Posted inଖେଳ

ଜିମ୍ବାଓ୍ବେରେ ଦୁଇ ଟେଷ୍ଟ ମ୍ୟାଚ ଖେଳିବ ଶ୍ରୀଲଙ୍କା

କଲମ୍ବୋ, ୧୩ା୧ (ଏଏଫ୍‌ପି)-ଶ୍ରୀଲଙ୍କା କ୍ରିକେଟ ଟିମ୍‌ ଗୁରୁବାର ଜିମ୍ବୋଓ୍ବେ ଅଭିମୁଖେ ଯାତ୍ରା କରିବ। ଦଳ ସେଠାରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବାସନ୍ଦ ଦଣ୍ଡ ଉଠାଇବା ପରେ ଆୟୋଜକ ଆଫ୍ରିକୀୟ ଦେଶ ପାଇଁ ଏହା ପ୍ରଥମ। ଉଭୟ ଟେଷ୍ଟ ମ୍ୟାଚ ହରାରେଠାରେ ଖେଳାଯିବ। ପ୍ରଥମଟି ଆସନ୍ତା ରବିବାରଠାରୁ ଖେଳାଯିବକୁଥିବା ବେଳେ ଦ୍ୱିତୀୟଟି ଜାନୁୟାରୀ ୨୭ରୁ ଖେଳାଯିବ ବୋଲି ଶ୍ରୀଲଙ୍କା କ୍ରିକେଟ ବୋର୍ଡ କହିଛି। ଦୁଇଟି ମ୍ୟାଚ ପାଇଁ ବୋର୍ଡ କିନ୍ତୁ ଏପର୍ଯ୍ୟନ୍ତ ଶ୍ରୀଲଙ୍କା ଟେଷ୍ଟ ଦଳ ଘୋଷଣା କରି ନାହିଁ। ଗତଥର ୨୦୧୮ ନଭେମ୍ବରରେ ବାଂଲଦେଶ ଟୁର୍‌ ବେଳେ ଜିମ୍ବୋଓ୍ବେ ଏକ ଟେଷ୍ଟ ମ୍ୟାଚ ଖେଳିଥିଲା। ରାଜନୈତିକ ହସ୍ତକ୍ଷେପ ପାଇଁ ଗତ ଜୁଲାଇରୁ ଏହି ଦେଶକୁ ଆଇସିସି ଇଭେଣ୍ଟଗୁଡ଼ିକରୁ ବାରଣ କରାଯାଇଥିଲା। ମାତ୍ର ଏହାର ୩ ମାସ ପରେ ଆଇସିସି ବାସନ୍ଦ ବ୍ୟବସ୍ଥା ପ୍ରତ୍ୟାହାର କରିନେଇଥିଲା। କ୍ରୀଡ଼ାରେ ରାଜନୈତିକ ବିବାଦ ଏବଂ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ୨୦୦୫ରେ ଜିମ୍ବାଓ୍ବେ ଉପରୁ ଟେଷ୍ଟ ମାନ୍ୟତା ପ୍ରତ୍ୟାହାର କରି ନିଆଯାଇଥିଲା। ମାତ୍ର ଏହି ଦେଶ କିନ୍ତୁ ଅନ୍ତର୍ଜାତୀୟ ଟି୨୦ ଏବଂ ଦିନିକିଆ ଖେଳୁଥିଲା। ୨୦୧୧ରେ ଜିମ୍ବାଓ୍ବେ ଟେଷ୍ଟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଥିଲା। ର଼୍ୟାଙ୍କିଙ୍ଗ ତାଲିକାରେ ବର୍ତ୍ତମାନ ଏହି ଦେଶ ଆୟର୍ଲାଣ୍ଡ ଉପରେ ୧୧ତମ ସ୍ଥାନରେ ରହିଛି। ୬ଷ୍ଠ ର଼୍ୟାଙ୍କିଙ୍ଗପ୍ରାପ୍ତ ଶ୍ରୀଲଙ୍କା ଗତ ମାସରେ ୨୦୦୯ ପରେ ପ୍ରଥମ ରାଷ୍ଟ୍ର ଭାବେ ପାକିସ୍ତାନ ଟୁର୍‌ରେ ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri