Categories: ବାଣିଜ୍ୟ

ଜିଭା ଆୟୁର୍ବେଦା ପକ୍ଷରୁ ଦେୟମୁକ୍ତ ପରାମର୍ଶ ପ୍ରଦାନ

ଭୁବନେଶ୍ୱର,୧୨।୭(ବ୍ୟୁରୋ) : ଜିଭା ଆୟୁର୍ବେଦା ପକ୍ଷରୁ ଜିଭା ସ୍ବାସ୍ଥ୍ୟ ସପ୍ତାହର ସପ୍ତମ ସଂସ୍କରଣ ଅବସରରେ ସାରା ଦେଶରେ ଦେୟମୁକ୍ତ ପରାମର୍ଶ ପ୍ରଦାନ କରାଯାଉଛି। ସାରା ଦେଶରେ ଥିବା କମ୍ପାନୀର ୮୦ କ୍ଲିନିକରେଏହି ସ୍ବାସ୍ଥ୍ୟ ସପ୍ତାହ ପାଳନ କରାଯାଉଛି। ଏହା ଦ୍ୱାରା ୧୦ ହଜାରରୁ ଅଧିକ ରୋଗୀ ଲାଭବାନ ହୋଇ ପାରିବେ। ବର୍ତ୍ତମାନ ସୁଦ୍ଧା ଏକ କୋଟିରୁ ଅଧିକ ଲୋକଙ୍କୁ ଜିଭା ପକ୍ଷରୁ ପରାମର୍ଶ ପ୍ରଦାନ କରାଯାଇଛି। ଏହି ଅବସରରେ ମାଗଣା ପରାମର୍ଶ,ଓ୍ବେଲନେସ ଉତ୍ପାଦ ଏବଂ ଚିକିତ୍ସା ପ୍ୟାକ ଉପରେ ରିହାତି ପ୍ରଦାନ କରାଯାଉଛି। ଉଚ୍ଚମାନର ଚିକିତ୍ସା ସୁବିଧା ପ୍ରଦାନ ଲାଗି ଏଭଳି ପଦକ୍ଷେପ ନିଆଯାଉଥିବା ଜିଭା ଆୟୁର୍ବେଦାର ନିର୍ଦ୍ଦେଶକ ଡକ୍ଟର ପରତାପ ଚୌହାନ କହିଛନ୍ତି।

Share