ଜିଡିପି ୬.୫% ଛୁଇଁବା ଆଶା

ନୂଆଦିଲ୍ଲୀ,୧ା୨: ଶୁକ୍ରବାରଠାରୁ ୨୦୨୦-୨୧ ଆର୍ଥତ୍କ ବର୍ଷ ଲାଗି ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଏହି ଅବସରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏପ୍ରିଲ ପହିଲାରୁ ଆରମ୍ଭ ହେଉଥିବା ଆସନ୍ତା ଆର୍ଥତ୍କ ବର୍ଷରେ ଦେଶର ଜିଡିପି ବିକାଶ ହାର ୬ରୁ ୬.୫% ରହିବ ବୋଲି ସର୍ଭେ ରିପୋର୍ଟରେ ଆକଳନ କରାଯାଇଛି। ୨୦୧୯-୨୦ ଆର୍ଥତ୍କ ବର୍ଷ ଲାଗି ଦେଶର ବିକାଶ ହାର ୫% ରହିବା ନେଇ ଆଗୁଆ ପୂର୍ବାନୁମାନ କରାଯାଇଛି। ବିଶ୍ୱ ସ୍ତରର ମାନ୍ଦାବସ୍ଥା ଭାରତ ଉପରେ ପ୍ରଭାବ ପକାଇବା ଯୋଗୁ ଦେଶ ମଧ୍ୟରେ ନିବେଶ ଏବଂ ଚାହିଦା କମିଛି। ଦେଶର ବିକାଶ ହାର ଏବେ ଦଶନ୍ଧିର ସର୍ବନିମ୍ନ ସ୍ତରକୁ ଖସିଯିବ ବୋଲି ପୂର୍ବାନୁମାନ କରାଯାଇଛି। ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଜିଡିପି ଅଭିବୃଦ୍ଧି ୪.୫% ସ୍ତରକୁ ଖସିଥିବା ବେଳେ ସାରା ବର୍ଷ ଲାଗି ୫% ରହିବା ନେଇ ଆକଳନ କରାଯାଇଛି। ବାଣିଜି୍ୟକ ଧାରାରେ ଉନ୍ନତି ଆସୁଥିବାରୁ ବିକାଶ ହାର ତ୍ୱରାନ୍ବିତ ହେବ ବୋଲି ରିପୋର୍ଟରେ ସୂଚନା ଦିଆଯାଇଛି।
ଚଳିତ ବର୍ଷର ସର୍ଭେ ରିପୋର୍ଟକୁ ଲାଭେଣ୍ଡର ରଙ୍ଗଯୁକ୍ତ ପେପରରେ ଛପାଯାଇଛି। ଏହାର କଭର ପେଜ୍‌ରେ ଟଙ୍କା ଚିହ୍ନ ରହିଛି। ନୂଆ ୧୦୦ ଟଙ୍କିଆ ନୋଟ ଭଳି ଏହାର ରଙ୍ଗ ସମାନ ରହିଛି। ବଜେଟ ପୂର୍ବରୁ ଆସିଥିବା ଏହି ସର୍ଭେ ରିପୋର୍ଟରେ ଦେଶ ମଧ୍ୟରେ ସମ୍ପତ୍ତିର ବଣ୍ଟନ, ସମ୍ପତ୍ତି ସୃଷ୍ଟି ଏବଂ ସମ୍ପତ୍ତି ସୃଷ୍ଟିକର୍ତ୍ତାଙ୍କୁ ସମ୍ମାନ ଭଳି ପ୍ରସଙ୍ଗ ଉଲ୍ଲେଖ ରହିଛି। ପିଆଜ ସମେତ ଅନ୍ୟ ସାମଗ୍ରୀର ଦରଦାମ ଉପରେ ନିୟନ୍ତ୍ରଣ ଜାରି କରିବା ଲାଗି ସରକାର ସକ୍ଷମ ହୋଇ ନ ଥିବା ରିପୋର୍ଟରେ କୁହାଯାଇଛି। ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି ଆସେମ୍ବଲ ଇନ୍‌ ଇଣ୍ଡିଆ ଫର ଦ ଓ୍ବାର୍ଲଡ ଭଳି ନୂଆ ନୂଆ ଚିନ୍ତାଧାରା ଉପରେ ଗୁରୁତ୍ୱାରୋପ କରାଯାଇଛି। ବାଣିଜ୍ୟ ସୁଗମତାକୁ ବଢାଇବା ଲାଗି ନାଲିଫିତାବାଦକୁ ହଟାଇବା, ରପ୍ତାନି ପ୍ରୋତ୍ସାହନ, ଷ୍ଟାର୍ଟ ଅପ୍‌ ଗୁଡିକ ଲାଗି ପଦକ୍ଷେପ, ସମ୍ପତ୍ତି ପଞ୍ଜୀକରଣ ଭଳି ଅନ୍ୟ ଦିଗ ଉପରେ ଉଲ୍ଲେଖ ରହିଛି। ସେହିଭଳି କର୍ପୋରେଟ ସେକ୍ଟର ବ୍ୟାଙ୍କଗୁଡିକର ଗଭର୍ନାନ୍ସରେ ଉନ୍ନତି, ଭରସା ସୃଷ୍ଟି ଲାଗି ସୂଚନା ପ୍ରଦାନକୁ ତ୍ୱରାନ୍ବିତ କରିବା ଏବଂ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ନୂତନ କୌଶଳ ଉପରେ ରିପୋର୍ଟରେ ପ୍ରାଥମିକତା ଦିଆଯାଇଛି।
ରିପୋର୍ଟ ମୁତାବକ, ଏପ୍ରିଲ ୨୦୧୯ରେ ମୁଦ୍ରାସ୍ଫୀତି ୩.୨%ରୁ ଡିସେମ୍ବର ୨୦୧୯ରେ ୨.୬%କୁ ହ୍ରାସ ଘଟିଛି।

