Categories: ବାଣିଜ୍ୟ

ଜିଓରେ ୫୦୦୦ କର୍ମଚାରୀଙ୍କୁ ଛଟେଇ

ମୁମ୍ବାଇ,୩୦-୫: ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ ବ୍ୟୟଭାର କମାଇ କାର୍ଯ୍ୟକାରୀ ଲାଭକୁ ଅଧିକ କରିବା ଲକ୍ଷ୍ୟରେ କର୍ମଚାରୀ ଛଟେଇ ଉପରେ ଗୁରୁତ୍ୱ ଦେଇଛି। ଜାନୁୟାରୀ-ମାର୍ଚ୍ଚ ତ୍ରୈମାସରେ କମ୍ପାନୀର ଅପରେଟିଂ ମାର୍ଜିନ(କାର୍ଯ୍ୟକାରୀ ଲାଭ) ହ୍ରାସ ପାଇଥିଲା। ଜିଓ ପକ୍ଷରୁ କଣ୍ଟ୍ରାକ୍ଟରେ ଥିବା ଏବଂ ନିୟମିତ ହୋଇଥିବା ପ୍ରାୟ ୫ହଜାର କର୍ମଚାରୀଙ୍କୁ ଛଟେଇ କରାଯାଇଛି। ସେମାନଙ୍କ ମଧ୍ୟରୁ ୬୦୦ ଜଣ ନିୟମିତ କର୍ମଚାରୀ ରହିଛନ୍ତି। ଅବଶିଷ୍ଟ କର୍ମଚାରୀ କଣ୍ଟ୍ରାକ୍ଟରେ ଥିଲେ। ଜିଓ ନିକଟରେ ଏବେ ୧୫ହଜାରରୁ ୨୦ ହଜାର କର୍ମଚାରୀ ରହିଛନ୍ତି। ତେବେ କମ୍ପାନୀ ପାଇଁ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସଂଖ୍ୟା ବହୁ ଅଧିକ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଥାର୍ଡ ପାର୍ଟି ଦ୍ୱାରା କଣ୍ଟ୍ରାକ୍ଟରେ ନିଯୁକ୍ତ ହୋଇଛନ୍ତି। ପ୍ରାପ୍ତ ସୂତ୍ରରୁ ଜଣାପଡିଛି ଯେ, କମ୍ପାନୀ କଞ୍ଜ୍ୟୁମର ସହ ଜଡ଼ିତ ସପ୍ଲାଇ ଚେନ୍‌, ହ୍ୟୁମାନ ରିସୋର୍ସେସ୍‌, ଫାଇନାନ୍ସ, ଆଡମିନିଷ୍ଟ୍ରେଶନ ଏବଂ ନେଟ୍‌ଓ୍ବାର୍କ ଭଳି ଏରିଆରେ କାର୍ଯ୍ୟରତ କର୍ମଚାରୀଙ୍କ ସଂଖ୍ୟା କମାଇଛି। ଏ ସମ୍ପର୍କରେ ଜିଓ ମୁଖପାତ୍ର କହିଛନ୍ତି ଯେ, କମ୍ପାନୀ କଞ୍ଜ୍ୟୁମର ବିଜ୍‌ନେସ୍‌କୁ ବଢ଼ାଇବାକୁ ଚାହୁଁଛି। ତେବେ ଜିଓ ଟେଲିକମ୍‌ ଇଣ୍ଡଷ୍ଟ୍ରିରେ ନିଯୁକ୍ତି କ୍ଷେତ୍ରରେ ସର୍ବାଗ୍ରେ ରହିଛି।

Share