ଼ ଜିଲାପାଳଙ୍କୁ ଫେରାଦ ହୋଇଥିଲା। ଏବିଭିପିର କାର୍ଯ୍ୟକର୍ତ୍ତାମାନେ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଘାତକ କରୋନା ଭଳି ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡୁଥିବାବେଳେ ଜିଲାର ସମସ୍ତ କଲେଜ, ହଷ୍ଟେଲ ଏବଂ ଚ୍ୟାମ୍ବରର ଫି ଛାଡ଼ କରିବାକୁ ସ୍ମାରକପତ୍ରରେ ଦାବି ହୋଇଛି । ସେହିପରି ଖୋଲିବା ଆଗରୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ସାନିଟାଇଜ୍‌ କରାଯିବା, ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ସମସ୍ତ ପ୍ରକାର ଫି ଛାଡ଼, ସୁରକ୍ଷିତ ପରୀକ୍ଷା ବ୍ୟବସ୍ଥା, ଗୁଣାତ୍ମକ ଶିକ୍ଷାର ବିକାଶ ଆଦି ଦାବି କରାଯାଇଛି। ଏବିଭିପିର ନଗର ସମ୍ପାଦକ ପାର୍ଥ ଜାନିଙ୍କ ସମେତ ଶୁଭମ ଭୋଇ, ହେମନ୍ତ ପ୍ରଧାନ, ନୂତନ ପ୍ରଧାନ, ବିଶ୍ୱଜିତ ନାୟକ, ଶ୍ୟାମସୁନ୍ଦର ଜାଲ, ମନୋରଞ୍ଜନ ସାହୁ, ପାଣ୍ଡବ ଭୋଇ, ଚନ୍ଦନ ପଶାୟତ ପ୍ରମୁଖ ସ୍ମାରକପତ୍ର ପ୍ରଦାନବେଳେ ଉପସ୍ଥିତ ଥିଲେ।