ଜିତିବା ପରେ ମଧ୍ୟ ସଂସଦରେ ଏକାଠି ବସିବେନି ହେମାମାଳିନୀ-ସନ୍ନି ଦେଓଲ

ନୂଆଦିଲ୍ଲୀ,୨୮।୫: ଭାଜପା ଟିକେଟରୁ ଏଥର ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ହେମାମାଳିନୀ ଓ ଅଭିନେତା ସନ୍ନି ଦେଓଲ। ଏମାନେ ସମ୍ପର୍କରେ ମା’ପୁଅ। ହେଲେ ସଂସଦ ଗଲେ ଏମାନେ ଏକାଠି ବସିବେନି ବୋଲି ଜଣାପଡିଛି। ଯଦିଓ ହେମା ସନ୍ନିଙ୍କ ସାବତ ମା’ ତଥାପି ଏକାଠି ନ ବସିବାର କାରଣ ଏହି ସମ୍ପର୍କ ନୁହେଁ। ବରଂ ହେମା ହେଉଛନ୍ତି ସଂସଦର ସିନିୟର ମେମ୍ବର ଆଉ ସନ୍ନି ହେଉଛନ୍ତି ନବ ନିର୍ବାଚିତ। ତେଣୁ ହେମା ଆଗଧାଡିରେ ବସିବା ବେଳେ ସନ୍ନିଙ୍କୁ ନିୟମ ଅନୁଯାୟୀ ପଛଧାଡିର ଆସନ ମିଳିବ। ତେଣୁ ଉଭୟ ଗୋଟିଏ ଦଳରୁ ନିର୍ବାଚିତ ହୋଇଥିଲେ ସୁଦ୍ଧା ସଂସଦରେ ଏକାଠି ବସିବେନି ବୋଲି କୁହାଯାଉଛି।

Share