‘ଜିରୋ’ ପରେ ଶାହାରୁଖଙ୍କ ହାତ ଖାଲି

ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ୨୭ ବର୍ଷ ଧରି ରାଜ୍‌ କରି ଆସିଥିବା ବାଦ୍‌ଶାହା ତଥା ଶାହାରୁଖଙ୍କ ହାତ ଏବେ ପୂରା ଖାଲି। ‘ଜିରୋ’ଫିଲ୍ମ ପରଠାରୁ ଶାହାରୁଖ୍‌ ଆଉ କୌଣସି ଫିଲ୍ମରେ ନଜର ଆସିନାହାନ୍ତି। ମେଲବୋର୍ଣ୍ଣଠାରେ ଅନୁଷ୍ଠିତ ଇଣ୍ଡିଆନ୍‌ ଫିଲ୍ମ ଫେଷ୍ଟିଭାଲରେ ସେ କିଛିଦିନ ତଳେ ସମ୍ମାନିତ ହୋଇଛନ୍ତି। ତାଙ୍କୁ ଏକ୍ସଲେଣ୍ଟ ଆଓ୍ବାର୍ଡ – ୨୦୧୯ ମିଳିଛି। ଏକ ସାକ୍ଷାତାକାରରେ ଶାହାରୁଖ ଏମିତି କଥା କହିଛନ୍ତି, ଯାହା ବିଶ୍ୱାସ କରିହେବନି। ସେ କହିଛନ୍ତି ‘ଜିରୋ’ ପରଠାରୁ ମୋତେ କୌଣସି ଫିଲ୍ମର ଅଫର ଆସିନାହିଁ। ଏପରିକି ମୋ’ ପ୍ରଡକ୍ସନ ହାଉସକୁ ବି କୌଣସି ଫିଲ୍ମର ଅଫର ଆସିନାହିଁ। ଏହା ଭଲ। କିଛି ବଡ଼ କଥା ନୁହେଁ। ‘ଜିରୋ’ ଫ୍ଲପ୍‌ ହେବା ପରେ ଶାହାରୁଖ୍‌ ଭାବିଚିନ୍ତି ଫିଲ୍ମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ସେ କେବଳ ଓ୍ବେବ୍‌ ସିରିଜ୍‌ ନିର୍ମାଣ ପ୍ରତି ଧ୍ୟାନ ଦେଉଛନ୍ତି।

Share