୨୦୧୯-୨୦ ଏପ୍ରିଲ-ସେପ୍ଟେମ୍ବର ସମୟରେ ଚଳନ୍ତି ଖାତା ନିଅଣ୍ଟ ଜିଡିପିର ୧.୫%, ବିତ୍ତୀୟ ନିଅଣ୍ଟ ଜିଡିପିର ୩.୩%, ଚଳିତ ଆର୍ଥତ୍କ ବର୍ଷ ଏପ୍ରିଲ-ନଭେମ୍ବର ସମୟରେ ଜିଏସ୍‌ଟି ସଂଗ୍ରହରେ ୪.୧% ବୃଦ୍ଧି ଘଟିଥିବା କୁହାଯାଇଛି। ୨୦୧୯-୨୦ରେ ୫ଥର ଜିଏସ୍‌ଟି ସଂଗ୍ରହ ୧ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ୱ, ଅଣଟିକସ ରାଜସ୍ବ ସଂଗ୍ରହରେ ବୃଦ୍ଧି ଯୋଗୁ ଗତ ବର୍ଷ ଏପ୍ରିଲ-ନଭେମ୍ବରରେ ରାଜସ୍ବ ସଂଗ୍ରହ ୧୩% ବୃଦ୍ଧି, ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ୮ ମାସରେ ୨୪.୪ ବିଲିୟନ ଡଲାର ଏଫ୍‌ଡିଆଇ ରେକର୍ଡ କରାଯାଇଛି। ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ବର୍ତ୍ତମାନ ସୁଦ୍ଧା ୪୬୧.୨ ବିଲିୟନ ଡଲାର ଛୁଇଁଛି। ଏହାବାଦ ବାଲାନ୍ସ ଅଫ୍‌ ପେମେଣ୍ଟରେ ଉନ୍ନତି, ୨୦୧୮-୧୯ ତୁଳନାରେ ୨୦୧୯-୨୦ରେ କୃଷି, ପ୍ରତିରକ୍ଷା ଏବଂ ସେବା କ୍ଷେତ୍ରରେ ଅଭିବୃଦ୍ଧି ହାର ଅଧିକ ରହିଥିବା ରିପୋର୍ଟରେ କୁହାଯାଇଛି। ସେହିଭଳି ଉଦାରୀକରଣ ପରେ ଲୋକଙ୍କର ମୁଣ୍ଡପିଛା ଜିଡିପିରେ ଉଲ୍ଲେଖନୀୟ ବୃଦ୍ଧି, ବ୍ୟବସାୟ ଅନୁକୂଳ ନୀତିକୁ ପ୍ରୋତ୍ସାହନ, ନୂଆ ନିବେଶକଙ୍କୁ ସମାନ ସୁଯୋଗ, ଉଚିତ ପ୍ରତିଦ୍ୱନ୍ଦ୍ୱିତା, ବ୍ୟବସାୟିକ ସୁଗମତା ଉପରେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଦୃଢ ପଦକ୍ଷେପ ଜରିଆରେ ବଜାରକୁ ଅନାବଶ୍ୟକ ଢଙ୍ଗରେ ଅଣଦେଖା କରୁଥିବା ନୀତିକୁ ଶେଷ କରିବା, ନିଯୁକ୍ତି ସୁଯୋଗ ଲାଗି ବ୍ୟବସାୟକୁ ସୁନିଶ୍ଚିତ କରିବା, ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଦକ୍ଷତା ଉପରେ ଗୁରୁତ୍ୱ ରହିଛି।
ରିପୋର୍ଟରେ କୁହାଯାଇଛି ଯେ, ଉତ୍ପାଦକତାକୁ ଦ୍ରୁତ କରିବା ଲାଗି ତୃଣମୂଳ ସ୍ତରରେ ଉଦ୍ୟୋଗବିକାଶ ମନୋଭାବକୁ ପ୍ରୋତ୍ସାହନ ଦେବା ଉଚିତ। ସେହିଭଳି ପ୍ରିୟାପ୍ରୀତି ତୋଷଣ ନୀତିରୁ ଦୂରରେ ରହିବା ଦିଗରେ ଏଥିରେ ଗୁରୁତ୍ୱାରୋପ କରାଯାଇଛି। ଏହା ଦ୍ୱାରା ଶକ୍ତିଶାଳୀ ଘରୋଇ ସ୍ବାର୍ଥକୁ ପ୍ରୋତ୍ସାହନ ମିଳିଥାଏ ବୋଲି କୁହାଯାଇଛି। ଭଲ ଉଦ୍ଦେଶ୍ୟ ଥିବା ଅତିରିକ୍ତ ସରକାରୀ ହସ୍ତକ୍ଷେପ ଯୋଗୁ କିଭଳି ଅନେକ କାର୍ଯ୍ୟରେ ବାଧା ଆସୁଛି ତାହା ମଧ୍ୟ ସର୍ଭେ ରିପୋର୍ଟରେ ଉଲ୍ଲେଖ ରହିଛି। ସେହିଭଳି ଅସମୟରେ ସରକାରୀ ହସ୍ତକ୍ଷେପ ଯୋଗୁ ଲୋକଙ୍କୁ ଅସୁବିଧା, ଇସିଏ ଅନ୍ତର୍ଗତ ଔଷଧ ମୂଲ୍ୟ ନିୟନ୍ତ୍ରଣ ଦ୍ୱାରା ଏହାର ମୂଲ୍ୟ ଅନିୟନ୍ତ୍ରିତ ଔଷଧ ତୁଳନାରେ ଅଧିକ ବୃଦ୍ଧି ପାଇଥିବା ବିଷୟ ମଧ୍ୟ ସ୍ଥାନିତ ହୋଇଛି। ଏହାବାଦ ଖାଦ୍ୟଶସ୍ୟ ବଜାରରେ ସରକାରଙ୍କ ହସ୍ତକ୍ଷେପ, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଋଣ ଛାଡର ସମୀକ୍ଷା, ନେଟଓ୍ବର୍କ ଉତ୍ପାଦରେ ବିଶେଷଜ୍ଞତା ଦ୍ୱାରା ନିଯୁକ୍ତି ଓ ବିକାଶ, କର୍ପୋରେଟ ଟିକସ ହାର ପରିବର୍ତ୍ତନ ଭଳି ଟିକସରେ ଢାଞ୍ଚାଗତ ପରିବର୍ତ୍ତନ ଭଳି ଅନ୍ୟ ପ୍ରମୁଖ ଦିଗ ଏହି ରିପୋର୍ଟରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

