ଜିମ୍‌ ଯିବା ପୂର୍ବରୁ ପିଉଛନ୍ତି କି ଏହି ୫ ପାନୀୟ

ବର୍ତ୍ତମାନ ସମୟରେ ଯୁବପିଢ଼ି ଫିଟ ରହିବା ପାଇଁ ଜିମ୍‌ ଯାଉଛନ୍ତି। ଏ ନେଇ ସେମାନେ ଖାଦ୍ୟପେୟ ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ଜିମ୍‌ ଯିବା ପୂର୍ବରୁ ଅନେକେ ସ୍ବାସ୍ଥ୍ୟପକ୍ଷେ ହିତକର ଭାବି ଜୁସ୍‌ ପିଇଥାନ୍ତି। ମାତ୍ର ଏପରି କିଛି ପାନୀୟ ରହିଛି, ଯାହାକୁ ଜିମ୍‌ ଯିବା ପୂର୍ବରୁ ନ ପିଇବା ଭଲ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦିଅନ୍ତି।

– ଚା’ କିମ୍ବା କଫି ପିଇ ଜିମ୍‌ ଯିବା ଅନୁଚିତ। କାରଣ ଏପରି କଲେ ଶରୀରରେ ରକ୍ତପ୍ରବାହ ଧୀର ହୋଇଯାଏ।

– ଆଲ୍‌କହଲ୍‌ ଭଳି ଅମ୍ଳଯୁକ୍ତ ପାନୀୟ ମଧ୍ୟ ଶରୀରରେ ଅନେକ କୁପ୍ରଭାବ ପକାଇଥାଏ। ଏଥିରେ ସୁଗାର ମାତ୍ରା ଭରପୂର ରହିଥାଏ। ଜିମ୍‌ ଯିବା ପୂର୍ବରୁ ଏହାକୁ ପିଇଲେ ଗ୍ୟାସ, ପେଟ ଫୁଲିବା, ହଜମ ନ ହେବା ଭଳି ସମସ୍ୟା ଦେଖାଦିଏ।

– ଜିମ୍‌ ପୂର୍ବରୁ ଫଳ ଖାଇବା ଉଚିତ ହୋଇଥିବା ବେଳେ ଏହାର ଜୁସ୍‌ କ୍ଷତିକାରକ ହୋଇଥାଏ। ଏଥିରେ ସୁଗାର ଥିବାରୁ ସମସ୍ୟା ସୃଷ୍ଟି କରିଥାଏ।

– ଆଲ୍‌କହଲ୍‌ ପିଇବା ଫଳରେ ଶରୀରରୁ ଶକ୍ତି କମିଯାଏ।

– କ୍ଷୀର ସହ ଜଡ଼ିତ ପାନୀୟକୁ ଜିମ୍‌ ପୂର୍ବରୁ ପିଇଲେ ପାଚନତନ୍ତ୍ରରେ ସମସ୍ୟା ଦେଖାଯାଇଥାଏ। ତେଣୁ ଏସବୁ ପାନୀୟଠାରୁ ଦୂରେଇ ରୁହନ୍ତୁ।