ଦୁଇ ପୁଅଙ୍କ ପାଇଁ ଏତିକି ଟଙ୍କାର ସମ୍ପତ୍ତି ରଖିଛନ୍ତି ଭାରତୀ ସିଂ, ସ୍ବାମୀଙ୍କ ହର୍ଷଙ୍କ ପାଖରେ ଅଛି…

ମୁମ୍ବାଇ,୨୦ା୧୨: କମେଡି କୁଇନ୍‌ ଭାରତୀ ସିଂଙ୍କ ଘରେ ପୁଣି ଥରେ ହସ ଫୁଟିଛି। ଏହି କମେଡି କୁଇନ୍‌ ଜଣେ ଛୋଟ ରାଜକୁମାରଙ୍କ ମା’ ହୋଇଛନ୍ତି। ଭାରତୀ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

ଶୋଇଥିବା ଅବସ୍ଥାରେ ବୃଦ୍ଧଙ୍କୁ ହତ୍ୟା କରି ରେଳଧାରଣା କଡ଼ରେ ଫିଙ୍ଗିଥିଲେ ୨ ଅଭିଯୁକ୍ତ: ୧୪ ବର୍ଷ ପରେ ଆସିଲା ବଡ଼ ରାୟ…

ଖୋର୍ଦ୍ଧା,୨୦ା୧୨(ପ୍ରଭାତ ପାଣିଗ୍ରାହୀ): ଟାଙ୍ଗୀ ଥାନା ଅନ୍ତର୍ଗତ ହଳଦିଆପାଟଣା ଗ୍ରାମର ବୃନ୍ଦାବନ ରାଉତ ହତ୍ୟାକାଣ୍ଡ ମାମଲାର ରାୟ ଦୀର୍ଘ ୧୪ ବର୍ଷ ପରେ ପ୍ରକାଶ ପାଇଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri